ପବିତ୍ର ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ପବିତ୍ର ପାଣିଗ୍ରାହୀ
Pabitra Panigrahi
୨୦୨୨ ମସିହାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମତିଥିରେ ପବିତ୍ର ପାଣିଗ୍ରାହୀ ।
Born (1963-06-05) ୫ ଜୁନ ୧୯୬୩ (ବୟସ ୬୦)
Occupationଅଧ୍ୟାପନା
Notable workଗପର ମୁହଁ
Spouseସୁଚିତ୍ରା ପାଣିଗ୍ରାହୀ
Childrenସୌମ୍ୟଶ୍ରୀ ପାଣିଗ୍ରାହୀ, ସତ୍ୟଶ୍ରୀ ପାଣିଗ୍ରାହୀ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର -୨୦୧୫

ପବିତ୍ର ପାଣିଗ୍ରାହୀ ( ଜନ୍ମ : ୫ ଜୁନ ୧୯୬୩), ଜଣେ ଓଡ଼ିଆ ଲେଖକ ।[୧] ସେ ଗଳ୍ପ, ପ୍ରବନ୍ଧ, ଉପନ୍ୟାସ, ଜୀବନୀ ଓ ଅନୁବାଦ ଆଦି ଓଡ଼ିଆ ସାହିତ୍ୟର ବହୁବିଭାଗରେ ଲେଖନି ଚାଳନା କରିଛନ୍ତି । ବୃତିଗତ ସେ ଜଣେ ଇତିହାସ ଅଧ୍ୟାପକ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ପବିତ୍ର ୧୯୬୩ ମସିହା ଜୁନ ମାସ ୫ତାରିଖ ଦିନ ଭଦ୍ରକ ଜିଲ୍ଲାର ଏରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ।[୨] ଭଦ୍ରକରୁ ସ୍କୁଲ କଲେଜ ଶିକ୍ଷା ସମାପ୍ତ କରି, ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ତାଙ୍କ ପରିବାରେ ଧର୍ମପତ୍ନୀ ସୁଚିତ୍ରା ଓ ଜ୍ୟେଷ୍ଠ ପୁତ୍ର ସୌମଶ୍ରୀ ଉଭୟ ସାହିତ୍ୟିକ ଓ ଉଭୟଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇ ସାରିଛି । କନିଷ୍ଠ ପୁତ୍ରଙ୍କ ନାମ ସତ୍ୟଶ୍ରୀ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ସେ ଛାତ୍ରାବସ୍ଥାରୁ ଲେଖାଲେଖି ଆରମ୍ଭ କରିଥିଲେ । ଭଦ୍ରକ କଲେଜରେ ଆଇଏ ପଢୁଥିବା ସମୟରେ ତାଙ୍କର ପ୍ରଥମ ଗପ 'ଅନ୍ଧାରର ଅନ୍ଧ ମନ', କଲେଜ ପତ୍ରିକା 'ପଲ୍ଲୀ ଭାରତୀ'ରେ ପ୍ରକାଶ ପାଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ ତାଙ୍କର ସାହିତ୍ୟ ସର୍ଜନା ଅଧିକ ମୁଖରିତ ହୋଇଥିଲା । ବିଶ୍ୱବିଦ୍ୟାଳୟ ପତ୍ରିକା 'ବାଣୀ ବିକାଶ'ର ସେ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ସେ ମୁଖ୍ୟତଃ ଜଣେ ଗାଳ୍ପିକ ହୋଇଥିବା ବେଳେ ପ୍ରବନ୍ଧ, ଉପନ୍ୟାସ, ଜୀବନୀ ଓ ଅନୁବାଦ ଆଦି ଓଡ଼ିଆ ସାହିତ୍ୟର ବହୁବିଭାଗରେ ସେ ଲେଖନି ଚାଳନା କରିଛନ୍ତି । ୧୯୮୮ ମସିହା ବେଳକୁ "ଗଳ୍ପଝର" ନାମକ ପତ୍ରିକା ସମ୍ପାଦାନା ସହିତ ସେ ଜଡ଼ିତ ଥିଲେ । ସେହି ପତ୍ରିକାର ପ୍ରକାଶକ ବିଜୟ କୁମାର ସାହୁ ତାଙ୍କର ପ୍ରଥମ ଗଳ୍ପ ସଂକଳନ ପ୍ରେମିକର ଦଶାବତାର ମଧ୍ୟ ପ୍ରକାଶ କରିଥିଲେ । ବସନ୍ତ ମୁଦୁଲୀ ସ୍ମୃତି ସଂସଦ ଭଳି ଅନୁଷ୍ଠାନ ସହ ସେ ଜଡ଼ିତ ରହିଆସିଛନ୍ତି ।[୩]

ରଚନାବଳୀ[ସମ୍ପାଦନା]

ପବିତ୍ରଙ୍କର ସମୁଦାୟ ୩୩ଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ସେଥି ମଧ୍ୟରୁ ୮ଟି ଶିଶୁ ସାହିତ୍ୟ ଓ ୮ଟି କବିତା ପୁସ୍ତକ ଅନ୍ତର୍ଭୁକ୍ତ । ତାଙ୍କ ସମ୍ପାଦନାରେ ୬ଟି ଗଳ୍ପ, ୫ଟି କବିତା ଓ ୩ଟି ଅନୁଦିତ ପୁସ୍ତକ ପ୍ରକାଶିତ ହୋଇଛି ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୫ ( କ୍ଷୁଦ୍ରଗଳ୍ପ ସଂକଳନ 'ଗପର ମୁହଁ ପାଇଁ)[୫]
  • ରାଜଧାନୀ ପୁସ୍ତକମେଳା ଗଳ୍ପ ପୁରସ୍କାର
  • ପ୍ରଜାତନ୍ତ୍ର ବିଷୁବ ମିଳନ ଗଳ୍ପ ପୁରସ୍କାର
  • ଦୁର୍ଗାମାଧବ ମିଶ୍ର ଗଳ୍ପ ପୁରସ୍କାର
  • ଟାଇମପାସ ବେଷ୍ଟ ସେଲର ପୁରସ୍କାର
  • ଗୋକର୍ଣ୍ଣିକା ରଜତ ଜୟନ୍ତୀ ଗଳ୍ପ ସମ୍ମାନ
  • ଫକୀରମୋହନ ସାହିତ୍ୟ ସଂସଦ ଗଳ୍ପ ପୁରସ୍କାର[୬]

ଆଧାର[ସମ୍ପାଦନା]

  1. Auro Varat Patnaik (2 February 2015). Beauty Beyond Beauty. timepass. pp. 15–. ISBN 978-81-908537-3-6.
  2. "କଥାଶିଳ୍ପୀ ପବିତ୍ର ପାଣିଗ୍ରାହୀ ପାଇବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର". No. ସମାଜ ୧୧/୦୭/୨୦୨୦ ଉତ୍ତର ଓଡ଼ିଶା ସଂସ୍କରଣ ପୃଷ୍ଠା ୭. ସମାଜ. Archived from the original on 11 July 2020. Retrieved 11 July 2020.{{cite news}}: CS1 maint: bot: original URL status unknown (link)
  3. http://www.thehindu.com/todays-paper/tp-national/tp-otherstates/Basant-Mudulis-poetry-celebrated/article15906917.ece
  4. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ମେ ୨୭- ଜୁନ ୯, ୨୦୧୭ ପୃଷ୍ଠା ୨. Retrieved 7 June 2017.
  5. "୨ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଘୋଷଣା". No. ସମ୍ବାଦ ୧୧/୦୭/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ସମ୍ବାଦ. Retrieved 11 July 2020.
  6. "ଅଳ୍ପ ଆଳାପ". No. ସମ୍ବାଦ ୧୨/୪/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. Archived from the original on ୧୫/୦୧/୨୦୨୧. Retrieved 12 April 2020. {{cite news}}: Check date values in: |archivedate= (help)