Jump to content

ମନମୋହନ ମହାପାତ୍ର

ଉଇକିପିଡ଼ିଆ‌ରୁ
ମନମୋହନ ମହାପାତ୍ର
ଜନ୍ମ
ମନମୋହନ ମହାପାତ୍ର

(1951-11-10)୧୦ ନଭେମ୍ବର ୧୯୫୧
ମୃତ୍ୟୁ୧୩ ଜାନୁଆରୀ ୨୦୨୦(2020-01-13) (ବୟସ ୬୮)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁନେ[], ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ
ପ୍ରସିଦ୍ଧିଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ ଓ ଲେଖକ
ବୈବାହିକ-ସାଥୀବିଦ୍ୟା ମହାପାତ୍ର
ସନ୍ତାନଆଶୁତୋଷ, ମନତୋଷ, ଭବତୋଷ
ପିତାମାତାରାଧାକୃଷ୍ଣ ମହାପାତ୍ର, ପ୍ରମିଳା ମହାପାତ୍ର

ମନମୋହନ ମହାପାତ୍ର(୧୯୫୧ - ୧୩ ଜାନୁଆରୀ ୨୦୨୦), ଜଣେ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ କଥାଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ ।[] ତାଙ୍କ ନିର୍ଦ୍ଦେଶିତ ଆଠଟି ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଅନ୍ତ୍ରର୍ଗତ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବରେ ପୁରସ୍କାର ଲାଭ କରିଥିଲା ।[] ୨୦୨୦ ମସିହା ସୁଦ୍ଧା, ସେ ହେଉଛନ୍ତି ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଯିଏକି ଲଗାତାର ଆଠଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।[]

କଳା (Art)ରେ ତାଙ୍କର ଅବଦାନ ପାଇଁ ୨୦୨୦ ମସିହାରେ ଭାରତ ସରକାରଙ୍କ ତରଫରୁ ତାଙ୍କୁ ମରଣୋତ୍ତର ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ଆଭୂଷିତ କରାଯାଇଥିଲା ।[]

ଜୀବନୀ

[ସମ୍ପାଦନା]

ମନମୋହନ, ୧୯୫୧ମସିହା ନଭେମ୍ବର ୧୦ ତାରିଖରେ ଖୋର୍ଦ୍ଧାରେ ଜନ୍ମଗ୍ରହଣ କରିଥିଲେ ।[] ପିତାଙ୍କ ନାଁ ଥିଲା ରାଧାକୃଷ୍ଣ ମହାପାତ୍ର ଓ ମାତାଙ୍କ ନାମ ପ୍ରମିଳା । ସେ ବିଜେବି କଲେଜରୁ ସ୍ନାତକ ଶେଷ କରିବା ପରେ ନିର୍ଦ୍ଦେଶକ ନୀରଦ ମହାପାତ୍ରଙ୍କ ସଂସ୍ପର୍ଶରେ ଆସିଥିଲେ । ନୀରଦବାବୁ ତାଙ୍କୁ ଚଳଚ୍ଚିତ୍ର ସମ୍ବନ୍ଧୀୟ ପୁସ୍ତକ ପଢିବାକୁ କହିଥିଲେ ଓ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଯୋଗଦେବା ପାଇଁ ପ୍ରବର୍ତ୍ତାଇଥିଲେ । ସେଠାରେ ମନମୋହନ ତିନିବର୍ଷିଆ 'ଚଳଚ୍ଚିତ୍ର ନିର୍ମାଣ' ପାଠ୍ୟକ୍ରମରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।[]

୨୦୨୦ ମସିହା ଜାନୁଆରୀ ୧୩ତାରିଖରେ ମନମୋହନଙ୍କ ପରଲୋକ ଘଟିଥିଲା ।[]

ଭାରତୀୟ କଥାଚିତ୍ରକୁ ଅବଦାନ

[ସମ୍ପାଦନା]

ମନମୋହନ ୧୯୭୫ ମସିହାରେ ପ୍ରଥମ କରି "ଆଣ୍ଟି-ମେମୋରିସ୍" ନାମକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।[] ୧୯୭୬ ମସିହାରେ ନିର୍ମିତ ଶୀତ ରାତିର ନିର୍ଦ୍ଦେଶନା ତାଙ୍କୁ ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଣିଦେଇଥିଲା ଏବଂ ୧୯୮୨ ମସିହାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବରେ ଆନ୍ତର୍ଜାତୀକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା । ଓଡ଼ିଆ କଥାଚିତ୍ର ବ୍ୟତିତ, ସେ ବହୁ ଅନ୍ୟ ବୃତ୍ତଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ତଥା ହିନ୍ଦୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ କରିଛନ୍ତି ।[]

କଥାଚିତ୍ରବର୍ଷଭୂମିକାପୁରସ୍କାର
Bits and Pieces୧୯୯୬ନିର୍ଦ୍ଦେଶକ[୧୦]
ମୂହୁର୍ତ୍ତ୨୦୧୧ନିର୍ଦ୍ଦେଶକ, କାହାଣୀକାର,ସଂଳାପ ଓ ଚିତ୍ରନାଟ୍ୟ
ଭିନ୍ନ ସମୟ୧୯୯୨ନିର୍ଦ୍ଦେଶକ, କାହାଣୀକାର, କଳା ନିର୍ଦ୍ଦେଶକଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ଅଗ୍ନି ବୀଣା୧୯୯୦ନିର୍ଦ୍ଦେଶକ
ଅନ୍ଧ ଦିଗନ୍ତ୧୯୯୦ନିର୍ଦ୍ଦେଶକଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ତଥାପି୧୯୮୯ନିର୍ଦ୍ଦେଶକ
କିଛି ସ୍ମୃତି କିଛି ଅନୁଭୂତି୧୯୮୮ନିର୍ଦ୍ଦେଶକଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ନିଶିଥ ସ୍ୱପ୍ନ୧୯୮୮ନିର୍ଦ୍ଦେଶକ,ପ୍ରଯୋଜକ, କାହାଣୀକାରଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ମଝି ପାହାଚ୧୯୮୭ନିର୍ଦ୍ଦେଶକ,ପ୍ରଯୋଜକ, କାହାଣୀକାରଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ସବୁ ମାୟାରେ ବାୟା୧୯୮୭ନିର୍ଦ୍ଦେଶକ,ପ୍ରଯୋଜକ, ଚିତ୍ରନାଟ୍ୟ
କୁହୁଡ଼ି୧୯୮୬ନିର୍ଦ୍ଦେଶକ
ତ୍ରିସନ୍ଧ୍ୟା୧୯୮୬ନିର୍ଦ୍ଦେଶକ
କ୍ଳାନ୍ତ ଅପରାହ୍ଣ୧୯୮୫ନିର୍ଦ୍ଦେଶକ,କାହାଣୀକାରଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ନୀରବ ଝଡ଼୧୯୮୪ନିର୍ଦ୍ଦେଶକ,ପ୍ରଯୋଜକ, ଚିତ୍ରନାଟ୍ୟଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
Konark: The Sun Temple୧୯୮୩ନିର୍ଦ୍ଦେଶକ
Voices of Silence୧୯୮୨ନିର୍ଦ୍ଦେଶକ
ଶୀତ ରାତି୧୯୮୧ନିର୍ଦ୍ଦେଶକଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
Anti-Memoirs୧୯୭୫ନିର୍ଦ୍ଦେଶକ[୧୧]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]

ଆହୁରି ଦେଖିବେ

[ସମ୍ପାଦନା]
  1. Bhagwan Das Garga (1996). So many cinemas: the motion picture in India. Eminence Designs. ISBN 978-81-900602-1-9.
  2. Film World. T.M. Ramachandran. 1980.
  3. "ମନମୋହନ ମହାପାତ୍ର: ଓଡ଼ିଆ ନ୍ୟୁ ୱେଭ୍ ସିନେମାର ଜନକ". ସମ୍ବାଦ. 11 December 2017. Retrieved 19 July 2018.
  4. https://www.newindianexpress.com/states/odisha/2020/jan/26/odishas-padma-prides-2094679.html
  5. 1 2 "ଆର୍କାଇଭ୍ କପି". Archived from the original on 2020-01-26. Retrieved 2020-01-27. {{cite web}}: Cite has empty unknown parameter: |1= (help)
  6. "ମନମୋହନଙ୍କ ପରଲୋକ". ସମ୍ବାଦ ୧୪/୦୧/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ସମ୍ବାଦ. Retrieved 14 January 2020.
  7. The chariot. Trishakti Press. 1979.
  8. "Noted Odia Film Director Manmohan Mahaptra Passes Away". kalingatv.com. kalinga tv. Retrieved 13 January 2020.
  9. 1 2 "ମନମୋହନ ମହାପାତ୍ର: ଓଡ଼ିଆ ନ୍ୟୁ ୱେଭ୍ ସିନେମାର ଜନକ". Odisha Live. 11 December 2017. Retrieved 19 July 2018.
  10. http://www.financialexpress.com/news/bits-n-pieces-mahapatras-introspective-film/229658/1
  11. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2013-11-11. {{cite web}}: Cite has empty unknown parameter: |1= (help)
  12. "ବ୍ୟକ୍ତିତ୍ୱ". ନିତିଦିନ ୦୬/୦୧/୨୦୧୮ ପୃଷ୍ଠା ୯. Archived from the original on 2018-01-07. Retrieved 15 January 2018.

ଅଧିକ ତଥ୍ୟ

[ସମ୍ପାଦନା]