ଜଗନ୍ନାଥ ପଟ୍ଟନାୟକ
ଜଗନ୍ନାଥ ପଟ୍ଟନାୟକ | |
---|---|
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା (ଉପ) | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ଘାସିରାମ ମାଝି |
ପର ଅଧିକାରୀ | ବସନ୍ତ କୁମାର ପଣ୍ଡା |
ନିର୍ବାଚନ ମଣ୍ଡଳୀ | ନୂଆପଡ଼ା |
ସାଂସଦ: ୮ମ ଲୋକ ସଭା | |
କାର୍ଯ୍ୟକାଳ ୧୯୮୪ – ୧୯୮୯ | |
ନିର୍ବାଚନ ମଣ୍ଡଳୀ | କଳାହାଣ୍ଡି |
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ଘାସିରାମ ମାଝି |
ପର ଅଧିକାରୀ | ଘାସିରାମ ମାଝି |
ନିର୍ବାଚନ ମଣ୍ଡଳୀ | ନୂଆପଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୭ ଫେବୃଆରୀ ୧୯୪୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସାବିତ୍ରୀ ପଟ୍ଟନାୟକ |
ବାପା/ବୋଉ | ଚିନ୍ତାମଣି ପଟ୍ଟନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜଗନ୍ନାଥ ପଟ୍ଟନାୟକ (ଜନ୍ମ: ୭ ଫେବୃଆରୀ ୧୯୪୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର ଏବଂ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନ ଏବଂ ୧୯୯୭ ମସିହାର ଉପ-ନିର୍ବାଚନରେ ସେ ନୂଆପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୪ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଜଗନ୍ନାଥ ପଟ୍ଟନାୟକ ୧୯୪୫ ମସିହାର ଫେବୃଆରୀ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚିନ୍ତାମଣି ପଟ୍ଟନାୟକ ଓ ପତ୍ନୀଙ୍କ ନାମ ସାବିତ୍ରୀ ପଟ୍ଟନାୟକ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଜଗନ୍ନାଥ ପଟ୍ଟନାୟକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ବିଧାନ ଓ ଲୋକ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ନୂଆପଡ଼ା | ଭାରତୀୟ ଜାତୀୟ କଂଗ୍ରେସ |
୧୯୮୪ | ୧୯୮୯ | ସଭ୍ୟ, ୮ମ ଲୋକ ସଭା | କଳାହାଣ୍ଡି | ଭାରତୀୟ ଜାତୀୟ କଂଗ୍ରେସ |
୩୧ ମଇ ୧୯୯୭ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ନୂଆପଡ଼ା | ଭାରତୀୟ ଜାତୀୟ କଂଗ୍ରେସ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Jagannath Patnaik". odishaassembly.nic.in. Odisha Assembly. Retrieved 24 June 2021.