ନୀଳାଦ୍ରି ଭୂଷଣ ହରିଚନ୍ଦନ

ଉଇକିପିଡ଼ିଆ‌ରୁ
ନୀଳାଦ୍ରି ଭୂଷଣ ହରିଚନ୍ଦନ
Born(1946-12-04)୪ ଡିସେମ୍ବର ୧୯୪୬
Nationalityଭାରତୀୟ
Citizenshipପି.ଏଚ.ଡ଼ି, ଡି.ଲିଟ[୧]
Spouseମୋନା ହରିଚନ୍ଦନ
Childrenନୀଳଲୋହିତ ହରିଚନ୍ଦନ[୨]
Parentପର୍ଶୁରାମ ହରିଚନ୍ଦନ
ପଦ୍ମାଳୟା ରାୟସିଂହ
Relativesବିଶ୍ୱଭୂଷଣ ହରିଚନ୍ଦନ (ବଡ଼ ଭାଇ)
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ନୀଳାଦ୍ରି ଭୂଷଣ ହରିଚନ୍ଦନ (ଜନ୍ମ: ୪ ଡିସେମ୍ବର ୧୯୪୬)[୩] ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ସାହିତ୍ୟିକ ଅଟନ୍ତି । କବିତା, ନାଟକ ଓ ସମାଲୋଚନା ସାହିତ୍ୟରେ ସେ ନିଜ ଲେଖନୀ ଚାଳନା କରନ୍ତି ।[୪] ବୃତ୍ତିରେ ସେ ଜଣେ ଶିକ୍ଷାବିତ ।[୫]

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ନୀଳାଦ୍ରି ଭୂଷଣ, ୧୯୪୬ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅନ୍ତର୍ଗତ ଗୋଡ଼ିଝର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପର୍ଶୁରାମ ହରିଚନ୍ଦନ ଓ ମାତାଙ୍କ ନାମ ପଦ୍ମାଳୟା ରାୟସିଂହ ଥିଲା । ସେମାନେ ୯ ଭାଇ-ଭଉଣୀ (୫ ଭାଇ ଓ ୪ ଭଉଣୀ) ଥିଲେ । ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କର ଅଗ୍ରଜ । ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି, ସେ ୧୯୬୩ ମସିହାରେ ଗୋଦାବରୀଶ ବିଦ୍ୟାପୀଠରୁ ଏକାଦଶ ଶ୍ରେଣୀ ପାସ କରିଥିଲେ । ତାପରେ ସେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟଖ୍ରୀଷ୍ଟ ମହାବିଦ୍ୟାଳୟରୁ ଓଡ଼ିଆରେ ଅନର୍ସ ରଖି ସ୍ନାତକ ଶିକ୍ଷା ଗ୍ରହଣ କରିଥିଲେ । ୧୯୬୯ ମସିହାରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୧୯୭୮ ମସିହାରେ ଓଡ଼ିଆ ନାଟକରେ ଇତିହାସର ପ୍ରତିଧ୍ୱନି ସନ୍ଧର୍ଭରେ ଥେସିସ ଲେଖି ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡ଼ି ହାସଲ କରିଥିଲେ । ସେହିପରି ୧୯୯୨ ମସିହାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ସେ ଡି.ଲିଟ ହାସଲ କରିଥିଲେ । ଡି.ଲିଟ ପାଇଁ ତାଙ୍କର ରିସର୍ଚ୍ଚର ବିଷୟବସ୍ତୁ ଥିଲା ଆଧୁନିକ ଓଡ଼ିଆ ନାଟକରେ ବାସ୍ତବ ଓ ଉଦ୍ଭଟ ଚେତନା

ଅଧ୍ୟାପନା[ସମ୍ପାଦନା]

ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ହେବାର ୨୦ଦିନ ମଧ୍ୟରେ ୧୯୬୯ ମସିହା ନଭେମ୍ବର ମାସରେ ସେହି ମହାବିଦ୍ୟାଳୟରେ ହିଁ ତାଙ୍କୁ ଓଡ଼ିଆ ଅଧ୍ୟାପକ ଭାବରେ ନିଯୁକ୍ତି ମିଳିଥିଲା । ଦେଢ ବର୍ଷ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପନା କରିବା ପରେ, ତାଙ୍କର ଭଦ୍ରକ ମହାବିଦ୍ୟାଳୟକୁ ବଦଳି ହେଇଥିଲା । ଭଦ୍ରକରେ କିଛି ବର୍ଷ ଅଧ୍ୟାପନା କରିବାପରେ ତାଙ୍କୁ ବିଶ୍ୱଭାରତୀ ଶାନ୍ତିନିକେତନଠାରେ ଓଡ଼ିଆ ଅଧ୍ୟାପକ ଭାବରେ ନିଯୁକ୍ତି ମିଳିଥିଲା । ସେଠାରେ ୩୬ବର୍ଷ ଅଧ୍ୟାପନା କରିବା ପରେ, ୨୦୧୦ ମସିହାରେ ସେ ଅବସର ଗ୍ରହଣ କରିଥିଲେ ।[୬]

ସାହିତ୍ୟ ସର୍ଜନା[ସମ୍ପାଦନା]

ନୀଳାଦ୍ରି ଭୂଷଣ ସ୍କୁଲ ସମୟରୁ ସାହିତ୍ୟ ରଚନା ଆରମ୍ଭ କରିଥିଲେ । ତାଙ୍କର ୨୦ଟି ସମାଲୋଚନା, ୧୦ଟି କବିତା,[୭] ୧୦ଟି ଅନୁବାଦ ଓ ୨୫ଟି ନାଟକ ପୁସ୍ତକ ପ୍ରକାଶ ପାଇସାରିଛି । ଏତଦ ଭିନ୍ନ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ତାଙ୍କର ଲେଖା ନିୟମିତ ଛପା ହୁଏ ।

କବିତା[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୧ (ଭିନ୍ନ ସମୟ ଭିନ୍ନ ଦୃଷ୍ଟି)[୮]
  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ୨୦୧୦ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍)[୯]
  • ପଣ୍ଡିତ ଗୋଦାବରୀଶ ମିଶ୍ର ସମ୍ମାନ (ଶାରଳା ସାହିତ୍ୟ ସଂସଦ)[୧୦]
  • ହରିହର ମହାପାତ୍ର ସ୍ମାରକୀ ନାଟ୍ୟସାହିତ୍ୟ ପୁରସ୍କାର, ୧୯୯୭ (ପ୍ରଜାତନ୍ତ୍ର ପ୍ରଚାର ସମିତି)
  • ଝଙ୍କାର ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି)
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୨୦୦୮ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଭାରତୀୟ ଭାଷା ପରିଷଦ ରଜତ ଜୟନ୍ତୀ ସମ୍ମାନ - ୧୯୯୯
  • ଆକାଶବାଣୀ କଟକ ପୁରସ୍କାର
  • ଜୀବନ ରଙ୍ଗ ପୁରସ୍କାର

ଆଧାର[ସମ୍ପାଦନା]

  1. Ravi Bhushan (2008). Reference India: biographical-notes about men & women of achievement of today & tomorrow. Rifacimento International.
  2. "Niladri Bhusan Harichandan". prabook.com. prabook.com. Retrieved 2 September 2019.
  3. Reference India. Tradesman & Men India. 2007.
  4. Gopinath Mohanty; Jeeban Kumar Patnaik; Santosha Kumāra Ratha. Cultural Heritage of [Orissa]: Jajpur. State Level Vyasakabi Fakir Mohan Smruti Samsad.
  5. Sahitya Akademi (2005). Annual Report. Sahitya Akademi.
  6. "Chilika Sahitya Samaj holds Visuba Milan". www.dailypioneer.com. daily pioneer. Retrieved 2 September 2019.
  7. "ପ୍ରଫେସର ନୀଳାଦ୍ରିଭୂଷଣ ହରିଚନ୍ଦନଙ୍କ ସ୍ରୃଷ୍ଟି ସମ୍ଭାର" (PDF). pattamundaicollege.ac.in. Retrieved 28 March 2021.
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ବ୍ୟକ୍ତିତ୍ୱ". odishasahityaakademi.org. ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 8 October 2020. Retrieved 2 September 2019.
  9. "ସାହିତ୍ୟିକମାନଙ୍କର ବୃହତ ଦୃଷ୍ଟିଭଙ୍ଗୀ ଜରୁରୀ". www.dharitri.com. ୧୩ ମାର୍ଚ୍ଚ ୨୦୧୧. Archived from the original on ୨୪ ଫେବୃଆରୀ ୨୦୨୧. Retrieved 24 February 2021. {{cite web}}: Check date values in: |date= and |archivedate= (help)
  10. "ପ୍ରଥମ ରୋଜଗାର ଧରିତ୍ରୀ ଛୁଟିଦିନ ସେପ୍ଟେମ୍ବର ୧, ୨୦୧୯". dharitriepaper.in. ଧରିତ୍ରୀ. Retrieved 2 September 2019.