ଗୀତା ମହାଳିକ
ଗୀତା ମହାଳିକ | |
---|---|
ଜନ୍ମ | ୧୯୪୮ |
ଜାତୀୟତା | ଭାରତୀୟ |
ବୃତ୍ତି | ଓଡ଼ିଶୀ ନୃତ୍ୟ ଶିଳ୍ପୀ |
ୱେବସାଇଟ | GeetaMahalik |
ଗୀତା ମହାଳିକ ଓଡ଼ିଶାରେ ଜନ୍ମିତ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ।
ବାଲ୍ୟ ଜୀବନ ଓ ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଗୀତା ମହାଳିକ ୧୯୪୮ ମସିହାରେ କୋରାପୁଟରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ଖୁବ୍ କମ୍ ବୟସରେ ପ୍ରଖ୍ୟାତ ନୃତ୍ୟଗୁରୁ ଦେବ ପ୍ରସାଦ ଦାଶଙ୍କ[୨]ଠାରୁ ପ୍ରାରମ୍ଭିକ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ଏହା ପରେ ପରେ ସେ ପ୍ରଖ୍ୟାତ ନୃତ୍ୟଗୁରୁ ମାୟାଧର ରାଉତ ଙ୍କଠାରୁ ତାଲିମ ନେଲେ । ଫଳରେ ତାଙ୍କ ନୃତ୍ୟରେ କବିତାର ସାବଲୀଳତା ପରିଦୃଷ୍ଟ ହୁଏ ବୋଲି ଅନେକ ନୃତ୍ୟବିଶାରଦ ମତ ଦିଅନ୍ତି[୩] । ଭାରତୀୟ ଅଷ୍ଟନୃତ୍ୟକଳା ମଧ୍ୟରେ ସର୍ବପ୍ରାଚୀନ ଓଡ଼ିଶୀ[୩] ନୃତ୍ୟ ଶୈଳୀର ଅନ୍ୟତମ ପ୍ରଖ୍ୟାତ ନୃତ୍ୟ ଶିଳ୍ପୀ ଭାବେ ସେ ପ୍ରଶିଦ୍ଧ [୪][୫] । ଓଡ଼ିଶୀକୁ ବିଶ୍ୱସ୍ତରରେ ପ୍ରଚାର ଓ ପ୍ରସାର କରିବାରେ ତଥା ଭାରତୀୟ କଳା ଓ ସଂସ୍କୃତିରେ ତାଙ୍କର ଅବଦାନ ପାଇଁ ଭାରତ ସରକାର ୨୦୧୪ ମସିହାରେ ଭାରତର ଚତୁର୍ଥ ବେସାମରିକ ସମ୍ମାନ ପଦ୍ମଶ୍ରୀ ଉପାଧୀରେ ତାଙ୍କୁ ଭୂଷିତ କରିଛନ୍ତି [୬][୭]।
ଗୀତା ପୃଥୀବୀର ବହୁ ଦେଶ ଯଥା; ସ୍ୱିଜର୍ଲ୍ୟାଣ୍ଡ ,ଚୀନ, ଫ୍ରାନ୍ସ୍, ଇଟାଲୀ, ସ୍ପେନ୍, ଆମେରିକା, କାନାଡା, ଜର୍ମାନୀ, ପର୍ତ୍ତୁଗାଲ୍, ଗ୍ରୀସ୍ ତଥା ଆଫ୍ରିକା ମହାଦେଶର ବହୁ ଦେଶ ଭ୍ରମଣ କରି ତାଙ୍କ ନୃତ୍ୟ ପ୍ରଦର୍ଶନ କରିଛନ୍ତି ଏବଂ ପ୍ରଶଂସିତ ମଧ୍ୟ ହୋଇଛନ୍ତି । ସେ ମଧ୍ୟ ଭାରତର ପ୍ରାୟ ସମସ୍ତ ବିଶିଷ୍ଟ ନୃତ୍ୟ ମହୋତ୍ସବରେ ନିଜର ନୃତ୍ୟ ପ୍ରଦର୍ଶନ କରିଛନ୍ତି । ତନ୍ମଧ୍ୟରୁ ଖଜୁରାହୋ ନୃତ୍ୟୋତ୍ସବ, ଏଲୋରା, ଏଲିଫାଣ୍ଟା, କୋଣାର୍କ ନୃତ୍ୟୋତ୍ସବ, ମହାବଳୀପୁରମ୍, ମୁକ୍ତେଶ୍ୱର, ବଦ୍ରି କେଦାର ଉତ୍ସବ, ତାଜ ମହୋତ୍ସବ, କାଳିଦାସ ସମାରୋହ, ଗଙ୍ଗା ମହୋତ୍ସବ ଏବଂ ମଣ୍ଡୁ ମହୋତ୍ସବ ଇତ୍ୟାଦି ପ୍ରମୁଖ ।
ଗୀତା ମହାଳିକ ସଂପ୍ରତି ଦିଲ୍ଲୀରେ ରହନ୍ତି[୪].
ପଦ ପଦବୀ
[ସମ୍ପାଦନା]- ପ୍ରତିଷ୍ଠାତା ନିର୍ଦ୍ଦେଶକ-Geeta's Upasana [୩]
- ସଭ୍ୟ- ସାଧାରଣ ପରିଷଦ (General Council) ସଙ୍ଗୀତ ନାଟକ ଅକାଦେମୀ
ମାନସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ପଦ୍ମଶ୍ରୀ, ୨୦୧୪[୬]
- କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୦୯[୧]
- ଓଡ଼ିଶା ସଙ୍ଗୀତ ନାଟକ ଅକାଦେମୀ,୨୦୧୨ [୮][୯]
- ଗ୍ରାମିନୀ ପୁରସ୍କାର - India International Rural Cultural Centre[୧୦]
- ବରିଷ୍ଠ ଜାତୀୟ ଫେଲୋସିପ୍ - ସଂସ୍କୃତି ବିଭାଗ, ଭାରତ ସରକାର
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Odissi" Sangeetnatak.com
- ↑ "Deba Prasad Dash". Narthaki.com. November 6, 2010. Retrieved August 26, 2014.
- ↑ ୩.୦ ୩.୧ ୩.୨ "About me". About me.com. 2014. Retrieved August 26, 2014.
- ↑ ୪.୦ ୪.୧ "Odissi and Chhau dance" (PDF). Orissa Reference Manual. 2004. Retrieved August 26, 2014.
- ↑ "Archaeology". Odissi Kala Kendra. August 2014. Retrieved August 26, 2014.
- ↑ ୬.୦ ୬.୧ "Padma Awards Announced". Circular. Press Information Bureau, Government of India. January 25, 2014. Archived from the original on March 2, 2014. Retrieved August 23, 2014.
- ↑ "ଦି ଟେଲିଗ୍ରାଫ୍" Sculpture in motion
- ↑ "Odisha Sangeet Natak Akademi". Odisha Sangeet Natak Akademi. 2010. Retrieved August 26, 2014.
- ↑ "Indian Express 3". The New Indian Express. March 24, 2012. Archived from the original on March 7, 2016. Retrieved August 26, 2014.
- ↑ "Geeta Mahalik" Womenspanorama