ମନୋଜ ଦାସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପଦ୍ମଶ୍ରୀ ମନୋଜ ଦାସ
Manoj Das Odia Author.jpg
ଜନ୍ମ ୨୭ ଫେବୃଆରୀ ୧୯୩୪ (1934-02-27) (୮୩ ବର୍ଷ)
ଶଙ୍ଖାରି, ବାଲେଶ୍ଵର
ବୃତ୍ତି ପ୍ରାଧ୍ୟାପକ
ଭାଷା ଓଡ଼ିଆ, ଇଂରାଜୀ
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ଶିକ୍ଷା ସ୍ନାତକୋତ୍ତର, (ଇଂରାଜୀ ଭାଷା)
ଶିକ୍ଷାନୁଷ୍ଠାନ ଫକୀର ମୋହନ ମହାବିଦ୍ୟାଳୟ
ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ
ରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତି ଅମୃତ ଫଳ
ମନୋଜ ଦାସଙ୍କ କଥା ଓ କାହାଣୀ
ପୁରସ୍କାର ସରସ୍ଵତୀ ସମ୍ମାନ, ଶାରଳା ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନ ସାଥି ପ୍ରତିଜ୍ଞା ଦେବୀ
ଜ୍ଞାତି କୁଟୁମ୍ବ କାଦମ୍ବିନୀ ଦେବୀ (ମାଆ),
ମନ୍ମଥନାଥ ଦାସ (ବଡ଼ ଭାଇ)

ଦସ୍ତଖତ
ୱେବସାଇଟ
worldofmanojdas.in

ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ , ପଦ୍ମଶ୍ରୀ, ସରସ୍ଵତୀ ସମ୍ମାନଭାରତ ସରକାରଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି ।[୧] [୨] ତାଙ୍କର ଲେଖା ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣା, ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ଦର୍ଶନରେ ଭରା ।

ପରିବାର ଓ ପ୍ରାଥମିକ ଜୀବନ[ସମ୍ପାଦନା]

ମନୋଜ ଦାସ ବାଲେଶ୍ଵର ଜିଲ୍ଲାର ଶଙ୍ଖାରି ଗ୍ରାମଠାରେ ୧୯୩୪ ମସିହା ଫେବୃଆରୀ ୨୭ ତାରିଖଦିନ ଗୋଟିଏ ସଂଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପରିବାରରେ ପ୍ରଥମ ଦୁଇ ସନ୍ତାନ ପୁଅ, ତାପର ଦୁଇ ସନ୍ତାନ ଝିଅ ସେ ପଞ୍ଚମ ତଥା କନିଷ୍ଠ ସନ୍ତାନ ଅଟନ୍ତି । ମାତା କାଦମ୍ବିନୀ ଦେବୀଙ୍କ ପ୍ରଭାବରେ ବାଲ୍ୟକାଳରୁ ମନୋଜ ଦାସ ରାମାୟଣ ଓ ମହାଭାରତ ପ୍ରତି ଶ୍ରଦ୍ଧା ଜାତ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ଏହି ଦୁଇଟି ଗ୍ରନ୍ଥକୁ 'ଅଲୌକିକ ଶକ୍ତିର ଉତ୍ସ' ଭାବେ ଅଭିହିତ କରିଛନ୍ତି । ବାଲେଶ୍ଵର ଜିଲ୍ଲା ସ୍କୁଲରେ ପଢିବା ସମୟରେ ତାଙ୍କ ବ୍ୟକ୍ତିତ୍ଵର ବିଭିନ୍ନ ଦିଗ ବିକଶିତ ହୋଇଥିଲା । ସେତେବେଳେ ବଡ଼ଭାଇ ମନ୍ମଥ ନାଥ ଦାସ ଫକୀର ମୋହନ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ । ସେମାନେ ଯେଉଁ ଘରେ ରହୁଥିଲେ, ତାହା ଥିଲା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବାସଗୃହ । ଏହା ଜାଣିବା ପରେ ମନୋଜ ଦାସଙ୍କ ହୃଦୟ, ସୃଜନ ସମ୍ଭାରର ପରିବ୍ୟାପ୍ତ ହୋଇଯାଇଥିଲା । ବାଲେଶ୍ଵରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗ୍ରନ୍ଥ ସଂକଳନ 'ସମୁଦ୍ରର କ୍ଷୁଧା' ପ୍ରକାଶ ପାଇଲା ଏବଂ ସେହି ସମୟରେ 'ଦିଗନ୍ତ' ପତ୍ରିକା ସମ୍ପାଦନା ଆରମ୍ଭ କରିଥିଲେ । ପରେ ସେ ବାମପନ୍ଥୀ ଆନ୍ଦୋଳନ ସହିତ ଯୋଗ ଦେଇଥିଲେ । ୧୯୫୨ ମସିହାରେ ଫକୀର ମୋହନ ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ସମୟରେ ସେ ଛାତ୍ର ୟୁନିୟନର ସଭାପତି ଏବଂ ରାଜ୍ୟ ଛାତ୍ର ଫେଡେରେସନର ଉପସଭାପତି ନିର୍ବାଚିତ ହୋଇଥିଲେ । ୧୯୫୫ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଟକରେ ଆଇନ ଅଧ୍ୟୟନ କଲେ । ସେତେବେଳକୁ 'ଜୀବନର ସ୍ଵାଦ' ଗଳ୍ପ ସଂକଳନ ସହିତ ବିଭିନ୍ନ ଇଂରାଜୀ ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହେଉଥାଏ । ୧୯୫୬ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟ ଆଇନ କଲେଜର ଛାତ୍ର ସଂଘର ସଭପତି ରୂପେ ଇଣ୍ଡୋନେସିଆରେ ଆୟୋଜିତ ଛାତ୍ର ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ସ୍ନାତକୋତ୍ତର ଅଧ୍ୟୟନ ପରେ ୧୯୫୯ ମସିହାରେ ଖ୍ରୀଷ୍ଟ ମହବିଦ୍ୟାଳୟରେ ଅଧ୍ୟାପନା କଲେ । ସେହି ବର୍ଷ ତାଙ୍କ ଜୀବନର ଦୁଇଟି ଗୁରୁତ୍ଵପୂର୍ଣ୍ଣ ଘଟଣାର ସୂତ୍ରପାତ ହୋଇଥିଲା । ଦିଗନ୍ତ ମାସିକ ପତ୍ରିକାର ପୁନଃ ପ୍ରକାଶ ଏବଂ କୁଜଙ୍ଗ ରାଜପରିବାରର କନ୍ୟା ପ୍ରତିଜ୍ଞା ଦେବୀଙ୍କ ସହିତ ବିବାହ । ସମଗ୍ର ଭାରତବର୍ଷରେ ରାଜାରାଜୁଡାଙ୍କ ମଧ୍ୟରୁ କୁଜଙ୍ଗ ରାଜପରିବାର ସ୍ଵାଧୀନତା ଆନ୍ଦୋଳନରେ ସମ୍ପୂର୍ଣ୍ଣ ଭାବେ ସାମିଲ ହୋଇଥିଲେ । ୧୯୬୧ ମସିହାରେ 'ଆରଣ୍ୟକ' ପ୍ରକାଶ ପାଇବା ପରେ ଓଡି଼ଆ ଗଳ୍ପ ସାହିତ୍ୟର ମାନଦଣ୍ଡ ନିରୂପିତ ହୋଇଥିଲା । ୧୯୬୩ ମସିହାରେ ମନୋଜ ଦାସ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଏବଂ ପ୍ରତିଜ୍ଞା ଦେବୀ ମନସ୍ତତ୍ଵ ବିଭାଗରେ ଅଧ୍ୟାପିକା ଭାବେ ଯୋଗ ଦେଲେ । ୧୯୬୫ ମସିହାରେ 'ଶେଷ ବସନ୍ତର ଚିଠି' ପ୍ରକାଶ ପାଇବା ପରେ ୧୯୬୬ ମସିହାରେ ଓଡ଼ିଶା ସାହିତ୍ୟ ଅକାଦେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

୧୯୬୩ ମସିହାଠାରୁ ସେ ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆଶ୍ରମଠାରେ ଅବସ୍ଥାନ କରୁଅଛନ୍ତି ।[୩] ସେ ସେଠାକାର ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରରେ ଇଂରାଜୀ ଭାଷା ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରୁଅଛନ୍ତି ।[୪]

ମନୋଜ ଦାସଙ୍କୁ ତାଙ୍କର ନିଆରା ଲେଖା ଶୈଳୀ ପାଇଁ ଓଡ଼ିଆ ସାହିତ୍ୟର ବିଷ୍ଣୁ ଶର୍ମା ବୋଲି କୁହାଯାଏ [୫][୬] ଆଉ ସେଥି ନିମନ୍ତେ ସେ ଭାରତର ଜଣେ ସୁଗାଳ୍ପିକ ଭାବରେ ଜଣାଶୁଣା ।[୭][୮]

ମନୋଜ ଦାସଙ୍କ ମୋବାଇଲ ଆପ 'ରେନବୋ’[ସମ୍ପାଦନା]

ଏହି ଆପ ଡାଉନଲୋଡ଼ କରି ପାଠକ ମନୋଜ ଦାସଙ୍କ ପ୍ରତିଦିନ ନୂଆ ନୂଆ କାହାଣୀ, କ୍ଷୁଦ୍ରଗଳ୍ପ, ଉପନ୍ୟାସ, ଭ୍ରମଣକାହାଣୀ, ଶିଶୁ ସହିତ୍ୟ, ସମ୍ବାଦ ପତ୍ର ଅଲେଖ୍ୟ ଆଦି ପଢ଼ିପାରିବେ । ଓଡ଼ିଆ ଲେଖକଙ୍କ କ୍ଷେତ୍ରରେ ଏହା ପ୍ରଥମ । [୯]

ମନୋଜ ଦାସଙ୍କ ଇଂରାଜୀ ଉପନ୍ୟାସ ' the escapist' ଆମାଜନ୍ ଡଟ୍ କମ୍ web siteରେ e-formatରେ ଉପଲବ୍ଧ । [୧୦]

ରଚନାବଳୀ[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Manoj Das". batoi.com. 2012. Retrieved 17 July 2012. He wrote columns in India’s national dailies like The Times of India, The Hindustan Times, The Hindu and The Statesman. 
  2. Mohapatra, Gargee (2010). "Manoj Das is born for literature". orissabarta.com. Retrieved 17 July 2012. 
  3. "Manoj Das - Oriya Writer: The South Asian Literary Recordings Project (Library of Congress New Delhi Office)". loc.gov. 2012. Retrieved 17 July 2012. He is settled as an ashramite of Sri Aurobindo Ashram, Pondicherry since 1963 
  4. "Famous eminent persons poets freedom fighters of Orissa.". insideorissa.co.in. 2012. Retrieved 17 July 2012. he has been teaching English at the Sri Aurovindo International University there ever since 
  5. ଯେଉଁଥିରେ ସେ ଓଡ଼ିଆ ଓ ଭାରତୀୟ ଚେତନା ଓ ଚଳଣିକୁ ନ ହରାଇ ବି ସୁନ୍ଦର ଭାବରେ କାହାଣୀ ବଖାଣିଥାନ୍ତିMohapatra, Tusar N. (26 January 2007) "Manoj Das Chasing the Rainbow" Aurora Mirabilis
  6. ବାସ୍ତବତା ଓ ଫାଣ୍ଟାସିକୁ କଳାତ୍ମକ ଭାବରେ ସେ ଗଢ଼ି ତୋଳିଥାନ୍ତି ନିଜ ଲେଖାରେ Mishra, Ganeswar "The Short Story" Government of Orissa website
  7. He could be the best storyteller after R. K Narayan,' Narang said. Mohapatra, Tusar N. (26 January 2007) "Manoj Das Chasing the Rainbow" Aurora Mirabilis
  8. a group of powerful storywriters has emerged ... This group includes ... Manoj Das Mishra, Ganeswar "The Short Story" Government of Orissa website
  9. "ମନୋଜ ଦାସଙ୍କ ମୋବାଇଲ ଆପ 'ରେନବୋ'". ସର୍ବସାଧାରଣ. Retrieved 12 October 2015. 
  10. ଅଭୟ ଦ୍ଵିବେଦୀ, ଅନୁପମ ଭାରତ, ପୃଷ୍ଠା- ୬, ୨୭.୨.୨୦୧୩
  11. "Padma Awards". General Administration,Govt. of Odisha. Retrieved 4 March 2017. 
  12. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  13. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 2 March 2017. 
  14. http://orissa.gov.in/e-magazine/orissaannualreference/ORA-2011/pdf/100.pdf
  15. "Atibadi Jagannath Das Award for 4- Orissa- IBNLive". ibnlive.in.com. 2011. Retrieved 26 January 2013. The luminaries are Manoj Das 
  16. "Sarala Award Recipients". IMFA. Retrieved 4 March 2017. 
  17. "About Us". Sarala Sahitya Sansad. Sarala Sahitya Sansad. Retrieved 1 March 2017. 

ଅଧିକ ତଥ୍ୟ[ସମ୍ପାଦନା]