ଅରୁଣା ମହାନ୍ତି

ଉଇକିପିଡ଼ିଆ‌ରୁ
ଅରୁଣା ମହାନ୍ତି
ଅରୁଣା ମହାନ୍ତି ଟିଚ୍ ଏଡ୍‌ସ ପାଇଁ ରେକର୍ଡିଙ୍ଗ କରୁଥିବା ସମୟରେ
Born (1960-04-04) ୪ ଅପ୍ରେଲ ୧୯୬୦ (ବୟସ ୬୩)
ଭୁବନେଶ୍ୱର, ଓଡ଼ିଶା
Nationalityଭାରତୀୟ
Occupation(s)ଓଡ଼ିଶୀ ନୃତ୍ୟ ଶିଳ୍ପୀ, ଓଡ଼ିଶୀ ନୃତ୍ୟଗୁରୁ, ନୃତ୍ୟ ନିର୍ଦ୍ଦେଶକ
Organization(s)ଓଡ଼ିଶା ନୃତ୍ୟ ଏକାଡେମୀ, ଭୁବନେଶ୍ୱର
Known forଓଡ଼ିଶୀ ନୃତ୍ୟ
Styleଓଡ଼ିଶୀରେ ଅଭିନୟ ରୂପ ଏବଂ ଅନ୍ୟାନ୍ୟ
Spouseଦେବାଶିଷ ପଟ୍ଟନାୟକ
Childrenସ୍ପନ୍ଦନା ପଟ୍ଟନାୟକ (ଝିଅ)
Parent(s)କମଳ ଲୋଚନ ମହାନ୍ତି, ପ୍ରତିମା ମହାନ୍ତି
Awardsପଦ୍ମଶ୍ରୀ, ୨୦୧୭
ମାହାରି ସମ୍ମାନ ୧୯୯୭

ଅରୁଣା ମହାନ୍ତି (ଜନ୍ମ ୪ ଅପ୍ରେଲ ୧୯୬୦)[୧] ଜଣେ ପଦ୍ମଶ୍ରୀ ସମ୍ମାନିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ । ୨୦୨୧ ମଇ ମସିହାରେ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଭାବରେ ଓଡ଼ିଶା ସରକାର ନିଯୁକ୍ତ କରିଥିଲେ ।[୨]

ଅରୁଣା ମହାନ୍ତି ବାଲ୍ୟକାଳରୁ ପିତା କମଳ ଲୋଚନ ମହାନ୍ତିଙ୍କଠାରୁ ନୃତ୍ୟ ଅଭିନୟ ଶିକ୍ଷାରମ୍ଭ କରିଥିଲେ । କ୍ରମେ ଶ୍ରୀନାଥ ରାଉତ ଓ ଗୋବିନ୍ଦ୍ର ପାଳଙ୍କଠାରୁ ମଧ୍ୟ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ । ୧୯୭୨ ମସିହାରୁ, ସେ ଗୁରୁ ଗଙ୍ଗାଧର ପ୍ରଧାନଙ୍କଠାରୁ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ । ଗଙ୍ଗାଧର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅରୁଣା ନିଜକୁ ଜଣେ ନୃତ୍ୟଶିଳ୍ପୀରୁ ନୃତ୍ୟଗୁରୁ ଓ ନୃତ୍ୟନିର୍ଦ୍ଦେଶକ ଭାବରେ ଗଢ଼ିତୋଳି ଥିଲେ । ଅରୁଣା, ବିଭିନ୍ନ ସମୟରେ ଗୁରୁ ପଙ୍କଜ ଚରଣ ଦାସ, କେଳୁଚରଣ ମହାପାତ୍ର, ସଂଯୁକ୍ତା ପାଣିଗ୍ରାହୀସୋନାଲ ମାନସିଂହଙ୍କଠାରୁ ନୃତ୍ୟ ଶିକ୍ଷା କରିଛନ୍ତି । ନିର୍ମଳ ମହାନ୍ତି ଓ ଶାନ୍ତନୁ ଦାସଙ୍କଠାରୁ, ସେ ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରିଛନ୍ତି ।

ଦୂରଦର୍ଶନରେ ପ୍ରସାରିତ "ଯା ଦେବୀ ସର୍ବଃ ଭୂତେଷୁ" କାର୍ଯ୍ୟକ୍ରମର "ମା ଦୁର୍ଗା" ଚରିତ୍ର ପାଇଁ ସେ ପ୍ରସିଦ୍ଧି ଲାଭ କରିଛନ୍ତି । ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶୀ ନୃତ୍ୟକୁ ପହଞ୍ଚାଇବାରେ ତାଙ୍କର ଭୂମିକା ରହିଛି । ବର୍ତ୍ତମାନ ସେ ଭାରତ ସରକାରଙ୍କ ଅଧୀନସ୍ଥ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ମୁଖ୍ୟ ଉପଦେଷ୍ଟା ଏବଂ ଓଡ଼ିଶା ନୃତ୍ୟ ଏକାଡେମୀର ମୁଖ୍ୟ ସମ୍ପାଦକ ତଥା ନୃତ୍ୟଗୁରୁ ଭାବରେ ସକ୍ରିୟ ଅଛନ୍ତି ।

ପୁରସ୍କାର ଏବଂ ସମ୍ମାନ[ସମ୍ପାଦନା]

  • ପଦ୍ମଶ୍ରୀ, ୨୦୧୭[୩]
  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ, ୨୦୧୪
  • କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ସମ୍ମାନ, ୨୦୧୦[୪]
  • ସଂଯୁକ୍ତା ପାଣିଗ୍ରାହୀ ସ୍ମୃତି ସମ୍ମାନ, ୨୦୦୧
  • ମାହାରୀ ସମ୍ମାନ, ୧୯୯୭

ଆଧାର[ସମ୍ପାଦନା]

  1. "ବ୍ୟାକରଣ ଭିତରେ ରହି ନୂଆ କରିବାକୁ ଚେଷ୍ଟା କରେ". ନିତିଦିନ. Archived from the original on 2018-12-15. Retrieved 29 May 2016.
  2. "ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି ହୃଷୀକେଶ ମଲ୍ଲିକ". www.nandighoshatv.com. nandighosha tv. Archived from the original on 21 May 2021. Retrieved 21 May 2021.
  3. "Padma Awards 2017 announced". PIB, Govt. of India, MHA. Retrieved 25 January 2017.
  4. http://sangeetnatak.gov.in/SNA_Fellows&Awardees_2010/Shrimati-Aruna-Mohanty.htm

ଅଧିକ ତଥ୍ୟ[ସମ୍ପାଦନା]