ହରପ୍ରସାଦ ଦାସ
Jump to navigation
Jump to search
ହରପ୍ରସାଦ ଦାସ | |
---|---|
![]() ଜୟଦେବ ଭବନଠାରେ ଓଡ଼ିଆ ଉଇକିପାଠାଗାର ସଭା ୨୦୧୪ରେ ହରପ୍ରସାଦ ଦାସ | |
ଜନ୍ମ ଓ ଜନ୍ମସ୍ଥାନ | ବାଣପୁର | ୧୫ ଜାନୁଆରୀ ୧୯୪୬
ବୃତ୍ତି | ଭାରତୀୟ ପ୍ରଶାସନିକ ସେବା ଅଧିକାରୀ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | ଗର୍ଭଗୃହ, ହାର୍ମୋନିଅମ୍ରେ ତୋଡ଼ି |
ପୁରସ୍କାର | ମୂର୍ତ୍ତିଦେବୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ହରପ୍ରସାଦ ଦାସ (ଜନ୍ମ ୧୫ ଜାନୁଆରୀ ୧୯୪୬)[୧] ଜଣେ ଓଡ଼ିଆ ସାହିତ୍ୟିକ ଓ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ।[୨] ସେ ୧୨ଟି କବିତା ଗ୍ରନ୍ଥ,ଚାରୋଟି ଗଦ୍ୟ, ତିନୋଟି ଅନୁବାଦ ଓ ଗୋଟିଏ କଳ୍ପ ଗଳ୍ପ ରଚନା କରିଛନ୍ତି ।[୩]
ବୃତ୍ତିଗତ ଜୀବନ[ସମ୍ପାଦନା]
ହରପ୍ରସାଦ ଦାସ ୧୯୬୮ ମସିହାରେ ଜଣେ "ଭାରତୀୟ ପ୍ରଶାସନିକ ସେବା" ଅଧିକାରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ଓଡ଼ିଶା, ପଶ୍ଚିମ ବଙ୍ଗ, ବିହାର, ମଧ୍ୟ ପ୍ରଦେଶ, ଜମ୍ମୁ ଓ କଶ୍ମୀର ଓ ଦିଲ୍ଲୀରେ କାର୍ଯ୍ୟକରି ସେ ଅବସର ଗ୍ରହଣ କରିସାରିଛନ୍ତି । କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟରେ ସେ ସର୍ବାଧିକ ସମୟ କାମ କରିଥିଲେ । ସେ ଓଡ଼ିଶାର ଆକାଉଣ୍ଟ ଜେନେରାଲ ଓ ବିହାରର ପ୍ରମୁଖ ଆକାଉଣ୍ଟ ଜେନେରାଲ ଭାବରେ ତଥା ଜାତିସଂଘର ପରାମର୍ଶଦାତା ଓ ବିଶେଷଜ୍ଞ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ରଚନାବଳୀ[ସମ୍ପାଦନା]
ରବୀନ୍ଦ୍ରନାଥଙ୍କ ଠାକୁରଙ୍କ ଗୀତାଞ୍ଜଳି ଓ ଉମର ଖୟାମଙ୍କ ରୁବାୟତର ଓଡ଼ିଆ ଅନୁବାଦ କରିବା ସହ ଶ୍ରୀମଦ ଭାଗବତ ଗୀତାକୁ ସେ ଓଡ଼ିଆ ନବାକ୍ଷରୀ ଛନ୍ଦରେ ରଚନା କରିଛନ୍ତି ।
- ହାର୍ମୋନିଅମ୍ରେ ତୋଡ଼ି
- ଗର୍ଭଗୃହ[୪]
- ମନ୍ତ୍ରପାଠ
- ଦୂରତ୍ୱର ଭ୍ରମ
- ବଂଶ[୫]
- ଲୁବ୍ଧକର ତିନି ପ୍ରହର
- ଖୁଣୀ ଅପ୍ସରା
- ନାସ୍ତିକର ଭକ୍ତିକବିତା
- ନିର୍ବାଚିତ କବିତା
- ଦେଶ
- ପର୍ବ
- ନର୍କରେ ଗୋଟିଏ ଋତୁ
- ସ୍ଥଳପୁରାଣ
- ଅପାର୍ଥିବ ପ୍ରେମକବିତା
- ଓମର୍ଖୟାମ ରୁବାୟତ
- ସାଇଚିନ୍ତାମଣି
- ଆଧୁନିକତାର ପରମ୍ପରା
- ଆଧୁନିକତାର ସମକାଳ
- ସଭ୍ୟତା ଓ ସାହିତ୍ୟ
- ଓଡ଼ିଆ ଜାତିର ଜୀବନକଥା[୬]
- ଅର୍ଥ ସେ ଦ୍ରୋହ (ହିନ୍ଦୀ)
- ପ୍ରାର୍ଥନା କେଲେୟେ ଜରୁରୀ ଶବ୍ଦ (ହିନ୍ଦୀ)
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ବିଷୁବ ପୁରସ୍କାର - ୨୦୨୦[୭]
- ସାରଳା ସମ୍ମାନ, ୨୦୧୬[୮]
- ମୂର୍ତ୍ତିଦେବୀ ପୁରସ୍କାର, ୨୦୧୩ (ବଂଶ)[୯]
- ଗଙ୍ଗାଧର ଜାତୀୟ ସମ୍ମାନ, ୨୦୦୮ [୧୦]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଗର୍ଭଗୃହ, ୧୯୯୯)
- ଶାରଳା ପୁରସ୍କାର,[୧୧] (ହାରମୋନିଅମରେ ତୋଡ଼ି, ୧୯୯୫)
ଆଧାର[ସମ୍ପାଦନା]
- ↑ Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 274–. ISBN 978-81-260-0873-5.
- ↑ orissa.gov.in: POETRY
- ↑ "Haraprasad Das bags Moortidevi Award". Retrieved 3 September 2013.
|first=
missing|last=
(help) - ↑ Haraprasāda Dāsa (1 January 2003). The Dark Sanctum. Sahitya Akademi. pp. 3–. ISBN 978-81-260-1696-9.
- ↑ http://pragativadi.com/Power-list-2014.pdf
- ↑ http://naveenpatnaik.com/news/-Eminent-writer-Haraprasad-Das-presenting-two-books-SHIVA-IN-MANHATTAN-and-ODIA-JAATIRA-JIVAN-KATHA-to-Chief-Minister-Shri-Naveen-Patnaik-at-Secretariat/2129.html
- ↑ "ହରପ୍ରସାଦ, ଅମରେଶ ପାଇବେ ବିଷୁବ ପୁରସ୍କାର" (ସମ୍ବାଦ ୦୩/୦୪/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩). ଇଷ୍ଟର୍ଣ୍ଣ ମିଡ଼ିଆ. 3 April 2021. p. ୩. Archived from the original on 3 April 2021. Retrieved 3 April 2021.
- ↑ "ସବ୍ୟସାଚୀଙ୍କୁ କଳିଙ୍ଗରତ୍ନ, ହରପ୍ରସାଦଙ୍କୁ ସାରଳା ସମ୍ମାନ". ଧରିତ୍ରୀ. 27 December 2016. Retrieved 27 December 2016.
- ↑ "Moortidevi Award for Haraprasad Das". Times Of India. Retrieved 3 September 2013.
- ↑ hindu.com: Gangadhar Meher award for poet
- ↑ "Sarala Award Recipients". IMFA. Retrieved 4 March 2017.