ହୃଦାନନ୍ଦ ରାୟ

ଉଇକିପିଡ଼ିଆ‌ରୁ
ହୃଦାନନ୍ଦ ରାୟ
ହୃଦାନନ୍ଦ ରାୟ.JPG
ଜନ୍ମ(1930-05-10)୧୦ ମଇ ୧୯୩୦
ଗୋବିନ୍ଦ ତୋଟା, ନାଉଗାଁ, ଜଗତସିଂହପୁର
ମୃତ୍ୟୁ୨୭ ଜୁଲାଇ ୨୦୧୫(2015-07-27) (ବୟସ ୮୫)
ଜାତୀୟତାଭାରତୀୟ
ପୁରାତନ ଛାତ୍ରରେଭେନ୍ସା ମହାବିଦ୍ୟାଳୟ, ରେଭେନ୍‌ସା କଲିଜିଏଟ ସ୍କୁଲ
ଜଣାଶୁଣାସାହିତ୍ୟିକ, ଦାର୍ଶନିକ ଓ ଶିକ୍ଷାବିତ
ସନ୍ତାନରଞ୍ଜିତ, ବିକ୍ରମ, ସଂଗ୍ରାମ, ନୟନତାରା
ପୁରସ୍କାର(ଗୁଡ଼ିକ)ଶାରଳା ପୁରସ୍କାର
Signature
Hrudananda-Ray Odia author.png

ହୃଦାନନ୍ଦ ରାୟ (୧୦ ମଇ ୧୯୩୦ - ୨୭ ଜୁଲାଇ ୨୦୧୫ ) ଜଣେ ଓଡ଼ିଆ ସାହିତ୍ୟିକ[୧], ଦାର୍ଶନିକ ଓ ଶିକ୍ଷାବିତ । ସେ ବହୁ କବିତା, ପ୍ରବନ୍ଧ, ଭ୍ରମଣ କାହାଣୀ ଲେଖିବା ସହ ଜଣେ ବାଗ୍ମୀ ଓ ବକ୍ତା ଭାବରେ ଓଡ଼ିଶା ଓ ବାହାରେ ପରିଚିତ । ବିଭିନ୍ନ ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ସେ ସମାଜର ହିତ ଦିଗରେ କାର୍ଯ୍ୟ କରିଥିଲେ ।[୨]

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ହୃଦାନନ୍ଦ, ୧୯୩୦ ମଇ ୧୦ତାରଖରେ ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ ଗୋବିନ୍ଦ ତୋଟା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍‌ସା କଲିଜିଏଟ ସ୍କୁଲରୁ ମାଟ୍ରିକ ପାସ କରି ଖ୍ରୀଷ୍ଟ ମହାବିଦ୍ୟାଳୟରୁ ଆଇ.ଏ, ୧୯୫୦ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ୧୯୫୨ ବାରଣାସୀ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ସ୍ନାତକୋତ୍ତର ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସର୍ବଭାରତୀୟସ୍ତରରେ ସେ "ଗାଏକୱର୍ଡ୍-ଫେଲୋସିପ" ଲାଭ କରିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

୧୯୫୮ମସିହାରେ, ହୃଦାନନ୍ଦ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ ।[୩] ଏଠାରେ ସେ, ଅଧ୍ୟାପକରୁ ପ୍ରାଧ୍ୟାପକ ଓ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ପୁରୀର ସାମନ୍ତ ଚନ୍ଦ୍ରଶେଖର କଲେଜରେ ସେ ଅଧ୍ୟକ୍ଷ[୪] ଭାବରେ କାର୍ଯ୍ୟ କରି ୧୯୮୮ ମସିହାରେ ଅବସର ଗ୍ରହଣ କରିଥିଲେ । ଅବସର ପରେ, ସେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ଉପନିର୍ଦ୍ଦେଶକ ଭାବରେ ୪ ବର୍ଷ କାର୍ଯ୍ୟ କରିଥିଲେ ।

ସାହିତ୍ୟିକ ଓ ସାମାଜିକ ଜୀବନ[ସମ୍ପାଦନା]

ଧର୍ମ, ସାହିତ୍ୟ, ସଂସ୍କୃତିର ଜଣେ ବାଗ୍ମୀ ଓ ବକ୍ତାଭାବରେ ହୃଦାନନ୍ଦ ଦେଶବିଦେଶରେ ପରିଚିତ । ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ସେ କାର୍ଯ୍ୟ କରିଥିଲେ । ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କ ନେତୃତ୍ୱରେ ହୃଦାନନ୍ଦ କଳିଙ୍ଗ ଭାରତୀ ଅନୁଷ୍ଠାନରେ ଯୋଗଦେଇ ଭଞ୍ଜ ସାହିତ୍ୟର ପ୍ରଚାର ଓ ପ୍ରସାର କ୍ଷେତ୍ରରେ କାର୍ଯ୍ୟ କରିଥିଲେ । ସେ ପ୍ରାୟ ୨୦ଟିରୁ ଉର୍ଦ୍ଧ ପୁସ୍ତକ ରଚନା କରିଛନ୍ତି । ସେ ବହୁବାର ରଥଯାତ୍ରାରେ ଧାରା ବିବରଣୀ ପ୍ରଦାନ ମଧ୍ୟ କରୁଥିଲେ । [୫]

ରଚନାବଳୀ[ସମ୍ପାଦନା]

  • ଆମେରିକା: ଯେତିକି ଦେଖିଛି, ଯେତିକି ବୁଝିଛି
  • ଶ୍ରୀ ଜଗନ୍ନାଥ ତତ୍ତ୍ୱ ରହସ୍ୟ
  • କଳି ଭାଗବତ ସମୀକ୍ଷା
  • ପତ୍ରେ ପୁଷ୍ପେ[୬]
  • ଜଣେ ଅନୁଭବୀ ଅବୁଭବରେ(ଆତ୍ମଜୀବନୀ)
  • ଶାରଳା ରତ୍ନଭଣ୍ଡାର ରସସାଗର
  • ଭଞ୍ଜ-ଭାଗବତ
  • ଅଦ୍ୱେତ ବେଦାନ୍ତ ପରିଚୟ
  • ପାଶ୍ଚାତ୍ୟ ଦର୍ଶନର ଇତିହାସ
  • ନବଜାତକ ତତ୍ତ୍ୱାର୍ଥ ଖଣ୍ଡ[୭]
  • Dialectic[୮]
  • Bicchanda Caraṇa Paṭṭanāẏaka[୯]
  • Kant : An Exposition of Critique of Pure Reason
  • Philosophical study on the Kaḷibhagabata, a verse work, by Abhirama Paramahaṃsa, 1904-1963
  • Bicchanda Charaṇa Paṭṭanaẏaka and Bedabyasa-kr̥ta Brahmasutra[୧୦]
  • Sankara as a Romantic Philosopher[୧୧]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଆ ସାହିତ୍ୟ ଏକାଡେମୀ ସମ୍ମାନ (ଜାଣେ ଅନୁଭବୀ ଅନୁଭବରେ ପାଇଁ), ୨୦୦୩[୧୨]
  • ଶାରଳା ପୁରସ୍କାର, ୨୦୦୫
  • ସାହିତ୍ୟଶ୍ରୀ ସମ୍ମାନ
  • ଓଡ଼ିଆ ଭୂଷଣ ସମ୍ମାନ
  • ବ୍ୟାସଦେବ ସମ୍ମାନ
  • ମଧୁ ସ୍ୱାଭିମାନ ସମ୍ମାନ[୧୩]

ଆଧାର[ସମ୍ପାଦନା]

  1. Patre pushpe prabandha. Oḍiśā Buk Shṭora. 2008. ISBN 978-81-7400-514-4.
  2. "Hrudananda Ray Dead". The New Indian Express. Retrieved 10 May 2016.
  3. "Eminent writer Prof Hrudananda Ray passes away". dna. 28 July 2015. Retrieved 10 May 2016.
  4. Niranjan Mohanty (1987). The Philosophy of Thakur Sri Abhiram Paramahamsa. Sriguru Prakasani.
  5. "ସାହିତ୍ୟିକ ହୃଦାନନ୍ଦ ରାୟଙ୍କ ପରଲୋକ". ଧରିତ୍ରୀ ୨୮/୦୭/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. Retrieved 29 July 2015.
  6. http://www.iamin.in/en/bhubaneswar/news/odisha-sahitya-akademi-pays-homage-eminent-odia-writer-prof-hrudananda-ray-65646
  7. "ସାରସ୍ୱତ ସାଧକ ପ୍ରଫେସର୍ ହୃଦାନନ୍ଦ". ସମ୍ବାଦ ୧୦/୦୫/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 10 May 2016.
  8. Dialectic. Santosh Publications. 1998. ISBN 978-81-86475-27-0.
  9. Bicchanda Caraṇa Paṭṭanāẏaka. Oḍiśā Sāhitya Ekāḍemī. 1990.
  10. http://odishasuntimes.com/2015/07/27/eminent-odisha-author-orator-prof-hrudananda-ray-is-no-more/
  11. Hrudananda Ray (1991). Sankara as a Romantic Philosopher. Akash Publications.
  12. http://odisha.gov.in/e-magazine/orissaannualreference/ora-2011/pdf/92-99.pdf
  13. "ପ୍ରଫେସର ହୃଦାନନ୍ଦ ରାୟଙ୍କ ପରଲୋକ". ସମ୍ବାଦ ୨୮/୦୭/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. Retrieved 29 July 2015.