ସାତକଡ଼ି ହୋତା
ସାତକଡ଼ି ହୋତା | |
---|---|
![]() | |
ଜନ୍ମ | ୧୯୩୦[୧] |
ଜାତୀୟତା | ଭାରତୀୟ |
ଜୀବନସାଥୀ | ଗୀତା ହୋତା[୨] |
ସନ୍ତାନ | ରାଜୀବ[୩] |
Signature | |
![]() |
ସାତକଡ଼ି ହୋତା, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ସମ୍ପାଦକ ଅଟନ୍ତି ।[୪] ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଓ ଆତ୍ମଜୀବନୀ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ସେ ଲେଖନୀ ଚାଳନା କରିଛନ୍ତି ।[୫] ସେ ଭାରତୀୟ ରେଳସେବାରୁ ଅବସର ନେଇସାରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଓ ସମୟ ଖବରକାଗଜର ସମ୍ପାଦକଭାବରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ।[୬] ୧୯୮୫ମସିହାରେ "ଭୁବନେଶ୍ୱର ପୁସ୍ତକ ମେଳା" ଆରମ୍ଭ କରିବାରେ ସେ ଥିଲେ ଅନ୍ୟତମ ଉଦ୍ୟୋକ୍ତା ।
ସାତକଡ଼ିଙ୍କର ଏଯାବତ ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତାବହି ପ୍ରକାଶ ପାଇସାରିଛି । କବିତାରୁ ସେ ନିଜ ସାହିତ୍ୟ ସର୍ଜନା ଆରମ୍ଭ କରିଥିଲେ । ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ "ବ୍ୟାକୁଳ ହୃଦୟ" ଓ ୧୯୭୧ରେ ପ୍ରଥମ ଗପ ପ୍ରକାଶ ପାଇଥିଲା ।
ରଚନାବଳୀ[ସମ୍ପାଦନା]
ଉପନ୍ୟାସ
- ବ୍ୟାକୁଳ ହୃଦୟ
- ମୁହାଁମୁହିଁ
- ସ୍ବପ୍ନ ଶିଉଳୀ
- ଏତେ ସ୍ବପ୍ନ ଏତେ ଆଲୋକ
- ଅନେକ ଦିଗନ୍ତ
- ଅଶାନ୍ତ ଅରଣ୍ୟ
- ଅସମୟ
- ଶତାବ୍ଦୀର ଶୋଷ
- ପ୍ରଥମ ଅଧ୍ୟାୟ
- ରାଜଧାନୀର ରଙ୍ଗ
- କୃଶବିଦ୍ଧ
- ପ୍ରତ୍ୟୁଷର ପ୍ରଶ୍ନ
- ଭଙ୍ଗାକାଚ
- ସୂର୍ଯ୍ୟ ଉଇଁଲେ ସ୍ବପ୍ନ
- ସଚିବାଳୟ
- ସତ୍ୟନଗର
- ଜନନୀ ଜନ୍ମଭୂମି
- ଦୀର୍ଘ ରୋମାଞ୍ଚକର ଯାତ୍ରା
- ମୁକ୍ତିମନ୍ତ୍ର
- ଧର୍ମଯୁଦ୍ଧ
- ତୀର୍ଥଯାତ୍ରା
ଗଳ୍ପ ସଙ୍କଳନ
- କିରିବୁରୁ କନ୍ୟା
- ଫୁଲର ଗୋଟିଏ ସୁରଭି
- ସାୟାହ୍ନର ଶୋଭା
- ଅସତର୍କ ମୁହୂର୍ତ୍ତ
- ଜଗନ୍ନାଥ ହସ
- ଶୋଣିତର ସ୍ୱପ୍ନ
- ବେଗେ ସାହେବ
- ନୀଳାଚଳକୁ ରାସ୍ତା
- ମଧୁଲଗ୍ନ
- ମହାସ୍ନାନ
- ଲଙ୍ଗଳା ରାଜା
- ମୋ ଗଳ୍ପର ନାୟକ
- ଶେଷ ସମ୍ବଳ
- ସବା ଶେଷରେ
- ଆକାର ଘର
- ରାଜଧାନୀର ସକାଳ
- କଥା ଅନେକ
- ଦୀପ ଜଳିଲେ ଆଲୁଅ
- ଶୁମ୍ଭ ନିଶୁମ୍ଭ
- ଷ୍ଟୁଆର୍ଟ ସାହେବ
- ମୋ ଗଳ୍ପ
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୭ (ଅଶାନ୍ତ ଅରଣ୍ୟ ପାଇଁ)
- ଶାରଳା ପୁରସ୍କାର - ୨୦୦୪ (ମୁକ୍ତିମନ୍ତ୍ର ଓ ଜନନୀ ଜନ୍ମଭୂମୀ)[୭]
- ସାହିତ୍ୟ ଭାରତୀ ସମ୍ମାନ - ୨୦୧୭[୮]
- ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୨୦୦୦
ଆଧାର[ସମ୍ପାଦନା]
- ↑ Civacaṅkari (1998). Knit India Through Literature: The East. Eastwest Books (Madras). ISBN 978-81-86852-63-7.
- ↑ Vision. Institute of Economic & Social Studies. 2004.
- ↑ "The Tax Effect by Sanjay Pinto". ritzmagazine. Retrieved 8 November 2018.
- ↑ http://odishasahityaakademi.org/sahitya-award4.php
- ↑ http://sambad.in/metro/satkodi-awarded-sahitya-indian-award-88496/
- ↑ Suryanarayan Das (2010). Lord Jagannath. Sanbun Publishers. pp. 174–. ISBN 978-93-80213-22-4.
- ↑ http://zeenews.india.com/home/satkadi-hota-to-receive-sarala-award_160979.html
- ↑ "ସାତକଡ଼ି ହୋତାଙ୍କୁ ସାହିତ୍ୟ ଭାରତୀ ସମ୍ମାନ - Dharitri.Com". Dharitri.com (in ଇଂରାଜୀ). ଧରିତ୍ରୀ. ଧରିତ୍ରୀ. 8 August 2018. Retrieved 8 August 2018.