ପ୍ରତିଜ୍ଞା ଦେବୀ
ପ୍ରତିଜ୍ଞା ଦେବୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା |
ମୃତ୍ୟୁ | ୩ ଅକ୍ଟୋବର ୨୦୧୮ (୮୦ ବର୍ଷ) ପଣ୍ଡିଚେରୀ |
ବୃତ୍ତି | ଅଧ୍ୟାପିକା |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ମନୋବିଜ୍ଞାନ) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ଜୀବନସାଥୀ | ମନୋଜ ଦାସ |
ସମ୍ପର୍କୀୟ | ରତ୍ନମାଳୀ ଜେମା (ମାଆ) ନାରାୟଣ ବୀରବର ସାମନ୍ତ (ବାପା) |
ପ୍ରତିଜ୍ଞା ଦେବୀ, ଜଣେ ଓଡ଼ିଆ ଅଧ୍ୟାପିକା, ସାରସ୍ୱତ ସାଧିକା, ଲେଖିକା ଏବଂ ଅନୁବାଦିକା ଥିଲେ । ସେ ମନୋଜ ଦାସଙ୍କ ଧର୍ମ ପତ୍ନୀ ଥିଲେ । ପ୍ରତିଜ୍ଞା ଦେବୀ ତାଙ୍କ ଜୀବନ କାଳ ମଧ୍ୟରେ କିଛି ପୁସ୍ତକ ରଚନା କରିବା ସହିତ ଶ୍ରୀ ଅରବିନ୍ଦ ଓ ଶ୍ରୀ ମା’ଙ୍କର ବିଭିନ୍ନ ଲେଖାର ଓଡ଼ିଆ ଅନୁବାଦ କରିଥିଲେ ।[୧] ୧୯୬୨ ମସିହାରେ ତାଙ୍କ ପୁଅର ଅକାଳ ବିୟୋଗ ପରେ ଉଭୟ ପତିପତ୍ନୀ ପଣ୍ଡିଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମକୁ ଚାଲି ଯାଇଥିଲେ ଏବଂ ସେଠାରେ ଅଧ୍ୟାପନ କରିବା ଆରମ୍ଭ କରିଥିଲେ ।[୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ପ୍ରତିଜ୍ଞା ଦେବୀ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପା ନାରାୟଣ ବୀରବର ସାମନ୍ତ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଥିଲେ ଏବଂ ମାତା ରତ୍ନମାଳୀ ଜେମା ।[୨][୩] ସେ ରେଭେନ୍ସା ମହାବିଦ୍ୟାଳୟରୁ ମନୋବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ।[୧] ପରବର୍ତ୍ତୀ ସମୟରେ ଓଡ଼ିଶା ଭୂତପୂର୍ବ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ମଧ୍ୟସ୍ଥତାରେ ସେ ମନୋଜ ଦାସଙ୍କୁ ବିବାହ କରିଥିଲେ ।[୨]
ଓଡ଼ିଆ ସାହିତ୍ୟରେ ଅବଦାନ
[ସମ୍ପାଦନା]ପ୍ରତିଜ୍ଞା ଦେବୀ ଶିଶୁ ପତ୍ରିକା ଜହ୍ନମାମୁଁକୁ ଓଡ଼ିଶାର ଜନମାନସରେ ଲୋକପ୍ରିୟ କରାଇବାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।[୧] ସେହି ପତ୍ରିକାରେ ତାଙ୍କ ରଚନାଗୁଡ଼ିକରେ ସେ ନିଜର ନାମ ଉଲ୍ଲେଖ ନ କରି ବରଂ 'ସବ୍ୟସାଚୀ', 'ଫାଲ୍ଗୁନୀ' ଆଦି ନାମ ବ୍ୟବହାର କରୁଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]୨୦୧୮ ମସିହା ଅକ୍ଟୋବର ୩ ତାରିଖରେ ରାତି ୮ଟା ୫୦ ମିନିଟ୍ ସମୟରେ ପ୍ରତିଜ୍ଞା ଦେବୀଙ୍କର ମୃତ୍ୟୁ ହୋଇଥିଲା ।[୪] ପଣ୍ଡିଚେରୀସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।[୫] ମୃତ୍ୟୁ ପୂର୍ବରୁ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ପତ୍ନୀଙ୍କ ପରଲୋକ | Odisha Reporter". Odisha Reporter. 4 October 2018. Archived from the original on 20 September 2022. Retrieved 5 October 2018.
- ↑ ୨.୦ ୨.୧ ୨.୨ ୨.୩ "ମନୋଜ ଦାସଙ୍କ ପତ୍ନୀ ପ୍ରତିଜ୍ଞା ଦେବୀ ଆଉ ନାହାନ୍ତି | Sambad". Sambad. 3 October 2018. Archived from the original on 26 January 2021. Retrieved 5 October 2018.
- ↑ "Former MLA Ratnamali Jema passes away | Sambad English". Sambad English (in English). Cuttack: sambadenglish.com. 30 January 2014. Archived from the original on 3 September 2021. Retrieved 3 September 2021.
{{cite news}}
: CS1 maint: unrecognized language (link) - ↑ "Wife Of Eminent Litterateur Manoj Das Passes Away". odishabytes.com. Retrieved 28 April 2021.
- ↑ "Manoj Das' wife passes away". dailypioneer.com. Retrieved 28 April 2021.