Jump to content

ଅନ୍ତର୍ଯ୍ୟାମୀ ମିଶ୍ର

ଉଇକିପିଡ଼ିଆ‌ରୁ
ଅନ୍ତର୍ଯ୍ୟାମୀ ମିଶ୍ର
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (ବାମ) ସହିତ ଅନ୍ତର୍ଯ୍ୟାମୀ ମିଶ୍ର
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (ବାମ) ସହିତ ଅନ୍ତର୍ଯ୍ୟାମୀ ମିଶ୍ର
ବୃତ୍ତିଲେଖକ, ଭାଷା ଓ ସଂସ୍କୃତି ଗବେଷକ
ଜାତୀୟତାଭାରତୀୟ
ନାଗରିକତାଭାରତ
ପୁରସ୍କାରପଦ୍ମଶ୍ରୀ

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଜଣେ ଓଡ଼ିଆ ଲେଖକ ଏବଂ ଭାଷା ଓ ସଂସ୍କୃତି ଗବେଷକ ଅଟନ୍ତି । ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ପ୍ରଥମ ପଣ୍ଡିତ ଯିଏକି ଓଡ଼ିଶାର ଇତିହାସ ଅଧ୍ୟୟନ, ଅଭିବୃଦ୍ଧି, ବିକାଶ ଏବଂ ଓଡ଼ିଆ ଭାଷାର ଶାସ୍ତ୍ରୀୟ ସ୍ଥିତିକୁ ତାଙ୍କ ଅନୁସନ୍ଧାନ ପୁସ୍ତକ ଓଡ଼ିଆ-ଏକାକୀ ଶାସ୍ତ୍ରୀୟ ଭାଷାରେ ପ୍ରକାଶ କରିଥିଲେ। ସେ ଗତ ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ଭାଷା, ବ୍ୟାକରଣ ଏବଂ ସଂସ୍କୃତିର ଗବେଷଣା ଦିଗରେ ଅତୁଳନୀୟ କାର୍ଯ୍ୟ କରିଛନ୍ତି।[] ଶ୍ରୀଜଗନ୍ନାଥଙ୍କ ଉପରେ ମଧ୍ୟ ସେ ରଚନା କରିଛନ୍ତି ।[][]

ସଂକ୍ଷିପ୍ତ ଜୀବନୀ

ଅନ୍ତର୍ଯ୍ୟାମୀ ମିଶ୍ର ତା୦୧ ଜୁଲାଇ ୧୯୫୦ରେ ପିତା ସତ୍ୟବାଦୀ ମିଶ୍ର ଓ ମାତା ଦୁର୍ଗାବତୀ ଦେବୀଙ୍କ ଔରସରୁ ଢେଙ୍କାନାଳ ଜିଲ୍ଲାର ମାର୍ଥାପୁର ଶାସନରେ ଜନ୍ମ ଗ୍ରହଣ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାପ୍ରାପ୍ତ ଅନ୍ତର୍ଯ୍ୟାମୀ ଜଣେ ଭାଷାବିତ୍ ହେବା ସହ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରବକ୍ତା, ପ୍ରଚାରକ ତଥା ରଥଯାତ୍ରା ସମୟରେ ଦୂରଦର୍ଶନର ଭାଷ୍ୟକାର ଦାୟିତ୍ୱ ନିର୍ବାହ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ମନୋନୀତ ସଦସ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଇତିହାସ, ଭାଷା, ସାହିତ୍ୟ ବିଷୟକ ବହୁ ମୂଲ୍ୟବାନ୍ ପ୍ରବନ୍ଧ ଓ ଆଲୋଚନାର ସ୍ରଷ୍ଟା ଅନ୍ତର୍ଯ୍ୟାମୀ ଅନେକ ପୁସ୍ତକର ରଚୟିତା ।


ପ୍ରକାଶିତ ପୁସ୍ତକ

  • ବ୍ରାହ୍ମଣୀ - କବିତା ୧୯୮୧
  • ସପ୍ତଶଯ୍ୟା - ପ୍ରବନ୍ଧ ୧୯୮୨
  • ଅଭୁଲା ଐତିହ୍ୟ ୧୯୮୫
  • ଶ୍ରୀଜଗନ୍ନାଥ
  • ପୁରୁଷୋତ୍ତମ ଜଗନ୍ନାଥ ୨୦୧୧
  • ଐତିହ୍ୟମୟ ଓଡ଼ିଶା
  • ପୁଣ୍ୟପୀଠ କପିଳାସ ୧୯୯୫ (ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ)
  • ଶୈବପୀଠ କପିଳାସ (ଗୁରୁଜୀ ବୁକ୍ ଷ୍ଟୋର୍, କଟକ)
  • ମୋ ଦୃଷ୍ଟିରେ ଓଡ଼ିଶା
  • ଦିବ୍ୟବଚନାମୃତ
  • ଉପନିଷଦ୍ ବଚନାମୃତ ୧ମ, ୨ୟ
  • ପୁରାଣ ପରିଚୟ
  • ଭାରତୀୟ ଧର୍ମ ଓ ସଂସ୍କୃତି
  • ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ୨୦୧୩
  • ଓଡ଼ିଶାର ତନ୍ତ୍ରଧାରା
  • ଭାରତୀୟ ଐତିହ୍ୟ ଓ ସଂସ୍କୃତି
  • ଓଡ଼ିଆ ଭାଷା, ଜାତି ଓ ଜାତୀୟତା ୨୦୧୨ (ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର)
  • ଯାଜପୁରର ଐତିହ୍ୟ ଓ ସଂସ୍କୃତି
  • ଢେଙ୍କାନାଳର ଐତିହ୍ୟ ଓ ସଂସ୍କୃତି ୨୦୧୨ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ)
  • ଓଡ଼ିଆ ଭାଷାର ଇତିହାସ ୨୦୧୫ (ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର)
  • ପ୍ରାଚୀନ ଓଡ଼ିଶା
  • ମଧ୍ୟଯୁଗୀୟ ଓଡ଼ିଶା
  • ଆଧୁନିକ ଓଡ଼ିଶା
  • ମୌଳିକ ଓଡ଼ିଆ ଭାଷାତତ୍ତ୍ୱ[]
  • ମୌଳିକ ଓଡ଼ିଆ ବ୍ୟାକରଣ ୨୦୨୨
  • ପ୍ରବନ୍ଧ ସୌରଭ (ସାଥି ପ୍ରକାଶନୀ)
  • ଆମ ଭାଷା ସାହିତ୍ୟ
  • ଦାରୁବ୍ରହ୍ମଙ୍କ ନବକଳେବର
  • ଭାଷାନୁଚିନ୍ତା
  • ଦାମୋଦର ଗ୍ରନ୍ଥାବଳୀ (ସଂକଳନ)

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ରାଷ୍ଟ୍ରପତି ପୁରସ୍କାର[] - ୨୦୧୯[]
  • ନବଗୁଞ୍ଜର ସମ୍ମାନ[] - ୨୦୨୨
  • ପଦ୍ମଶ୍ରୀ - ୨୦୨୩
  • ରାମାୟଣ ପ୍ରଚାରିଣୀ ସମିତି ତରଫରୁ 'ରାମାୟଣୀ' ସମ୍ମାନ
  • ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ତରଫରୁ 'ବାଗ୍ମୀଶ୍ରୀ' ସମ୍ମାନ ଓ 'ବାଣୀଭୁଷଣ' ଉପାଧି
  • ରାଜଧାନୀ ପୁସ୍ତକମେଳା ପୁରସ୍କାର ୨୦୦୯ 'ଭାରତୀୟ ଧର୍ମ ଓ ସଂସ୍କୃତି' ପାଇଁ[]
  1. Network, Newsroom Odisha (2023-02-04). "ଓଡ଼ିଆ ଭାଷା, ସାହିତ୍ୟର ପ୍ରସାରରେ ଅନ୍ତର୍ଯ୍ୟାମୀଙ୍କ ଅବଦାନ ସମସ୍ତଙ୍କୁ ପ୍ରେରଣା ଯୋଗାଇବ: ମୁଖ୍ୟମନ୍ତ୍ରୀ". News Room Odisha (in ଆମେରିକୀୟ ଇଂରାଜୀ). Retrieved 2023-03-03.
  2. Otv, News Desk. "କଳା-ସଂସ୍କୃତି-ସାହିତ୍ୟ-କୃଷି କ୍ଷେତ୍ର ଲାଗି, ୪ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର; ଜାଣନ୍ତୁ କିଏ..?". Padma Awards 2023: କଳା-ସଂସ୍କୃତି-ସାହିତ୍ୟ-କୃଷି କ୍ଷେତ୍ର ଲାଗି, ୪ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର - OTV Khabar. Retrieved 2023-03-03.
  3. Pattanayak, Pradeep. "Know the 2023 Padma Shri awardees from Odisha". Know the 2023 Padma Shri awardees from Odisha (in ଇଂରାଜୀ). Retrieved 2023-03-03.
  4. https://interviewtimes.net/a-lifetime-of-dedication-dr-antaryami-mishras-love-for-odia-language-and-jagannath-culture/
  5. ୫.୦ ୫.୧ "ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ପାଇବେ ପ୍ରଥମ 'ନବଗୁଞ୍ଜର ସମ୍ମାନ'". Odisha Sambad (in ଆମେରିକୀୟ ଇଂରାଜୀ). Retrieved 2023-03-03.
  6. sahityacharcha (0001-01-02). "ଶାସ୍ତ୍ରୀୟ ଓଡ଼ିଆ ଦିବସ ଉପଲକ୍ଷେ ଜେ.ଏନ୍.ୟୁରେ ମାତୃଭାଷା ମହାକୁମ୍ଭ ଅନୁଷ୍ଠିତ". Sahitya Charcha (in ଆମେରିକୀୟ ଇଂରାଜୀ). Retrieved 2023-03-03. {{cite web}}: Check date values in: |date= (help)
  7. http://www.rajdhanibookfair.com/awards.htm