ପାରମିତା ଶତପଥୀ

ଉଇକିପିଡ଼ିଆ‌ରୁ
ପାରମିତା ଶତପଥୀ
ଜନ୍ମ ଓ ଜନ୍ମସ୍ଥାନ (1965-08-30) ୩୦ ଅଗଷ୍ଟ ୧୯୬୫ (ବୟସ ୫୮)
ବୃତ୍ତିଆୟକର ବିଭାଗ କମିଶନର,
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାବିଶ୍ଳେଷଣାତ୍ମକ ଓ ଫଳିତ ଅର୍ଥନୀତିରେ ସ୍ନାତକୋତ୍ତର,
ଅର୍ଥନୀତି ଅଧ୍ୟୟନ ଓ ପରିକଳ୍ପନା କେନ୍ଦ୍ର (ଜେ.ଏନ.ୟୁ)ରୁ ଏମ୍.ଫିଲ୍
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଶାରଳା ପୁରସ୍କାର
ଜୀବନସାଥୀସୁବ୍ରତ ତ୍ରିପାଠୀ
ସନ୍ତାନଅନ୍ୱେଷା
ସମ୍ପର୍କୀୟନିତ୍ୟାନନ୍ଦ ଶତପଥୀ (ବାପା)
ପ୍ରତିଭା ଶତପଥୀ (ମାଆ)
ୱେବସାଇଟ
paramitasatpathy.com

ପାରମିତା ଶତପଥୀ (ଜନ୍ମ: ୩୦ ଅଗଷ୍ଟ ୧୯୬୫) ଜଣେ ଓଡ଼ିଆ କ୍ଷୁଦ୍ରଗଳ୍ପ ଲେଖିକା ଓ ଔପନ୍ୟାସିକା । ତାଙ୍କ ମାତା ପ୍ରତିଭା ଶତପଥୀ ଜଣେ ଆଧୁନିକ ଓଡ଼ିଆ କବି ଓ ପିତା ନିତ୍ୟାନନ୍ଦ ଶତପଥୀ ଜଣେ ସାହିତ୍ୟ ସମାଲୋଚକ । ୧୯୮୯ ମସିହାରେ ଭାରତୀୟ ରାଜସ୍ୱ ସେବାରେ ଯୋଗ ଦେଇଥିବା ପାରମିତା ଆୟକର ବିଭାଗରେ କମିଶନର ଭାବେ କାର୍ଯ୍ୟରତ ଅଛନ୍ତି ।[୧]

ପାରମିତା ଶତପଥୀଙ୍କ ପ୍ରଥମ କ୍ଷୁଦ୍ରଗଳ୍ପ ୧୯୮୫ରେ ଓଡ଼ିଆ ପତ୍ରିକା ଝଙ୍କାରରେ ପ୍ରକାଶ ପାଇଥିଲା । ପରେ ପରେ ତାଙ୍କର ଅନେକ ଲେଖା ପ୍ରକାଶ ପାଇଲା । ତାଙ୍କର ଅନେକ ଗଳ୍ପ ଅନ୍ୟାନ୍ୟ ଭାରତୀୟ ଭାଷା ଯଥା ତେଲୁଗୁ, ହିନ୍ଦୀ, ଇଂରାଜୀ, ବଙ୍ଗାଳୀ ଆଦି ଭାଷାରେ ଅନୁବାଦିତ ହୋଇ ପ୍ରଶଂସିତ ହୋଇଛି । 'ପ୍ରାପ୍ତି'ର ଭିସିଡି ଅଗଷ୍ଟ ୨୦୧୫ରେ ମୁକ୍ତିଲାଭ କରିଥିଲା ।[୨]

କବି ପ୍ରତିଭା ଶତପଥୀ ଏବଂ ପ୍ରାବନ୍ଧିକ ନିତ୍ୟାନନ୍ଦ ଶତପଥୀଙ୍କ ଝିଅ ପାରମିତାଙ୍କ ଜନ୍ମ ହୋଇଥିଲା ୩୦ ଅଗଷ୍ଟ ୧୯୬୫ରେ । ବାପା ମାଙ୍କ ପ୍ରଭାବରେ ପିଲାଟିଦିନରୁ ସେ ସାହିତ୍ୟ ପ୍ରତି ଆକର୍ଷିତ ହୋଇଥିଲେ ଓ ପ୍ରଚୁର ପଢ଼ାପଢ଼ି କରୁଥିଲେ । ୧୯୮୯ରେ ଭାରତୀୟ ରାଜସ୍ୱ ସେବାରେ କୃତକାର୍ଯ୍ୟ ହୋଇଥିବା ପାରମିତା ଶତପଥୀ ଅଧୁନା ଆୟକର ବିଭାଗର କମିସନର ପଦବୀରେ କାର୍ଯ୍ୟରତ । ତାଙ୍କର ପ୍ରଥମ ଗଳ୍ପ 'ତାଙ୍କ ସହ ସବୁ ଦିନ' ୧୯୮୫ ମସିହାରେ 'ଝଙ୍କାର' ପତ୍ରିକାରେ ପ୍ରକାଶିତ ହୋଇଥିଲା ।

ଶିକ୍ଷା[ସମ୍ପାଦନା]

ସେ ୧୯୮୪ ଓ ୧୯୮୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ଅର୍ଥନୀତିରେ ପ୍ରଥମ ସ୍ଥାନ ଅଧିକାର କରି ଚାରିଗୋଟି ସ୍ୱର୍ଣ୍ଣପଦକ ପାଇଥିଲେ । ୧୯୮୮ରେ ଜେ.ଏନ୍.ୟୁ. ଦିଲ୍ଲୀରେ ଏମ୍.ଫିଲ୍. ପଢୁଥିବା ସମୟରେ ଭାରତୀୟ ରାଜସ୍ୱ ସେବାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ସାହିତ୍ୟ ଜୀବନୀ[ସମ୍ପାଦନା]

ପାରମିତା ଶତପଥୀଙ୍କ ଗଳ୍ପରେ ସ୍ତ୍ରୀ-ପୁରୁଷର ସମ୍ପର୍କର ସୂକ୍ଷ୍ମତା-ଜଟିଳତା, ନାରୀ ମୁକ୍ତିର ସନ୍ଧାନ ତଥା ସାମାଜିକ ବାଧା-ବନ୍ଧନକୁ ନେଇ ନାରୀର ପ୍ରଶ୍ନ, ବିଦ୍ରୋହ ଓ ପ୍ରତିବାଦ ସ୍ପଷ୍ଟ । ସହରୀ ଜୀବନର ସଂଶୟ, ଅବିଶ୍ୱାସ, ନିର୍ମମତା ଓ ଅସ୍ୱାଭାବିକତା ସହିତ ଉଚ୍ଚ ବର୍ଗର ଲୋକଙ୍କ କଥା ମଧ୍ୟ ରହିଥାଏ ଭିନ୍ନ ଢଙ୍ଗରେ । ଜଣେ ସୃଜନଶୀଳ ଲେଖକ ସମାଜ ସଂସ୍କାରକ ପରି ସମାଜରେ ଆଖିଦୃଶିଆ ପରିବର୍ତ୍ତନ ଆଣିପାରିବ ନାହିଁ, କିନ୍ତୁ ମଣିଷର ଚେତନା ଓ ମାନସିକତାକୁ ଅନେକ ଭାବରେ ପ୍ରଭାବିତ କରିପାରିବ । ହଠାତ୍ ଆଖିକୁ ଦିଶୁ ନ ଥିବା ଅଥଚ ହୃଦୟର କୌଣସି କୋଣରେ ଦବି ରହିଥିବା ସମ୍ବେଦନା ସହ ତାକୁ ପରିଚିତ କରାଇପାରିବ । ଲେଖା ମାଧ୍ୟମରେ ସମାଜର ପରିବର୍ତ୍ତନ ପ୍ରସଙ୍ଗରେ ଏକଥା କହନ୍ତି ଶତପଥୀ ।[୩]

ରଚନାବଳୀ[ସମ୍ପାଦନା]

ପାରମିତାଙ୍କ ରଚିତ ଗଳ୍ପଗୁଡ଼ିକ ହିନ୍ଦୀ, ଇଂରାଜୀ, ବଙ୍ଗଳା, ତେଲୁଗୁ, ମରାଠୀ, ଗୁଜରାଟୀ ଭାଷାରେ ଅନୁବାଦ ହୋଇଛି । ସମକାଳୀନ ଭାରତୀୟ ସାହିତ୍ୟ, ହଂସ, ଅକ୍ଷର, ନୟା ଜ୍ଞାନୋଦୟ, ସାକ୍ଷାତକାର, ଇଣ୍ଡିଆନ୍ ଲିଟରେଚର, ମ୍ୟୁସ୍ ଇଣ୍ଡିଆ ଆଦି ଜାତୀୟ ସ୍ତରର ସାହିତ୍ୟ ପତ୍ରିକାମାନଙ୍କରେ ପାରମିତାଙ୍କ ଗଳ୍ପ ସ୍ଥାନୀତ ହୋଇଛି ।

  • ଅଭିପ୍ରେତ କାଳ, ୨୦୧୭[୪]
  • ନାରୀକବି ଓ ଅନ୍ୟମାନେ, (୨୦୧୫, କ୍ଷୁଦ୍ରଗଳ୍ପ ସଙ୍କଳନ)[୫]
  • ପ୍ରାପ୍ତି (୨୦୧୨, କ୍ଷୁଦ୍ରଗଳ୍ପ ସଙ୍କଳନ)
  • ଇଣ୍ଟିମେଣ୍ଟ ପ୍ରିଟେନ୍‌ସ (୨୦୧୦, ଇଂରାଜୀ)
  • କୁରେଇଫୁଲ (୨୦୦୯, କ୍ଷୁଦ୍ରଗଳ୍ପ ସଙ୍କଳନ)
  • ଅନ୍ତରଙ୍ଗ ଛଳ (୨୦୦୬, କ୍ଷୁଦ୍ରଗଳ୍ପ ସଙ୍କଳନ)
  • ଅପଥଚାରିଣୀ (୨୦୦୫, ଉପନ୍ୟାସ)
  • ବିରଳ ରୂପକ (୨୦୦୩, କ୍ଷୁଦ୍ରଗଳ୍ପ ସଙ୍କଳନ)
  • ଭାଷାକ୍ଷରା (୨୦୦୦, କ୍ଷୁଦ୍ରଗଳ୍ପ ସଙ୍କଳନ)
  • ବିବିଧ ଅସ୍ୱପ୍ନ (୧୯୯୭, କ୍ଷୁଦ୍ରଗଳ୍ପ ସଙ୍କଳନ)
  • ଚିତ୍ରା ମାଛରଙ୍କା (୨୦୨୧, କ୍ଷୁଦ୍ରଗଳ୍ପ ସଙ୍କଳନ)[୬]
  • ଦୂରକି ପାହାଡ଼ (ହିନ୍ଦୀ ଅନୁବାଦ)

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଶାରଳା ପୁରସ୍କାର - ୨୦୨୧ (ଅଭିପ୍ରେତ କାଳ ପୁସ୍ତକ ପାଇଁ)[୭]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬ (ପ୍ରାପ୍ତି ପୁସ୍ତକ ପାଇଁ)[୮] [୯]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୬[୧୦][୧୧]
  • ସୁବ୍ରତ ରଥ ସ୍ମାରକୀ ପୁରସ୍କାର, ୨୦୦୩ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ ପ୍ରଦତ୍ତ)
  • ଭୁବନେଶ୍ୱର ପୁସ୍ତକମେଳା ସାହିତ୍ୟ ପୁରସ୍କାର, ୨୦୦୧ ('ଭାଷାକ୍ଷରା' ନିମନ୍ତେ )
  • ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ୨୦୧୬ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • କାଦମ୍ବିନୀ ଗଳ୍ପ ପୁରସ୍କାର (୨୦୧୦)
  • ସିସୋର ସୃଜନ ସମ୍ମାନ (୨୦୧୦)[୧୨]
  • ଅମୃତାୟନ ଗଳ୍ପ ପୁରସ୍କାର, ୨୦୦୯
  • ଭାରତୀୟ ଭାଷା ପରିଷଦ ଯୁବ ପୁରସ୍କାର, ୨୦୦୩

ଆଧାର[ସମ୍ପାଦନା]

  1. "Paramita Satpathy". Samanvay. Archived from the original on 23 December 2016. Retrieved 22 August 2015.
  2. "Paramita's Prapti unveiled in new avatar". The Telegraph. ୬ ଅଗଷ୍ଟ ୨୦୧୫. Retrieved 22 ଅଗଷ୍ଟ 2015. {{cite news}}: Check date values in: |date= (help)
  3. ସମ୍ବାଦ ସାହିତ୍ୟ ପୃଷ୍ଠା, ୧୫ ଜାନୁଆରୀ ୨୦୧୭
  4. "'ଅଭିପ୍ରେତ କାଳ' ଉନ୍ମୋଚିତ". sambad.in. Retrieved 8 April 2017.[permanent dead link]
  5. "ପୁସ୍ତକ ପରିଚୟ". ସାହିତ୍ୟାୟନ (ଧରିତ୍ରୀ). Retrieved 24 July 2016.
  6. "ପୁସ୍ତକ ପରିଚୟ". ଧରିତ୍ରୀ. ୧୦ ଜୁନ ୨୦୨୧. p. ୮. Retrieved 12 June 2021. {{cite web}}: Check date values in: |date= (help)
  7. "Sarala Puraskar for noted Odia writer Paramita Satpathy". newindianexpress.com. Retrieved 6 August 2021.
  8. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 12 June 2021.
  9. "ପାରମିତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". www.dharitri.com. Archived from the original on ୨୩ ଫେବୃଆରୀ ୨୦୨୧. Retrieved 23 February 2021. {{cite web}}: Check date values in: |archivedate= (help)
  10. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 8 April 2017.
  11. "Annual literary awards presented". The Hindu. 8 October 2010. Retrieved 22 ଅଗଷ୍ଟ 2015.
  12. "Mohapatra Nilamani Sahoo bags Seashore Sahitya Akademy Samman". thehindu.com. 2010. Retrieved 10 May 2012. Seashore Srujan Samman went to poet Sucheta Mishra, short story writer Paramita Satapathy

ବାହାର ଆଧାର[ସମ୍ପାଦନା]