ଜାନକୀ ବଲ୍ଲଭ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଜାନକୀ ବଲ୍ଲଭ ପଟ୍ଟନାୟକ
Janaki Ballabh Patnaik.JPG
ରାଜ୍ୟପାଳ, ଆସାମ
କାର୍ଯ୍ୟକାଳ
୧୧ ଡିସେମ୍ବର ୨୦୦୯ – ୧୦ ଡିସେମ୍ବର ୨୦୧୪
ପୂର୍ବ ଅଧିକାରୀସୟଦ ସିବତେ ରାଜି
ପର ଅଧିକାରୀପଦ୍ମନାଭ ଆଚାର୍ଯ୍ୟ
ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୯ ଜୁନ ୧୯୮୦ – ୭ ଡିସେମ୍ବର ୧୯୮୯
ପୂର୍ବ ଅଧିକାରୀନୀଳମଣି ରାଉତରାୟ
ପର ଅଧିକାରୀହେମାନନ୍ଦ ବିଶ୍ୱାଳ
କାର୍ଯ୍ୟକାଳ
୧୫ ମାର୍ଚ୍ଚ ୧୯୯୫ – ୧୭ ଫେବୃଆରୀ ୧୯୯୯
ପୂର୍ବ ଅଧିକାରୀବିଜୁ ପଟ୍ଟନାୟକ
ପର ଅଧିକାରୀଗିରିଧର ଗମାଙ୍ଗ
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଜାନକୀ ବଲ୍ଲଭ ପଟ୍ଟନାୟକ

(1927-01-03)୩ ଜାନୁଆରୀ ୧୯୨୭
ରାମେଶ୍ୱର, ପୁରୀ ଜିଲ୍ଲା
ମୃତ୍ୟୁ୨୧ ଅପ୍ରେଲ ୨୦୧୫(2015-04-21) (ବୟସ ୮୮)
ତିରୁପତି
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀଜୟନ୍ତୀ ପଟ୍ଟନାୟକ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ,
ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ
ୱେବସାଇଟOfficial Website

ଜାନକୀ ବଲ୍ଲଭ ପଟ୍ଟନାୟକ (୩ ଜାନୁଆରୀ ୧୯୨୭ - ୨୧ ଅପ୍ରେଲ ୨୦୧୫) ଜଣେ ରାଜନୀତିଜ୍ଞ, ବାଗ୍ମୀ, ସାମ୍ବାଦିକ ଓ ସାରସ୍ୱତ ସ୍ରଷ୍ଟା ଥିଲେ। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଆସାମର ରାଜ୍ୟପାଳ, ତିରୁପତି ରାଷ୍ଟ୍ରୀୟ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳାଧିପତି, ଅଖିଳ ଭାରତୀୟ ପ୍ରାଚ୍ୟବିଦ୍ୟା ସମ୍ମେଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭଳି ବହୁ ଦାୟିତ୍ୱ ସମ୍ଭାଳିଛନ୍ତି ।

୧୯୪୭ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଉପାଧି ହାସଲ କରିବା ପରେ ୧୯୪୯ ମସିହାରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ଏହାପରେ ସେ 'ଇଷ୍ଟର୍ଣ୍ଣ ଟାଇମ୍‍ସ' ଖବରକାଗଜରୁ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ୧୯୫୦ରେ ଏହାର ଯୁଗ୍ମ ସମ୍ପାଦକ ଓ ଦୁଇବର୍ଷ ପରେ ଏହାର ସମ୍ପାଦକ ହୋଇଥିଲେ । ଏହା ସହ ସେ ଓଡ଼ିଆ ଦୈନିକ 'ପ୍ରଜାତନ୍ତ୍ର'ର ମଧ୍ୟ ସମ୍ପାଦକ ହୋଇଥିଲେ । ୧୯୬୭ ପର୍ଯ୍ୟନ୍ତ ସେ ଉଭୟ ଖବରକାଗଜର ସମ୍ପାଦକ ରହି ଆସିଥିଲେ । ୧୯୬୭ ଜୁଲାଇରେ ସେ "ପୌରୁଷ' ପତ୍ରିକା ପ୍ରତିଷ୍ଠା ଓ ସଂପାଦନା କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଜାନକୀ ବଲ୍ଲଭ ପୁରୀ ଜିଲ୍ଲାର ରାମେଶ୍ୱରଠାରେ ଜନ୍ମଗହଣ କରିଥିଲେ ।[୧] ତାଙ୍କର ପିତା ଗୋକୁଳାନନ୍ଦ ପଟ୍ଟନାୟକ ଜଣେ ଲେଖକ ତଥା ଶିକ୍ଷକ ଥିଲେ ।[୨] ୧୯୪୭ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଉପାଧି ହାସଲ କରିବା ପରେ ୧୯୪୯ ମସିହାରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ଜାନକୀବଲ୍ଲଭ କୈଶୋରରୁ ଛାତ୍ର ରାଜନୀତି ସହ ଜଡ଼ିତ ଥିଲେ । ୧୯୫୦ ମସିହାରେ ସେ ରାଜ୍ୟ ଯୁବକଂଗ୍ରେସ ସଭାପତି ଥିଲେ । ୧୯୫୪ରୁ ୧୯୬୦ ମସିହା ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ରହି ଆସିଥିଲେ । ୧୯୭୧ ମସିହାରେ ପ୍ରଥମ ଥର ଲାଗି ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟ୍‍ରେ ୧୯୭୩ରୁ ୧୯୭୫ ପର୍ଯ୍ୟନ୍ତ ସେ ପ୍ରତିରକ୍ଷା ଉପମନ୍ତ୍ରୀ ଓ ପରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୧୯୮୦ ଜାନୁଆରୀ ସାଧାରଣ ନିର୍ବାଚନରେ ପୁଣିଥରେ ଲୋକ ସଭାକୁ ନିର୍ବାଚିତ ହୋଇ ସେ ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ ଓ ଶ୍ରମ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ । ୧୯୮୦ ଜୁନ ମାସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିଥିଲେ ଜାନକୀବଲ୍ଲଭ ଓ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନରେ ବିଜୟୀ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ୧୯୮୫ ନିର୍ବାଚନରେ ସେ ଉଭୟ ଖୋର୍ଦ୍ଧା ଓ ଆଠଗଡ଼ ଆସନରୁ ବିଧାନ ସଭାକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୫ ମସିହାରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୯ ମସିହାରେ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ କେନ୍ଦ୍ର ସରକାର ଜାନକୀବଲ୍ଲଭଙ୍କୁ ଆସାମର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ । ସେହିବର୍ଷ ଡିସେମ୍ବର ୧୧ତାରିଖରେ ସେ ମହାମହିମ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।[୩]

ଜାନ‌କୀ ପଟ୍ଟନାୟକ ସ୍ମୃତି ସ୍ଥଳ, ଖୋର୍ଦ୍ଧା

ସାହିତ୍ୟ ସର୍ଜନା[ସମ୍ପାଦନା]

ଜାନକୀ ବଲ୍ଲଭଙ୍କଦ୍ୱାରା ଲିଖିତ ଓ ଅନୁଦିତ ପୁସ୍ତକ ଗୁଡ଼ିକ ହେଲା:

  • ସିନ୍ଧୁ ଉପତ୍ୟକା (କାବ୍ୟ)
  • ଗୌତମ ବୁଦ୍ଧ (ଚରିତଗାଥା)
  • ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ (ଗଳ୍ପ ସଙ୍କଳନ)
  • ସ୍ୱପ୍ନ ସନ୍ତକ (ପ୍ରବନ୍ଧ ସଙ୍କଳନ)
  • ନିର୍ବାଚିତ ପ୍ରବନ୍ଧ (ପ୍ରବନ୍ଧ ସଙ୍କଳନ)
  • ବିବିଧ ସ୍ତମ୍ଭ (ପ୍ରବନ୍ଧ ସଙ୍କଳନ)
  • ପ୍ରବନ୍ଧ ସଙ୍କଳନ
  • ମହାଭାରତ
  • ରାମାୟଣ
  • ସ୍ୱାଧୀନତା ସଂଗ୍ରାମର ସ୍ମୃତି
  • ବାଚସ୍ପତି ମହୋଦୟ (୨୦୧୨): ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିରୋଧୀ ଦଳର ନେତାଭାବେ ଓଡ଼ିଶା ବିଧାନ ସଭାରେ ଦେଇଥିବା ବକ୍ତବ୍ୟ ଗୁଡ଼ିକର ସଙ୍କଳନ

ଅନୁବାଦ[ସମ୍ପାଦନା]

  • ରାଜା ଭର୍ତ୍ତୃହରି ପ୍ରଣୀତ ନୀତି ଶତକ, ଶୃଙ୍ଗାର ଶତକ ଓ ବୈରାଗ୍ୟ ଶତକର ଓଡ଼ିଅା କାବ୍ୟାନୁବାଦ
  • ବଙ୍କିମ ଉପନ୍ୟାସ ମାଳା (ଛଅ ଖଣ୍ଡ)
  • ଶ୍ରୀମଦ ଭାଗବତର ଗଦ୍ୟାନୁବାଦ
  • ଗୋକୁଳାନନ୍ଦ ଗ୍ରନ୍ଥାବଳି

ସମ୍ପାଦନା[ସମ୍ପାଦନା]

  • ସମ୍ପାଦକ, ଇଷ୍ଟର୍ଣ୍ଣ ଟାଇମ୍ସ (ଇଂରାଜୀ ଦୈନିକ), ୧୯୫୨-୬୬
  • ସମ୍ପାଦକ, ପ୍ରଜାତନ୍ତ୍ର, (ଓଡ଼ିଆ ଦୈନିକ) ୧୯୫୨-୬୭
  • ପ୍ରତିଷ୍ଠାତା ଓ ସମ୍ପାଦକ, ପୌରୁଷ (ମାସିକ ଓଡ଼ିଆ ପତ୍ରିକା), ୧୯୬୭

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୨୦୦୧
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୧୯୮୬ (ବୈରାଗ୍ୟ ଶତକ)[୪]
  • ଉତ୍କଳ ରତ୍ନ ସମ୍ମାନ, ୨୦୧୧ [୫]
  • ସାହିତ୍ୟ ଭାରତୀ ସମ୍ମାନ, ୨୦୧୨[୬]
  • ମାଲବ୍ୟ ସ୍ମୃତି ସମ୍ମାନ
  • ଡିଲିଟ୍‍

ମୃତ୍ୟୁ[ସମ୍ପାଦନା]

ଅପ୍ରେଲ ୨୧ରେ ତିରୁପତିଠାରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳେ ତାଙ୍କୁ ୮୯ ବର୍ଷ ହୋଇଥିଲା ।[୭]

ଆଧାର[ସମ୍ପାଦନା]

  1. "Odisha Files: Events: Shri Janaki Ballav Patnaik". odishafiles.com. 2012. Retrieved 5 February 2013. born on 3rd January 1927 at Rameswar of Puri.
  2. http://sambad.in/state/janaki-pattnaik-93-birthday-celebration-466877/
  3. ପଣ୍ଡା, ଶୁଭ୍ରାଂଶୁ. "ରାଜଭବନରେ ଓଡ଼ିଆ" (PDF). ସମ୍ବାଦ. Retrieved 13 December 2014.
  4. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 9 October 2017.
  5. "Former Governor JB Patnaik passes away". The Assam Tribune. Retrieved 19 July 2015.
  6. "ଜାନକୀ ବଲ୍ଲଭଙ୍କୁ ସାହିତ୍ୟ ଭାରତୀ ସମ୍ମାନ". dharitri.com. ୧୦ ମାର୍ଚ୍ଚ ୨୦୧୩. Retrieved 11 March 2021. {{cite web}}: Check date values in: |date= (help)
  7. "Former Odisha Chief Minister J.B Patnaik dies". The Hindu. Retrieved 21 April 2015.

ଅଧିକ ତଥ୍ୟ[ସମ୍ପାଦନା]