ଖ୍ରୀଷ୍ଟ ମହାବିଦ୍ୟାଳୟ
| ଖ୍ରୀଷ୍ଟ ମହାବିଦ୍ୟାଳୟ | |
|---|---|
| Latin: Christ College, Cuttack | |
| ସ୍ଥାପିତ | ୨୧ ଜୁଲାଇ ୧୯୪୪ |
| ପ୍ରକାର | ସର୍ବସାଧାରଣ |
| ଅଧ୍ୟକ୍ଷ | ମନ୍ମଥ କୁମାର ଓତା |
| ଶିକ୍ଷାସମ୍ବନ୍ଧୀୟ ସଦସ୍ୟ | ୮୦ |
| ପ୍ରଶାସନୀକ ସଦସ୍ୟ | ୧୦୦ |
| ଛାତ୍ର ଛାତ୍ରୀ ସଂଖ୍ୟା | ୩,୫୦୦ |
| ଅବସ୍ଥାନ | କଟକ, ଓଡ଼ିଶା, ଭାରତ |
| ୱେବସାଇଟ | http://www.christcollege.ac.in// |
ଖ୍ରୀଷ୍ଟ ମହାବିଦ୍ୟାଳୟ, କଟକଠାରେ ଅବିସ୍ଥିତ[୧] ଏକ ସ୍ୱୟଂଶାସିତ ମହାବିଦ୍ୟାଳୟ । ଏଠାରେ +୨, +୩ ସ୍ତରର ଶିକ୍ଷାପ୍ରଦାନ କରାଯାଏ । ୩,୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏବେ ଏଠାରେ ପାଠ ପଢୁଛନ୍ତି । ୨୦୦୫ ମସିହାରେ ନ୍ୟାକ (ରାଷ୍ଠ୍ରୀୟ ମୁଲ୍ୟାୟନ ଏବଂ ପ୍ରତ୍ୟାୟନ ପରିଷଦ), ଏହି ମହାବିଦ୍ୟାଳୟକୁ ବି+ ଶ୍ରେଣୀର ମାନ୍ୟତା ପ୍ରଦାନ କରିଥିଲେ ।
ଇତିହାସ
[ସମ୍ପାଦନା]୨୧ ଜୁଲାଇ ୧୯୪୪ରେ "ଉତ୍କଳ ଖ୍ରୀଷ୍ଟିଆନ କଲେଜ" ନାମରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା । "କଟକ ଖ୍ରୀଷ୍ଟିଆନ ଏଜୁକେସନ ବୋର୍ଡ଼" ଏହି କଲେଜକୁ ପ୍ରତିଷ୍ଠା କରିଥିଲେ । ଏହା "ମିଶନ ସ୍କୁଲ" ପରିସର ମଧ୍ୟରେ କାର୍ଯ୍ୟ କରୁଥିଲା । ରେଭରେଣ୍ଡ ଜୋନାଥନ ମହାନ୍ତି ଏହି ମହାବିଦ୍ୟାଳୟ ପ୍ରତିଷ୍ଠାର ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ରେଭରେଣ୍ଡ ବ୍ରଜାନନ ମହାନ୍ତି ଥିଲେ ପ୍ରଥମ ଅଧକ୍ଷ । ପ୍ରଥମେ ୬୪ଜଣ ବିଦ୍ୟାର୍ଥୀ ଏଠାରେ ନାମ ଲେଖାଇଥିଲେ । ୧୯୪୯ମସିହାରେ ନାମ ପରିବର୍ତ୍ତନ କରାଯାଇ 'ଖ୍ରୀଷ୍ଟ ମହାବିଦ୍ୟାଳୟ' ରଖାଯାଇଥିଲା । ୧୯୫୧ମସିହାରେ ଏହା ନିଜସ୍ୱ କାମ୍ପସକୁ ସ୍ଥାନାନ୍ତର ହୋଇଥିଲା । ସ୍ଥାପନ କାଳରୁ ଏଠାରେ କେବଳ କଳାରେ +୨ ଓ +୩ସ୍ଥରର ଶିକ୍ଷା ଦିଆଯାଉଥିଲା ବେଳେ ୧୯୬୦ମସିହାରେ ବିଜ୍ଞାନ ଓ ୨୦୦୫ରେ ବାଣିଜ୍ୟ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା ।
ଭିତ୍ତିଭୂମି ଓ ସୁବିଧା ସୁଯୋଗ
[ସମ୍ପାଦନା]ବର୍ତ୍ତମାନ ଏଠାରେ +୨ ଶ୍ରେଣୀରେ କଳା ଓ ବାଣିଜ୍ୟରେ ୨୫୬ଟି ସିଟ ଓ ବିଜ୍ଞାନରେ ୩୮୪ଟି ସିଟର ବ୍ୟବସ୍ଥା ଅଛି ।[୨] ୮୦ ଜଣ ଶିକ୍ଷକ ଓ ୧୦୦ ଜଣ ଅନ୍ୟାନ୍ୟ କର୍ମଚାରୀ ଏହି ମହାବିଦ୍ୟାଳୟରେ କାର୍ଯ୍ୟ କରନ୍ତି । ଏଠା ପାଠାଗାରରେ ୪୦ ହଜାରରୁ ଅଧିକ ବହି ଅଛି । ଏଠାରେ ଇନଡୋର ସ୍ପୋର୍ଟ କମ୍ପ୍ଲେକ୍ସ ଓ ଆଶୁ ଚିକିତ୍ସାଳୟର ବ୍ୟବସ୍ଥା ରହିଛି । କାମ୍ପସରେ ୱାଇ-ଫାଇର ବ୍ୟବସ୍ଥା କରାଯାଇଛି ।[୩]
ଆଧାର
[ସମ୍ପାଦନା]- ↑ Orissa (India). (1964). The Orissa Gazette.
- ↑ "ଆର୍କାଇଭ୍ କପି". Archived from the original on 2017-05-05. Retrieved 2018-08-01.
{{cite web}}: Cite has empty unknown parameter:|1=(help) - ↑ "କ୍ୟାମ୍ପସ ପରିକ୍ରମା". No. ସମାଜ ୦୧/୦୮/୨୦୧୮ କଟକ ସଂସ୍କରଣ ପୃଷ୍ଠା ୧୧. Retrieved 1 August 2018.