ଲକ୍ଷ୍ମଣ ସିଂହ ଜଙ୍ଗପାଙ୍ଗି

ଉଇକିପିଡ଼ିଆ‌ରୁ
ଲକ୍ଷ୍ମଣ ସିଂହ ଜଙ୍ଗପାଙ୍ଗି
ଜନ୍ମ୨୪ ଜୁଲାଇ ୧୯୦୫
ମୃତ୍ୟୁ୧୯୭୬
ସକ୍ରିୟ ବର୍ଷ୧୯୩୦-୧୯୬୨
ପିତାମାତାରାଏ ସାହେବ ସୋବନ ସିଂହ
ପୁରସ୍କାର(ଗୁଡ଼ିକ)ପଦ୍ମଶ୍ରୀ

ଲକ୍ଷ୍ମଣ ସିଂହ ଜଙ୍ଗପାଙ୍ଗି ଜଣେ ଭାରତୀୟ ରାଜ କର୍ମଚାରୀ ଓ ଗାର୍ଟକୟାଟୁଙ୍ଗ ଇତ୍ୟାଦି ସ୍ଥାନମାନଙ୍କର ଜଣେ ପୁରାତନ ଟ୍ରେଡ ଏଜେଣ୍ଟ ।[୧] ସେ ୨୯ ଜୁଲାଇ ୧୯୦୫ରେ ଉତ୍ତରାଖଣ୍ଡରେ ଅବସ୍ଥିତ ଜୋହର ଭାଲିର ବୁର୍ଫୁରେ ଜନ୍ମ ଗ୍ରହଣ କରିଥିଲେ ପିତା ରାଏ ସାହେବ ସୋହନ ସିଂହ ଇଂରେଜ ଶାସନର ଜଣେ ଧନୀ ଅଫିସର ଥିଲେ । ସେ ଆଲମୋରାରେ ସ୍କୁଲ ଶିକ୍ଷା ଲାଭ କରିଥିଲେ ଓ ଆଲାହାବାଦ ବିଶ୍ୱବିଦାଳୟରେ ବିଏ ପଢ଼ିଥିଲେ ।[୧]

ଲକ୍ଷ୍ମଣ ସିଂହ ପ୍ରଥମେ ପଶ୍ଚିମ ତିବ୍ୱତର ଗାର୍ଟକରେ ହିସାବ ରକ୍ଷକ ଭାବରେ ଯୋଗଦାନ କରିଥିଲେ ଓ ପରେ ପଦୋନ୍ନତି ପାଇ ସନ ୧୯୪୧ରେ ୱର୍କିଙ୍ଗ ଟ୍ରେଡ ଏଜେଣ୍ଟ ହୋଇଥିଲେ ।[୧] ସନ ୧୯୪୬ରେ ସେ ଟ୍ରେଡ ଏଜେଣ୍ଟ ହୋଇ ସନ ୧୯୫୯ ପର୍ଯ୍ୟନ୍ତ ରହିବା ପରେ ୟାଟୁଙ୍ଗକୁ ଦବଳି ହୋଇଥିଲେ ।[୨][୩] ସନ ୧୯୬୨ରେ ସେ ଅବସର ନେଇଥିଲେ ଓ ଟ୍ରେଡ ଏଜେନସି ସେତେବେଳେ ଉଠିଗଲା ।[୪] ଭାରତ ସରକାର ସନ ୧୯୫୯ରେ ତାଙ୍କର ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଥିଲେ ।[୫]

ଲକ୍ଷ୍ମଣ ସିଂହ ସନ ୧୯୭୬ରେ ୭୧ ବର୍ଷ ବୟସରେ ହଲଦ୍ୱାନିଠାରେ ମତ୍ୟୁ ବରଣ କରିଥିଲେ । [୧]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Apna Uttarakhand". Apna Uttarakhand. 2015. Retrieved April 23, 2015.
  2. "Indian Presence in Tibet". Clause Arpi. 2015. Retrieved April 23, 2015.
  3. "Notes" (PDF). Claude Arpi. 2015. Retrieved April 23, 2015.
  4. "Claude Arpi profile" (PDF). Claude Arpi. 2015. Retrieved April 23, 2015.
  5. "Padma Shri" (PDF). Padma Shri. 2015. Retrieved November 11, 2014.