ହଳଧର ନାଗ
ହଳଧର ନାଗ | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ଘେଁସ, ସୋହେଲା ବରଗଡ଼ | ୩୧ ମାର୍ଚ୍ଚ ୧୯୫୦
ଜାତୀୟତା | ଭାରତୀୟ |
ପୁରସ୍କାର | ପଦ୍ମଶ୍ରୀ |
ଜୀବନସାଥୀ | ମାଳତୀ |
ସନ୍ତାନ | ନନ୍ଦିନୀ |
ହଳଧର ନାଗ ଓଡ଼ିଶାର ଜଣେ ପଦ୍ମଶ୍ରୀ ସମ୍ମାନିତ କବି ଓ ଲେଖକ । ସେ ସମ୍ବଲପୁରୀ ଭାଷାରେ ସାହିତ୍ୟ ସର୍ଜନା କରି, ସେ ପ୍ରାୟ ୩୩୦ରୁ ଉର୍ଦ୍ଧ ଅନୁଷ୍ଠାନଦ୍ୱାରା ପୁରସ୍କୃତ ହୋଇଛନ୍ତି ।[୧]
ବାଲ୍ୟଜୀବନ[ସମ୍ପାଦନା]

ହଳଧର ବରଗଡ଼ ଜିଲ୍ଲାର ଘେଁସଠାରେ ୧୯୫୦ ମସିହା ମାର୍ଚ ୩୧ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । [୨] ମାତା ଗୁରୁବାରୀ ଓ ପିତା ଭଜନାଗଙ୍କ ୫ପୁଅ ଓ ୧ଝିଅଙ୍କ ମଧ୍ୟରୁ, ସେ ସର୍ବ କନିଷ୍ଠ । ହଳଧରଙ୍କ ପିଲାଦିନର ନାମ "କାଲିଆ" । ଦିନମଜୁରିଆ ପିତା ଭଜନାଗ, ପୁଅ ହଳଧରଙ୍କୁ ମାତ୍ର ୩ୟ ଶ୍ରେଣୀ ଯାଏଁ ପାଠ ପଢେଇ ପାରିଥିଲେ । ହଳଧର ପିଲାବେଳେ ଘେଁସର ପ୍ରାଥମିକ ବିଦ୍ୟାଳୟରେ ସେ ଜଣେ ପାଣି ଭାରୁଆ ଭାବେ କାମ କରୁ ଥିଲେ । ମାତ୍ର ୧୦ବର୍ଷ ବୟସରୁ ସେ ନିଜ ପିତାମାତାଙ୍କୁ ହରେଇଥିଲେ । ନିଜ ଗୁଜୁରାଣ ମେଣ୍ଟାଇବା ପାଇ ସେ ବିଦ୍ୟାଳୟ ହତାରେ ଏକ ତେଜରାତି ଦୋକନ କରି ସେ ଗୁଜୁରାଣ ମେଣ୍ଟାଉ ଥିଲେ । ସେଇଠି ଶିକ୍ଷକମାନେ ପିଲାମାନଙ୍କୁ ପଢାଇବା ସମୟରେ ତାକୁ ଶୁଣି ଓ ମନେରଖି ସେ ନିଜେ ନିଜେ ଅଭ୍ୟାସ କରୁଥିଲେ ।
ସାହିତ୍ୟ ସାଧନା[ସମ୍ପାଦନା]
ଧରାବନ୍ଧା ଶିକ୍ଷାର ଅଭାବ ହଳଧରଙ୍କ ସାହିତ୍ୟ ସର୍ଜନାରେ କେବେ ବାଧା ହୋଇ ପାରିନାହିଁ । ଆରମ୍ଭରୁ ସମ୍ବଲପୁରୀ ଲୋକ କାହାଣୀ ଲେଖୁଥିବା ହଳଧର, ୧୯୯୦ ମସିହାରେ ସେ ନିଜ ପ୍ରଥମ କବିତା "ଧୋଡୋ ବରଗଛ୍" ଲେଖିଥିଲେ ।[୩] ନିଜର ଅନୁଭୁତିକୁ ପାଥେୟ କରି ସେ ଲେଖିଛନ୍ତି ଅନେକ ଲୋକକାବ୍ୟ । ସମ୍ବଲପୁରୀ ଭାଷାରେ ତାଙ୍କର ଅନେକ କିମ୍ବଦନ୍ତୀ ମୁଳକ କାବ୍ୟ ଅଛି । ତାଙ୍କ ରଚନା ମଧ୍ୟରୁ "ମହାସତୀ ଉର୍ମିଳା" ସର୍ବଶ୍ରେଷ୍ଠ ବୋଲି ହଳଧର ମନେ କରନ୍ତି ।
ଲୋକକାବ୍ୟ[ସମ୍ପାଦନା]
- ରାତି
- ଚଏତ୍ର ସକାଲ୍ ଆଏଲା
- ଶବରୀ
- ମାଁ
- ଅଛିଆ
- ବଛର୍
- ମହାସତୀ ଉର୍ମିଳା
- ରସିଆ କବି
- ସତିଆ ବିହା
- ଗୁଆଲ ତୀର୍ଥ
- ତପଚାରୀ ବାବା
- ହଲଧର ଧାମ
- ତାରା ମନ୍ଦୋଦରୀ
- ଶିରୀ ସମଲାଇ
- ଲକ୍ଷ୍ମୀପୁରାଣ
- ପ୍ରେମ୍ ପଏଚନ
- ବୀର୍ ସୁରେନ୍ଦ୍ର ସାଇ
- ସନ୍ଥ କବି ଭୀମଭୋଇ
- ଋଷି କବି ଗଙ୍ଗାଧର
- ଭାବ୍
- ସୁରୁତ୍
- ଭାବ ସୁରୁତ୍
- ହଳଧର ଗ୍ରନ୍ଥାବଳୀ -୧(ଫ୍ରେଣ୍ଡସ ପବ୍ଳିସରସ୍ କଟକ)
- ହଳଧର ଗ୍ରନ୍ଥାବଳୀ -୨(ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶିତ ହୋଇ, ପାଠ୍ୟକ୍ରମର ଅନ୍ତର୍ଭୁକ୍ତ କରାଯିବ)[୪]
ହଳଧରଙ୍କ ନାଁରେ "ଲୋକ କବି ରତ୍ନ ହଳଧର ସଂସ୍କୃତି ପରିଷଦ", "ହଳଧର ସାହିତ୍ୟ ସଂସଦ", "ହଳଧର କ୍ଲବ" ଓ "ଲୋକକବି ହଳଧର ବନ ବିଦ୍ୟାଳୟ" ଆଦି ଅନୁଷ୍ଠାନ ଗଢ଼ି ଉଠିଛି ।[୫]
ସମ୍ମାନ[ସମ୍ପାଦନା]
- ପଦ୍ମଶ୍ରୀ - ୨୦୧୬[୬]
- କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ - ୨୦୧୭[୭]
- ବ୍ରହ୍ମପୁତ୍ର ସମ୍ମାନ (ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦତ୍ତ)
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୪
ଉପାଧୀ[ସମ୍ପାଦନା]
- ଲୋକ କବିରତ୍ନ
- କୋଶଳ କୁଇଲି
- ଯାଦବ କୁଳ ଗୌରବ
- କୋଶଳ ରତ୍ନ
- ଯାଦବ ରତ୍ନ[୮]
ଆଧାର[ସମ୍ପାଦନା]
- ↑ http://www.telegraphindia.com/1100925/jsp/orissa/story_12978196.jsp
- ↑ http://edwardbetts.com/find_link/Haldhar_Nag
- ↑ http://prameyanews7.com/en/jan2016/odisha/12727/Odisha%E2%80%99s-Nila-Madhab-Panda-and-Kosli-poet-Haldhar-Nag-chosen-for-Padma-Shri-Award.htm
- ↑ http://www.newindianexpress.com/magazine/Social-Change-High-on-This-Poet-Crusader%E2%80%99s-List/2014/08/03/article2358033.ece
- ↑ "ସାଧାରଣ ମଣିଷର ଅସାଧାରଣ ପ୍ରତିଭା". ପ୍ରଗତିବାଦୀ ୨୮/୦୧/୨୦୧୬ ପୃଷ୍ଠା କ. Retrieved 28 January 2016.[permanent dead link]
- ↑ http://odishasuntimes.com/2016/01/25/odishas-nila-madhab-panda-haladhar-nag-among-padma-awardees/
- ↑ "Four Odias get Sahitya Akademi Award". The Pioneer. 6 December 2018. Retrieved 6 December 2018.
- ↑ "ଆର୍କାଇଭ୍ କପି". Archived from the original on 2016-04-21. Retrieved 2016-01-28.
{{cite web}}
: Cite has empty unknown parameter:|1=
(help)