Jump to content

ଚତୁର୍ଭୁଜ ମେହେର

ଉଇକିପିଡ଼ିଆ‌ରୁ
ଚତୁର୍ଭୁଜ ମେହେର
ଜନ୍ମ (1935-10-13) ୧୩ ଅକ୍ଟୋବର ୧୯୩୫ (ବୟସ ୯୦)
ବୃତ୍ତିତନ୍ତି
ପ୍ରସିଦ୍ଧିTie-dye ହସ୍ତତନ୍ତ ବୁଣାକାର
ପୁରସ୍କାରପଦ୍ମଶ୍ରୀ
ଓଡ଼ିଶା ରାଜ୍ୟ ପୁରସ୍କାର
ଚିନ୍ତା ଓ ଚେତନା ଜାତୀୟ ପୁରସ୍କାର
ବିଶ୍ୱକର୍ମା ପୁରସ୍କାର
ପ୍ରିୟଦର୍ଶିନୀ ପୁରସ୍କାର
ୱେବସାଇଟmehersonline

ଚତୁର୍ଭୁଜ ମେହେର (୧୩ ଅକ୍ଟୋବର ୧୯୩୫) ଜଣେ ଜଣାଶୁଣା ଭାରତୀୟ ତନ୍ତୀ । ତାଙ୍କର ଓଡ଼ିଶା ବାନ୍ଧବୁଣାରେ ପାରଦର୍ଶିତା ସକାଶେ ସେ ସମଗ୍ର ଭାରତରେ ଜଣେ ମହାତନ୍ତୀ ଭାବେ ଜଣା ଓ ୨୦୦୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରର ମିଳିଥିଲା ।[] ସେ ହାତ ବୁଣା ଲୁଗା ତିଆରି କରିବା ଓ ପାରମ୍ପରିକ ରଙ୍ଗ ବ୍ୟବହାର କରିବାରେ ସିଦ୍ଧହସ୍ତ ।[] ତାଙ୍କ ତିଆରି ଲୁଗା ଆଦୃତ ହେବା ମଧ୍ୟରେ ଚଳଚ୍ଚିତ୍ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନିଜ ବାହାଘରରେ ଶାଶୁ ଜୟା ବଚନ ଉପହାର ଦେଇଥିବା ମେହେରଙ୍କ ତିଆରି ଏକ ଶାଢ଼ୀ ପିନ୍ଧିବା ଉଲ୍ଲେଖନୀୟ ।[]

ଜୀବନୀ

[ସମ୍ପାଦନା]

ଚତୁର୍ଭୁଜ ମେହେର ଓଡ଼ିଶାର ସୁବର୍ଣ୍ଣପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ କେବଳ ସ୍କୁଲ ଯାଏଁ ପାଠ ପଢ଼ିଥିଲେ ।

ତନ୍ତକଳା

[ସମ୍ପାଦନା]

ସେ ପ୍ରଥମେ ପାରମ୍ପାରିକ ତନ୍ତକଳା ଶିକ୍ଷା କରି ଏକ ହସ୍ତତନ୍ତ ସେବା କେନ୍ଦ୍ରରେ ଯୋଗ ଦେଇଥିଲେ । ସେ ସୁବର୍ଣ୍ଣପୁରଠାରେ ‘’ବୟନ ବିହାର’’ ନାମକ ଏକ ହସ୍ତ ତନ୍ତ କାରଖାନା ତଥା ହସ୍ତତନ୍ତ ଗବେଷଣା ଓ ତାଲିମ କେନ୍ଦ୍ର ଆରମ୍ଭ କରି [] ସେଠାରେ ପ୍ରାୟ ୧୦,୦୦୦ କାରିଗରଙ୍କୁ ତାଲିମ ଦେଇଥିଲେ ।[]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଦୁଇ ଥର ଓଡ଼ିଶା ରାଜ୍ୟ ପୁରସ୍କାର (୧୯୯୧ ଓ ୧୯୯୫)
  • ଚିନ୍ତା ଓ ଚେତନ ଆୱାର୍ଡ (୧୯୯୨)
  • ବିଶ୍ୱକର୍ମା ରାଷ୍ଟ୍ରୀୟ ପୁରସ୍କାର (୧୯୯୭)[]
  • ପ୍ରିୟଦର୍ଶିନୀ ଆୱାର୍ଡ (୨୦୦୫)[]
  • ପଦ୍ମଶ୍ରୀ (୨୦୦୫)[]
  1. 1 2 "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on October 15, 2015. Retrieved July 21, 2015.
  2. 1 2 3 "Chaturbhuj Meher work applauded". Indian Express. 9 February 2010. Archived from the original on 8 December 2015. Retrieved December 2, 2015.
  3. 1 2 3 "Odisha's handwoven wonder makes a comeback". Indian Express. 26 August 2012. Archived from the original on 8 December 2015. Retrieved December 2, 2015.