କୃଷ୍ଣପ୍ରସାଦ ମିଶ୍ର

ଉଇକିପିଡ଼ିଆ ରୁ
Jump to navigation Jump to search
କୃଷ୍ଣପ୍ରସାଦ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ ୧୯ ଅପ୍ରେଲ ୧୯୩୩(1933-04-19)[୧]
ମୃତ୍ୟୁ ୧୩ ଫେବୃଆରୀ ୧୯୯୪ (୬୦ ବର୍ଷ)
ଜାତୀୟତା ଭାରତୀୟ
ନିଯୁକ୍ତିଦାତା ଉତ୍କଳ ବିଶ୍ବବିଦ୍ୟାଳୟ
ଜଣାଶୁଣା କାମ
ଚିତ୍ରିତ ଚାଦର
ପୁରସ୍କାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

କୃଷ୍ଣପ୍ରସାଦ ମିଶ୍ର(୧୯୩୩-୧୯୯୪), ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ଥିଲେ । ପ୍ରବନ୍ଧ ଓ ଉପନ୍ୟାସ କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା । ତାଙ୍କ ସାହିତ୍ୟରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜୀବନ ଶୈଳୀର ଏକ ତୁଳନାତ୍ମକ ଦୃଷ୍ଟିଭଙ୍ଗି ପ୍ରକାଶିତ ହେଉଥିଲା । ବିଦେଶରେ ରହୁଥିବା ଭାରତୀୟ ମାନଙ୍କର ଦ୍ବନ୍ଦ୍ବକୁ ସେ ନିଜ ସାହିତ୍ୟରେ ଦେଖେଇବାକୁ ଚେଷ୍ଟା କରିଥିଲେ ।[୨] ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ ଓ ସୁବକ୍ତା ଥିଲେ ।

ଜୀବନୀ[ସମ୍ପାଦନା]

କୃଷ୍ଣପ୍ରସାଦ, ୧୯୩୩ମସିହାରେ ବ୍ରହ୍ମପୁର ସହର ଅନ୍ତର୍ଗତ ଶଙ୍କରପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ, କଟକର ପ୍ୟାରୀମୋହନ ଏକାଡେମୀରୁ ମାଟ୍ରିକ ପାସ କରିଥିଲେ । ୧୯୫୬ ମସିହାରେ ବନାରସ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଦର୍ଶନଶାସ୍ତ୍ର ପାଠ୍ୟକ୍ରମରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତାପରେ ଆଇନ ପଢି, ଓକିଲାତି କରିଥିଲେ । ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ, ତାକୁ ପ୍ରତ୍ୟାଖ୍ୟାନ କରି ୧୯୫୯ମସିହାରେ ଅଧ୍ୟାପନା ବୃତ୍ତିକୁ ଆବୋରୀଥିଲେ । ପ୍ରଥମେ ବିଜେବି କଲେଜ(୧୯୫୯-୬୩) ଓ ପରେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ପରବର୍ତ୍ତୀ ସମୟରେ କମନୱଲଥ ସ୍କଲାରସିପ ପାଇ, କାନାଡ଼ାର ଟରଣ୍ଟୋ ବିଶ୍ବବିଦ୍ୟାଳୟରୁ ପିଏଚଡି କରିଥିଲେ ।[୩] ୧୯୬୮ମସିହାରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରାଧ୍ୟାପକ ଭାବରେ ଯୋଗଦେଇ, ୧୯୮୪ରେ ପ୍ରଫେସର ହୋଇଥିଲେ । ୧୯୮୮ରେ ସେ ଓଡ଼ିଶା ଦର୍ଶନ କଂଗ୍ରେସର ସଭାପତି ଅଳଙ୍କୃତ କରିଥିଲେ । ଅବସର ନେବା ପୁର୍ବରୁ ୧୯୯୪ ମସିହାରେ ଆକସ୍ମିକ ଭାବରେ ତାଙ୍କର ପରଲୋକ ଘଟିଥିଲା ।

ସାହିତ୍ୟ ସର୍ଜନା[ସମ୍ପାଦନା]

ଅଧ୍ୟାପନା ଓ ସାହିତ୍ୟ ସର୍ଜନାକୁ ସମାନ ଗୁରୁତ୍ବ ଦେଇଥିଲେ କୃଷ୍ଣପ୍ରସାଦ । ସେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଗଳ୍ପ ଲେଖିଥିଲେ । ଓଡ଼ିଆ ଗଳ୍ପକୁ ପାରମ୍ପାରିକ ପ୍ରବାହରୁ ଦୂରେଇ ନେଇ, ସେ ଏକ ନୂତନ ରୂପ ଦେବାକୁ ଚେଷ୍ଟା କରିଥିଲେ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଚିତ୍ରିତ ଚାଦର ପାଇଁ) - ୧୯୮୫[୯]

ଆଧାର[ସମ୍ପାଦନା]

  1. K. M. George (୧୯୯୨). Modern Indian Literature, an Anthology: Surveys and poems. Sahitya Akademi. pp. ୩୧୬–. ISBN ୯୭୮-୮୧-୭୨୦୧-୩୨୪-୦. 
  2. Mohan Lal (୧୯୯୨). Encyclopaedia of Indian Literature: Sasay to Zorgot. Sahitya Akademi. pp. ୪୦୬୩–. ISBN ୯୭୮-୮୧-୨୬୦-୧୨୨୧-୩. 
  3. K. M. George; Sahitya Akademi (୧୯୯୨). Modern Indian Literature, an Anthology: Fiction. Sahitya Akademi. ISBN ୯୭୮-୮୧-୭୨୦୧-୫୦୬-୦. 
  4. R. P. Malhotra (୨୦୦୫). Encyclopaedic Dictionary of Asian Novels and Novelists: A-I. Global Vision Publishing House. pp. ୬୬୯–. ISBN ୯୭୮-୮୧-୮୨୨୦-୦୬୭-୮. 
  5. Autumnal Leaves: Tales in Translation. Readworthy Publications. ୧୯ March ୨୦୧୪. pp. ୮୧–. ISBN ୯୭୮-୯୩-୮୨୩୬୩-୩୩-୦. 
  6. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୧୩/୦୨/୨୦୧୭ ଭୁବନେଶ୍ବର ସଂସ୍କରଣ ପୃଷ୍ଠା ୨. http://www.sambadepaper.com/Details.aspx?id=330546&boxid=24752577. Retrieved 13 February 2017. 
  7. http://www.odiasahitya.com/members/memberprofile/?member=Krushna+Prasad+Mishra
  8. "ଆଜି ଜନ୍ମଦିନ". ସମ୍ବାଦ ୧୯/୦୪/୨୦୧୭ ଭୁବନେଶ୍ବର ସଂସ୍କରଣ ପୃଷ୍ଠା ୨. http://www.sambadepaper.com/Details.aspx?id=348235&boxid=2282412. Retrieved 19 April 2017. 
  9. http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf