କୃଷ୍ଣଚରଣ ବେହେରା

ଉଇକିପିଡ଼ିଆ‌ରୁ
କୃଷ୍ଣଚରଣ ବେହେରା
Born(1932-06-02)୨ ଜୁନ ୧୯୩୨
ଅର୍ଜୁନବିନ୍ଧା, ଭଦ୍ରକ
Died୨୯ ଜୁଲାଇ ୨୦୧୭(2017-07-29) (ବୟସ ୮୫)
Nationalityଭାରତୀୟ
Educationପିଏଚଡ଼ି ୧୯୬୭

କୃଷ୍ଣଚରଣ ବେହେରା (୦୨ ଜୁନ ୧୯୩୨ - ୨୯ ଜୁଲାଇ ୨୦୧୭) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଥିଲେ ।[୧] କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ[୨] ଓ ଶିଶୁସାହିତ୍ୟ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ସେ ନିଜ ଲେଖନୀ ଚାଳନା କରିଥିଲେ ।[୩]

କୃଷ୍ଣଚରଣ ୧୯୩୨ମସିହାରେ ଭଦ୍ରକ ଜିଲ୍ଲାର ଅର୍ଜୁନବିନ୍ଧାଠାରେ ଜନ୍ମଗ୍ରହଣ କରିଥିଲେ । ୧୯୫୫ ମସିହାରେ ସେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଓ ୧୯୬୭ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଥିଲେ । ବୃତ୍ତିରେ ଥିଲେ ସେ ଜଣେ ଶିକ୍ଷାବିତ । ସେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆ ଭାଷାବିଭାଗରେ ଅଧ୍ୟାପକ ଓ ଭଦ୍ରକ ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବରେ(୧୯୯୦-୯୨) କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ଯୁବ ଲେଖକ ସମ୍ମିଳନର ଅଧ୍ୟକ୍ଷ ଓ ଓଡ଼ିଆ ଗବେଷଣ ପରିଷଦ, କଟକର ପ୍ରତିଷ୍ଠାତା (୧୯୮୦) ଅଧ୍ୟକ୍ଷ ଥିଲେ ।[୪] ୨୦୧୭ ମସିହା ଜୁଲାଇ ୨୯ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ ।[୫]

ରଚନାବଳୀ[ସମ୍ପାଦନା]

  • ଓଡ଼ିଶାର ଯ଼ାତ୍ରା ଓ ପାରଂପରିକ ଲୋକପ୍ରିୟ ନାଟ୍ୟଧାରା (ଫ୍ରେଣ୍ଡସ୍ ପବ୍ଲିଶର୍ସ, ୧୯୯୭)
  • କଥା ସାହିତ୍ୟ (ସୋମନାଥ ତ୍ରିପାଠୀ,୧୯୬୦)
  • ଦଶହରା (କୃଷ୍ଣଚରଣ ବେହେରା,୧୯୬୦)
  • ପ୍ରଗତି ସାହିତ୍ୟ ଓ ଅନ୍ୟାନ୍ୟ ପ୍ରବନ୍ଧ (ସୋମନାଥ ତ୍ରିପାଠୀ, ୧୯୫୮)
  • ଅଶ୍ଳୀଳତା ବିପକ୍ଷରେ (ଜଗନ୍ନାଥ ରଥ, ୧୯୬୬)[୬]
  • କେତୋଟି ସାହିତ୍ୟିକ ଅଭିଭାଷଣ (ଫ୍ରେଣ୍ଡସ୍ ପବ୍ଲିଶର୍ସ, ୧୯୭୦)
  • ଶ୍ରୀ ଜଗନ୍ନାଥ ଓ ଓଡ଼ିଆ ସାହିତ୍ୟ (ପୁସ୍ତକ ଭଣ୍ଡାର, ୧୯୭୪)
  • ଚା କପରେ ଝଡ଼ (କୃଷ୍ଣଚରଣ ବେହେରା, ୧୯୫୩)
  • ଐତରେୟ ଓ ଅନ୍ୟାନ୍ୟ ଗଳ୍ପ (ଏସ୍ ଏନ୍ ଚୌଧୁରୀ, ୧୯୮୨)
  • ନାରୀ ଏକ ନଦୀର ନାମ (ଓଡ଼ିଶା ବୁକ୍ ଷ୍ଚୋର, ୧୯୭୬)
  • କୃଷ୍ଣଚରଣ ବୀଥିକା (ବିଦ୍ୟା ପ୍ରକାଶନ , ୧୯୯୯)
  • କବିତାଶ୍ରୀ କୃଷ୍ଣଚରଣ ବେହେରାଙ୍କଦ୍ୱାରା ସଂପାଦିତ (ବିଦ୍ୟା ପ୍ରକାଶନ, ୨୦୦୦)
  • ନାଟ୍ୟ ସାହିତ୍ୟ ପରିଚୟ (ଫ୍ରେଣ୍ଡସ୍ ପବ୍ଲିଶର୍ସ ୧୯୭୮)
  • ପ୍ରସଙ୍ଗ: ନାଟକ-ଏକାଙ୍କିକା (ଫ୍ରେଣ୍ଡସ ପବ୍ଲିଶର୍ସ , ୧୯୯୭)
  • କୁସୁମ କେଳି (ସାଥିମହଲ, ୧୯୯୫)
  • ବେଦୀ ଇତ୍ୟାଦି ଗଳ୍ପ (ଜେ ମହାପାତ୍ର ୧୯୭୧)
  • ଦର୍ପକ ଦର୍ପଣ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ୨୦୦୪)
  • ଇତର ଇତରା (ଖରସ୍ରୋତା ପବ୍ଲିକେଶନ୍ସ, ୨୦୦୮)
  • ନାରୀ ମେଧ ଓ ଅନ୍ୟାନ୍ୟ ଗଳ୍ପ (ଓଡ଼ିଶା ବୁକ ଷ୍ଟୋର, ୧୯୮୯)[୭]
  • ସମ୍ପାନ ସନ୍ଦର୍ଭ (ଉତ୍କଳିକା, ୧୯୮୧)
  • ପ୍ରସଙ୍ଗ: ଧର୍ମ ଓ ଶିକ୍ଷା (ଫ୍ରେଣ୍ଡସ୍ ପବ୍ଲିଶର୍ସ, ୧୯୯୩)
  • ପଣ୍ଡିତ ନୀଳମଣି ବିଦ୍ୟାରତ୍ନ (ଓଡ଼ିଶା ସାହିତ୍ୟ ଏକାଡେମୀ , ୨୦୦୨)[୮]

ସମ୍ପାଦନା[ସମ୍ପାଦନା]

  • ଅଗ୍ରଣୀ
  • କବିତା
  • ଡଗର(ସହ ସମ୍ପାଦକ)
  • ଏଷଣା[୯]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ବିଷୁବ ମିଳନ ପୁରସ୍କାର - ୧୯୭୯
  • ରାଜ୍ୟ ଶିକ୍ଷା ବିଭାଗ ପୁରସ୍କାର - ୧୯୫୯[୧୦]
  • ସାହିତ୍ୟ ଭାରତୀ ସମ୍ମାନ - ୨୦୦୯
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର(ପ୍ରବନ୍ଧ ଓ ସମାଲୋଚନା) - ୧୯୯୮ (ପ୍ରସଙ୍ଗ:ନାଟକ-ଏକାଙ୍କିକା)[୧୧]

ଆଧାର[ସମ୍ପାଦନା]

  1. The Indian P.E.N. P.E.N. All-India Centre. 1975.
  2. Joshil K. Abraham; Judith Misrahi-Barak (24 July 2015). Dalit Literatures in India. Routledge. pp. 149–. ISBN 978-1-317-40880-2.
  3. Gopinath Mohanty; Jeeban Kumar Patnaik; Santosha Kumāra Ratha; State Level Vyasakabi Fakir Mohan Smruti Samsad (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
  4. Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 161–. ISBN 978-81-8450-151-3.
  5. "ବିଶିଷ୍ଟ ପ୍ରାବନ୍ଧିକ କୃଷ୍ଣଚରଣ ବେହେରାଙ୍କ ବିୟୋଗ" (PDF). ସମ୍ବାଦ କଳିକା. Retrieved 15 January 2019.[permanent dead link]
  6. Krishna Charan Behera (1966). Aśḷiḷatā bipakshare o anyānya prabandha.
  7. Indian Literature. Sähitya Akademi. 1991.
  8. "National Library India". opac.nationallibrary.gov.in. nationallibrary. Retrieved 15 January 2019.
  9. "ଆଜି ଶ୍ରାଦ୍ଧବାର୍ଷିକୀ". No. ସମ୍ବାଦ ୦୬/୦୮/୨୦୧୯ ପୃଷ୍ଠା ୨. ସମ୍ବାଦ. Retrieved 6 August 2019.
  10. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 125–. ISBN 978-81-260-0873-5.
  11. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 6 August 2019.