ଚତୁର୍ଭୁଜ ମେହେର

ଉଇକିପିଡ଼ିଆ‌ରୁ
ଚତୁର୍ଭୁଜ ମେହେର
Born (1935-10-13) ୧୩ ଅକ୍ଟୋବର ୧୯୩୫ (ବୟସ ୮୮)
Occupationତନ୍ତି
Known forTie-dye ହସ୍ତତନ୍ତ ବୁଣାକାର
Awardsପଦ୍ମଶ୍ରୀ
ଓଡ଼ିଶା ରାଜ୍ୟ ପୁରସ୍କାର
ଚିନ୍ତା ଓ ଚେତନା ଜାତୀୟ ପୁରସ୍କାର
ବିଶ୍ୱକର୍ମା ପୁରସ୍କାର
ପ୍ରିୟଦର୍ଶିନୀ ପୁରସ୍କାର
Websitemehersonline

ଚତୁର୍ଭୁଜ ମେହେର (୧୩ ଅକ୍ଟୋବର ୧୯୩୫) ଜଣେ ଜଣାଶୁଣା ଭାରତୀୟ ତନ୍ତୀ । ତାଙ୍କର ଓଡ଼ିଶା ବାନ୍ଧବୁଣାରେ ପାରଦର୍ଶିତା ସକାଶେ ସେ ସମଗ୍ର ଭାରତରେ ଜଣେ ମହାତନ୍ତୀ ଭାବେ ଜଣା ଓ ୨୦୦୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରର ମିଳିଥିଲା ।[୧] ସେ ହାତ ବୁଣା ଲୁଗା ତିଆରି କରିବା ଓ ପାରମ୍ପରିକ ରଙ୍ଗ ବ୍ୟବହାର କରିବାରେ ସିଦ୍ଧହସ୍ତ ।[୨] ତାଙ୍କ ତିଆରି ଲୁଗା ଆଦୃତ ହେବା ମଧ୍ୟରେ ଚଳଚ୍ଚିତ୍ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନିଜ ବାହାଘରରେ ଶାଶୁ ଜୟା ବଚନ ଉପହାର ଦେଇଥିବା ମେହେରଙ୍କ ତିଆରି ଏକ ଶାଢ଼ୀ ପିନ୍ଧିବା ଉଲ୍ଲେଖନୀୟ ।[୩]

ଜୀବନୀ[ସମ୍ପାଦନା]

ଚତୁର୍ଭୁଜ ମେହେର ଓଡ଼ିଶାର ସୁବର୍ଣ୍ଣପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ କେବଳ ସ୍କୁଲ ଯାଏଁ ପାଠ ପଢ଼ିଥିଲେ ।

ତନ୍ତକଳା[ସମ୍ପାଦନା]

ସେ ପ୍ରଥମେ ପାରମ୍ପାରିକ ତନ୍ତକଳା ଶିକ୍ଷା କରି ଏକ ହସ୍ତତନ୍ତ ସେବା କେନ୍ଦ୍ରରେ ଯୋଗ ଦେଇଥିଲେ । ସେ ସୁବର୍ଣ୍ଣପୁରଠାରେ ‘’ବୟନ ବିହାର’’ ନାମକ ଏକ ହସ୍ତ ତନ୍ତ କାରଖାନା ତଥା ହସ୍ତତନ୍ତ ଗବେଷଣା ଓ ତାଲିମ କେନ୍ଦ୍ର ଆରମ୍ଭ କରି [୨] ସେଠାରେ ପ୍ରାୟ ୧୦,୦୦୦ କାରିଗରଙ୍କୁ ତାଲିମ ଦେଇଥିଲେ ।[୨]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଦୁଇ ଥର ଓଡ଼ିଶା ରାଜ୍ୟ ପୁରସ୍କାର (୧୯୯୧ ଓ ୧୯୯୫)
  • ଚିନ୍ତା ଓ ଚେତନ ଆୱାର୍ଡ (୧୯୯୨)
  • ବିଶ୍ୱକର୍ମା ରାଷ୍ଟ୍ରୀୟ ପୁରସ୍କାର (୧୯୯୭)[୩]
  • ପ୍ରିୟଦର୍ଶିନୀ ଆୱାର୍ଡ (୨୦୦୫)[୩]
  • ପଦ୍ମଶ୍ରୀ (୨୦୦୫)[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on October 15, 2015. Retrieved July 21, 2015.
  2. ୨.୦ ୨.୧ ୨.୨ "Chaturbhuj Meher work applauded". Indian Express. 9 February 2010. Archived from the original on 8 December 2015. Retrieved December 2, 2015.
  3. ୩.୦ ୩.୧ ୩.୨ "Odisha's handwoven wonder makes a comeback". Indian Express. 26 August 2012. Archived from the original on 8 December 2015. Retrieved December 2, 2015.