ପ୍ରତିଭା ଶତପଥୀ
ପ୍ରତିଭା ଶତପଥୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସତ୍ୟଭାମାପୁର, କଟକ ଜିଲ୍ଲା 20°43′32″N 86°16′22″E / 20.72556°N 86.27278°E | ୧୮ ଜାନୁଆରୀ ୧୯୪୫
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | ନିମିଷେ ଅକ୍ଷର ଶବରୀ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଶାରଳା ପୁରସ୍କାର |
ଜୀବନ ସାଥି | ନିତ୍ୟାନନ୍ଦ ଶତପଥୀ |
ସନ୍ତାନ | ପାରମିତା ଶତପଥୀ |
ଜ୍ଞାତି କୁଟୁମ୍ବ | ଗୋପାଳ ଚନ୍ଦ୍ର ପ୍ରହରାଜ |
ପ୍ରତିଭା ଶତପଥୀ (ଜନ୍ମ: ୧୮ ଜାନୁଆରୀ ୧୯୪୫) ଜଣେ ଓଡ଼ିଆ କବି । ପ୍ରତିଭା କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମ ଗ୍ରହଣ କରିଥିଲେ ।[୧] ତାଙ୍କ ଜୀବନର ପ୍ରଥମ ପାଞ୍ଚ ବର୍ଷ କୋରାପୁଟରେ ବିତିଥିଲା । ସେ ଭଲ ବିଦ୍ୟାଳୟରୁ ପାଠ ପଢ଼ିବା ପାଇଁ, ତାଙ୍କ ପରିବାର ସତ୍ୟଭାମାପୁରକୁ ଚାଲିଆସିଥିଲେ । ପିଲାବେଳେ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ସେ କଲେଜ ଶିକ୍ଷାଲାଭ କରିଥିଲେ । ବିବାହ କରିସାରିବା ପରେ ୧୯୬୭ ମସିହାରେ ସେ ସ୍ନାତକୋତ୍ତର ଓ ୧୯୮୦ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ହାସଲ କରିଥିଲେ ।
ପ୍ରତିଭା ପିଲାବେଳରୁ କବିତା ଲେଖିବା ଆରମ୍ଭ କରିଥିଲେ । ତାଙ୍କ କବିତାରେ ପ୍ରେମ, ପ୍ରକୃତିର ସମାବେଶ ଦେଖାଯାଏ ।[୨] ତାଙ୍କର ପ୍ରଥମ କବିତା ପୁସ୍ତକ ଶେଷ ଜହ୍ନ ୧୯୬୨ମସିହାରେ ପ୍ରକାଶିତ ହୋଇଥିଲା । ଦୀର୍ଘ ୨୫ ବର୍ଷ ଧରି ସେ ଓଡ଼ିଆ ପତ୍ରିକା ଇସ୍ତାହାରର ସମ୍ପାଦକ ଥିଲେ । ବର୍ତ୍ତମାନ ସେ ଏକ ପାକ୍ଷିକ କବିତା ପତ୍ରିକା 'ଉଦ୍ଭାଷା'ର ସମ୍ପାଦକ ଅଛନ୍ତି । [୩]
ପରିବାର[ସମ୍ପାଦନା]
ପ୍ରତିଭା, ସାହିତ୍ୟିକ ନିତ୍ୟାନନ୍ଦ ଶତପଥୀଙ୍କୁ ବିବାହ କରିଛନ୍ତି । ପାରମିତା, ମଧୁବ୍ରତା, ଅସିତା ଓ ଇପ୍ସିତା ନାମରେ ତାଙ୍କର ଚାରି ଝିଅ ଅଛନ୍ତି ।[୪]
ସାହିତ୍ୟ କୃତି[ସମ୍ପାଦନା]
- କବିତାର ଉଦ୍ଭାସନ ଓ ନବ୍ୟାଲୋଚନା, ୨୦୧୫[୫]
କବିତା ସଙ୍କଳନ[ସମ୍ପାଦନା]
- କହି ନ ହେଲେ (୨୦୦୬)
- ଅଧା ଅଧା ନକ୍ଷତ୍ର (୨୦୦୧)
- ତନ୍ମୟ ଧୁଳି (୧୯୯୬)[୬]
- ଶବରୀ (୧୯୯୧)
- ମହାମେଘ (୧୯୮୮)
- ନିମିଷେ ଅକ୍ଷର (୧୯୮୫)
- ନିୟତ ବସୁଧା (୧୯୮୦)
- ସାହାଡା ସୁନ୍ଦରୀ (୧୯୭୮)
- ଗ୍ରସ୍ତ ସମୟ (୧୯୭୪)
- ଅସ୍ତ ଜହ୍ନର ଏଲିଜି (୧୯୬୯)
- ଶେଷ ଜହ୍ନ (୧୯୬୨)
- ଆମ କବିତା (୧୯୬୨)
- The Hidden Flower (Pearl Buck)ର ଅନୁବାଦ
- Monograph of Kalhana, the twelfth-century poet-historianର ଅନୁବାଦ[୭]
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ତନ୍ମୟ ଧୁଳି, ୨୦୦୧)
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନିମିଷେ ଅକ୍ଷର, ୧୯୮୬)
- ଶାରଳା ପୁରସ୍କାର (ଶବରୀ, ୧୯୯୨)
- ସାହିତ୍ୟ ଭାରତୀ ସମ୍ମାନ, ୨୦୧୩[୮]
- ଉତ୍କଳ ସୂର୍ଯ୍ୟ ସମ୍ମାନ, ଏ.ଆର.ଏଫ (୨୦୦୮)
- ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର (୨୦୦୭)
- କବୟତ୍ରୀ ସୁଭଦ୍ରା କୁମାରୀ ଚୌହାନ ସାହିତ୍ୟ ସମ୍ମାନ, ରାଷ୍ଟ୍ରୀୟ ହିନ୍ଦୀ ଏକାଡେମୀ ଓ ରୁପାମ୍ବରା, କଲିକତା (୨୦୦୭)
- ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କବିତା ସମ୍ମାନ (୨୦୦୫)
- ସେଲ (ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼) କବିତା ସମ୍ମାନ (୨୦୦୫)
- ଜେ.କେ ପେପର ମିଲ୍ସ କବିତା ସମ୍ମାନ, ରାୟଗଡ଼ା (୨୦୦୫)
- ଆର. ଜି. ଜାତୀୟ ସଦଭାବନା ପୁରସ୍କାର (୨୦୦୩)
- କ୍ରିଟିକ ସର୍କଳ ଅଫ ଇଣ୍ଡିଆ ପୁରସ୍କାର (୧୯୯୬)
- ବିଷୁବ ପୁରସ୍କାର, ପ୍ରଜାତନ୍ତ୍ର ପ୍ରଚାର ସମିତି, (୧୯୮୧) [୯]
- ଧରିତ୍ରୀ- ସମାଜବାଦୀ ସୋସାଇଟି କବିତା ସମ୍ମାନ (୧୯୮୫)
- ପ୍ରଜାତନ୍ତ୍ର ତରୁଣ କବି ପୁରସ୍କାର (୧୯୬୨)
- ଏନ. ଏନ. ତିରୁମାଲମ୍ବ ସମ୍ମାନ, କର୍ଣ୍ଣାଟକ (ଅଧା ଅଧା ନକ୍ଷତ୍ର)
- ରାଷ୍ଟ୍ରୀୟ କବିର ସମ୍ମାନ, ମଧ୍ୟପ୍ରଦେଶ ସରକାରଙ୍କ ସଂସ୍କୃତି ବିଭାଗ (୨୦୧୪-୧୫)[୧୦]
ଆଧାର[ସମ୍ପାଦନା]
- ↑ Orissa (India). Orissa District Gazetteers: Sambalpur. Superintendent, Orissa Government Press.
- ↑ Pratibhā Śatapathī (2003). A Time Of Rising. Har-Anand. ISBN 978-81-241-0907-6.
- ↑ paramitasatpathy.com/family
- ↑ "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୧୪-୨୭ ପୃଷ୍ଠା ୨. Retrieved 18 November 2015.
- ↑ http://www.dharitri.com/sahityayan/270615/p8.htm
- ↑ Indian Literature. Sahitya Akademi. January 2007.
- ↑ D. S. Rao (1 January 2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 124–. ISBN 978-81-260-2060-7.
- ↑ "Sahitya Bharati Samman for poet Pratibha Satpathy". The Statesman. Retrieved 22 February 2014.
- ↑ "PRATIBHA SATPATHY". orissadiary.com. 2012. Retrieved 10 May 2012.
She received Jhankar Award in 1981
- ↑ ସମାଜ ୦୭/୧୧/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯