ଫତୁରାନନ୍ଦ

ଉଇକିପିଡ଼ିଆ‌ରୁ
ଫତୁରାନନ୍ଦ
ଜନ୍ମ
ରାମଚନ୍ଦ୍ର ମିଶ୍ର

(1915-06-01)୧ ଜୁନ ୧୯୧୫
ଝାଞ୍ଜିରୀମଙ୍ଗଳା, କଟକ, ଓଡ଼ିଶା
ମୃତ୍ୟୁ୬ ନଭେମ୍ବର ୧୯୯୫(1995-11-06) (ବୟସ ୮୦)
ଶିକ୍ଷାଏଲ୍.ଏମ୍.ପି (୧୯୩୮)
ପିତାମାତାବିଦ୍ୟାଧର ମିଶ୍ର
ସୁଭଦ୍ରା ମିଶ୍ର

ଫତୁରାନନ୍ଦ (୧ ଜୁନ ୧୯୧୫ - ୬ ନଭେମ୍ବର ୧୯୯୫) ଓଡ଼ିଆ ଭାଷାର ଜଣେ ବ୍ୟଙ୍ଗ ସାହିତ୍ୟିକ ଥିଲେ । [୧]ତାଙ୍କର ପ୍ରକୃତ ନାମ ଥିଲା ରାମ ଚନ୍ଦ୍ର ମିଶ୍ର । ଛଦ୍ମ ନାମ "ଫତୁରାନନ୍ଦ " ବ୍ୟବହାର କରି ସେ ସାହିତ୍ୟ ରଚନା କରୁଥିଲେ । ସେ ୫୦୦ରୁ ଅଧିକ ହାସ୍ୟଗଳ୍ପ ରଚନା କରିଥିଲେ ।

ଜୀବନୀ[ସମ୍ପାଦନା]

ରାମଚନ୍ଦ୍ର ମିଶ୍ର ୧୯୧୫ ମସିହା ଜୁନ ୧ ତାରିଖରେ କଟକର ଝାଞ୍ଜିରିମଙ୍ଗଳାଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବିଦ୍ୟାଧର ମିଶ୍ର ଓ ମାତାଙ୍କ ନାମ ସୁଭଦ୍ରା ମିଶ୍ର ଥିଲା । ପିଲାଦିନେ ସେ ମସିହାଗୁଡିକ ମନେରଖି ପାରୁନଥିଲେ । ଏହିଯୋଗୁ ଶିକ୍ଷକଙ୍କଠାରୁ ସବୁବେଳେ ବେତ ମାଡ ଖାଉଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ୧୯୧୪ମସିହାରେ ଆରମ୍ଭ ହୋଇଥିଲା ବୋଲି, ସେ କୌଣସି ପ୍ରକାରରେ ମନେରଖି ପାରିଥିଲେ । ବର୍ଷକ ପରେ ୧୯୧୫ ମସିହାରେ ତାଙ୍କର ଜନ୍ମ । ଏହିକଥାକୁ ନେଇ ସେ ଏକ ବ୍ୟଙ୍ଗ ଗପର ଅବତାରଣା କରିଛନ୍ତି । ବିଶ୍ୱଯୁଦ୍ଧ ଦେଖି ଈଶ୍ୱର ତାଙ୍କୁ କହିଲେ - "ଯାବେ ଏଠି ବସି ଦାନ୍ତ ନେଫେଡୁଛୁ କାହିଁକି ? ଯାଆ ପୃଥିବୀରେ ବଢିଆ ଯୁଦ୍ଧ ହେଉଛି ଦେଖିବୁ ।" ତାଙ୍କ ଭାଷାରେ ଭଗବାନଙ୍କ କଥାମାନି, ସେ ବିଶ୍ୱଯୁଦ୍ଧ ଆରମ୍ଭ ହେବାର ଠିକ ବର୍ଷକ ପରେ ଜନ୍ମଗ୍ରହଣ କରିଥିଲେ । ଡାକ୍ତରୀ ପଢୁଥିବା ବେଳେ, ସେ ରୋଗଶିକାର ହୋଇ, ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ୧୯୩୮ ମସିହାରେ ମେଡିକାଲ ସ୍କୁଲରୁ ଏଲ୍.ଏମ୍.ପି ଡିଗ୍ରୀ ହାସଲ କରିଥିଲେ । ଜୀବନବ୍ୟାପି ଅବିବାହିତ ରହି, ସେ ନିଜକୁ ସାହିତ୍ୟ ସର୍ଜନାରେ ନିମଗ୍ନ ରଖିଥିଲେ ।

୧୯୯୫ ମସିହାରେ ଫତୁରାନନ୍ଦଙ୍କର ତିରୋଧାନ ଘଟିଥିଲା ।[୨]

ଜୀବିକା[ସମ୍ପାଦନା]

ଫତୁରାନନ୍ଦଙ୍କ “ମୋ ଫୁଟା ଡଙ୍ଗାର କାହାଣୀ” ନାମକ ଆତ୍ମଜୀବନୀ ସମକାଳୀନ ବ୍ୟଙ୍ଗ ରଚନା ଭାବରେ ଜଣାଶୁଣା ଥିଲା । [୩]ଏହା ବ୍ୟତିତ ନାକଟା ଚିତ୍ରକର, ସାହି ମହାଭାରତ[୪], ସାହିତ୍ୟଚାଷ, ଫମାଲୋଚନା, ଅମ୍ରୁତ ବେହିଆ ଇତ୍ୟାଦି ତାଙ୍କର ଲୋକପ୍ରିୟ ରଚନା । [୫] ସେ ମାସିକ ସାହିତ୍ୟ ପତ୍ରିକା ଡଗରର ସମ୍ପାଦନା ମଧ୍ୟ କରିଥିଲେ । ସାହିତ୍ୟ ରଚନା ସହିତ ସେ ଜଣେ ବ୍ୟଙ୍ଗଚିତ୍ରକାର ଭାବରେ ବ୍ୟଙ୍ଗ ଚିତ୍ରମାନ ଅଙ୍କନ କରିଥିଲେ । ତାଙ୍କ ବ୍ୟଙ୍ଗଚିତ୍ର ଜାତୀୟ ସ୍ଥରର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ହାସ୍ୟ ସାହିତ୍ୟ, କଳା ଓ ଅଭିନୟର ବିକାଶ ପାଇଁ 'ସରସ ସାହିତ୍ୟ ସମିତି' ଓ 'ହାସ୍ୟ ବିକାଶ କେନ୍ଦ୍ର' ଆଦି ଅନୁଷ୍ଠାନର ସ୍ଥାପନା କରିଥିଲେ ।

ରଚନାବଳୀ[ସମ୍ପାଦନା]

ଆତ୍ମଜୀବନୀ[ସମ୍ପାଦନା]

  • ମୋ ଫୁଟା ଡଙ୍ଗାର କାହାଣୀ(୧୯୮୯)

ଉପନ୍ୟାସ[ସମ୍ପାଦନା]

  • ନାକଟା ଚିତ୍ରକର(୧୯୫୩)

ନାଟକ[ସମ୍ପାଦନା]

  • କଲିକତି ଚେଙ୍କ

କବିତା[ସମ୍ପାଦନା]

  • ନିଲଠା କବି(୧୯୫୫)
  • ସାହି ମହାଭାରତ(୧୯୮୭)

ପ୍ରବନ୍ଧ ଓ ରମ୍ୟରଚନା[ସମ୍ପାଦନା]

  • ସାହିତ୍ୟଚାଷ(୧୯୫୯)
  • ଫମାଲୋଚନା(୧୯୮୭)
  • ଅମୃତ ବେହିଆ(୧୯୭୭)
  • ବୃହତ୍ ଭାଣ୍ଡ(୧୯୭୭)[୬]

ସମ୍ପାଦନା[ସମ୍ପାଦନା]

ଅନୁବାଦ[ସମ୍ପାଦନା]

  • ଅଜଗବିଶିକାର(୧୯୯୧)
  • ନାଲୁର ଚନ୍ଦ୍ରଯାତ୍ରା(୧୯୯୧)
  • ଶିଶୁସାହିତ୍ୟ
  • ଆଦର୍ଶ ହିନ୍ଦୁ ହୋଟେଲ(୧୯୭୭)
  • ଭାରତର ଶ୍ରେଷ୍ଠ ହାସ୍ୟଗଳ୍ପ(୧୯୮୦)[୭]

ଗଳ୍ପ ପୁସ୍ତକ[ସମ୍ପାଦନା]

  • ହେରେସା(୧୯୫୯)
  • ବିଦୂଷକ(୧୯୬୩)
  • ମଙ୍ଗଳବାରିଆ ସାହିତ୍ୟ ସଂସଦ(୧୯୬୩)
  • ହସକୁରା(୧୯୬୨)
  • ସାହିତ୍ୟଚାଷ
  • ବିହସକ
  • ବୃହତଭାଣ୍ଡ
  • ଭୋଟ୍(୧୯୮୦)
  • ଗମାତ(୧୯୮୨)
  • ନିଦାବେହେଲ(୧୯୮୨)
  • ସାହିତ୍ୟ ବେଉଷଣ(୧୯୮୩)
  • ନବଜିଆ(୧୯୮୩)
  • ଥଟଲିବାଜ୯୧୯୮୩)
  • ସାହିତ୍ୟ ବଛାବଛି(୧୯୮୪)
  • ମସ୍କରା(୧୯୮୫)
  • ଟାହୁଲିଆ(୧୯୮୬)
  • ଟାପୁରିଆ(୧୯୮୮)
  • ମୁଚୁକୁନ୍ଦିଆ(୧୯୯୦)
  • ଖିଲିଖିଲିଆ(୧୯୯୩)
  • ଓଡ଼ିଶାର ସ୍ପିନ ବୋଲର(୧୯୯୪)
  • ଫତୁରାନନ୍ଦଙ୍କ ଦୁଷ୍ପ୍ରାପ୍ୟ ରଚନା(୧୯୯୯)[୮]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ସାରଳା ସମ୍ମାନ [୯]

ଆଧାର[ସମ୍ପାଦନା]

  1. http://books.google.co.in/books?id=KXBDAAAAYAAJ&redir_esc=y
  2. http://www.lisindia.net/oriya/Oriya_lite.html
  3. http://books.google.co.in/books?id=c5JjAAAAMAAJ&redir_esc=y
  4. http://books.google.co.in/books?id=wyxGAQAAIAAJ&redir_esc=y
  5. ଓଡ଼ିଆ ସାହିତ୍ୟ ଡଟ କମ
  6. ସମ୍ବାଦ ୦୧/୦୬/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨
  7. "ଫତୁର ହୋଇ ଯେ ଆନନ୍ଦ ପାଏ, ସେ ଫତୁରାନନ୍ଦ". ସମ୍ବାଦ ୦୯/୧୨/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. Retrieved 9 December 2015.
  8. "କଥା ଝରକା". କଥା ପତ୍ରିକା (ଅଗଷ୍ଟ ୨୦୧୮): ୪୦. Retrieved 20 August 2018.
  9. "Sarala Sahitya Sansad > Awards > Sarala Samman". saralasahityasansad.org. Retrieved 4 February 2013. Phaturananda

ଅଧିକ ତଥ୍ୟ[ସମ୍ପାଦନା]