ସୌଭାଗ୍ୟ କୁମାର ମିଶ୍ର
ଦେଖଣା
ସୌଭାଗ୍ୟ କୁମାର ମିଶ୍ର (ଜନ୍ମ ୫ ସେପ୍ଟେମ୍ବର ୧୯୪୧) ବ୍ରହ୍ମପୁର, ଓଡ଼ିଶାରେ ଜନ୍ମିତ ଜଣେ କବି ।[୧] ୧୯୫୫ ମସିହାରୁ ଲେଖି ଆସୁଥିବା, ସୌଭାଗ୍ୟ ମିଶ୍ର ୨୫ରୁ ଊର୍ଦ୍ଧ୍ୱ ପୁସ୍ତକ ରଚନା କରିସାରିଛନ୍ତି ।[୨] ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଓ ଡକ୍ଟରେଟ ଉପାଧି ହାସଲ କରିବା ପରେ କଲେଜରେ ଅଧ୍ୟାପନା ଅାରମ୍ଭ କରିଥିଲେ । ବିଜେବି କଲେଜ ଓ ରେଭେନ୍ସା ମହାବିଦ୍ୟାଳୟ ଆଦିରେ ଶିକ୍ଷାଦାନ କରିବା ପରେ, ୧୯୭୮ରୁ ୨୦୦୧ ଯାଏଁ ବହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ ।[୩] ୧୯୮୬ ମସିହାରେ ତାଙ୍କ କବିତା ସଂକଳନ "ଦ୍ୱା ସୁପର୍ଣ୍ଣା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
ରଚନାବଳୀ
[ସମ୍ପାଦନା]- ଆତ୍ମନେପଦୀ (୧୯୬୫)
- ମଧ୍ୟପଦଲୋପୀ (୧୯୭୦)
- ନଈ ପହଁରା (୧୯୭୩)
- ଅନ୍ଧ ମହୁମାଛି (୧୯୭୭)
- ବଜ୍ରଯାନ (୧୯୮୧)
- ଦ୍ୱା ସୁପର୍ଣ୍ଣା (୧୯୮୪)[୫]
- ମଣିକର୍ଣ୍ଣିକା (୧୯୯୦)
- ଅନ୍ୟତ୍ର (୧୯୯୪)
- ଚରାଚର (୧୯୯୯)
- ଉଜ୍ଜୟିନୀ (୨୦୦୫)
- ମାତୃସ୍ପର୍ଶ (୨୦୦୯)
- କାବ୍ୟ ସମ୍ଭାବର
- ପୁନର୍ବସୁ[୬]
ଗଳ୍ପ ସଙ୍କଳନ
[ସମ୍ପାଦନା]- କଥା ଚାରିପଦ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୮୬(ଦ୍ୱା ସୁପର୍ଣ୍ଣା ପାଇଁ)[୭]
- ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୯ (ଅନ୍ଧ ମହୁମାଛି ପାଇଁ)[୮]
- ସାହିତ୍ୟ ଭାରତୀ ସମ୍ମାନ, ୨୦୦୯ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ)[୯]
- ରାଜ୍ୟପାଳଙ୍କ ସମ୍ମାନ ଫଳକ, ୧୯୯୩[୧୦]
- ବିଷୁବ ପୁରସ୍କାର, ୨୦୧୦ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୧୧]
- ସାରଳା ସମ୍ମାନ, ୨୦୧୭
- ଗଙ୍ଗାଧର ଜାତୀୟ ସମ୍ମାନ, ୨୦୧୩
- ସଚ୍ଚି ରାଉତରାୟ କବିତା ସମ୍ମାନ, ୨୦୦୬ (ଭୁବନେଶ୍ୱର ପୁସ୍ତକ ମେଳା)
- ଆଇଓୱା ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନୀତ, ୧୯୮୩[୧୨]
- ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଥମ ରାଇଟର-ଇନ୍-ରେସିଡେନ୍ସ, ୨୦୧୦-୧୧[୧୩]
ଟୀକା
[ସମ୍ପାଦନା]- ↑ Vinay Dharwadker; A. K. Ramanujan (1994). The Oxford Anthology of Modern Indian Poetry. OUP (India?). ISBN 978-0-19-562865-4.
- ↑ ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୬
- ↑ "ପ୍ରଫେସର ସୌଭାଗ୍ୟ ମିଶ୍ରଙ୍କୁ ଗଙ୍ଗାଧର ଜାତୀୟ ସମ୍ମାନ" (PDF). ସମ୍ବାଦ. Retrieved 12 December 2014.[permanent dead link]
- ↑ ସିଂହ, ଅଧ୍ୟାପକ ଡକ୍ଟର ବିଜୟାନନ୍ଦ (2011). "ବିଶିଷ୍ଟ କବି ସୌଭାଗ୍ୟ ମିଶ୍ରଙ୍କ ସହ ସାକ୍ଷାତ୍କାର - ଓଡ଼ିଆସାହିତ୍ୟ ପ୍ରେସ୍". odiasahitya.com. Retrieved 4 Jan 2013.
ସୌଭାଗ୍ୟ ମିଶ୍ରଙ୍କ ସାରସ୍ୱତ ସୃଷ୍ଟି
- ↑ D. S. Rao (1 January 2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 62–. ISBN 978-81-260-2060-7.
- ↑ ନିତିଦିନ ୦୫/୦୮/୨୦୧୭ ପୃଷ୍ଠା ୯ରେ ପ୍ରକାଶିତ ବ୍ୟକ୍ତିତ୍ୱ
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 19June 2021.
{{cite web}}
: Check date values in:|accessdate=
(help) - ↑ http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
- ↑ Kanungo, Dipti Ranjan (2009). "Sahitya Bharati award to be conferred to Saubhagya Kumar Mishra, Orissa News". orissadiary.com. Archived from the original on 13 March 2013. Retrieved 4 January 2013.
The prestigious ' Sahitya Bharati ' award of the Sri Gangadhar Rath Foundation will be conferred on the famous poet Saubhagya Kumar Mishra
- ↑ http://www.oocities.org/indian_poets/oriya.html
- ↑ "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୯ ଜୁନ ୨୦୨୧.
{{cite web}}
: Check date values in:|accessdate=
(help) - ↑ http://www.odiasahitya.com/members/memberprofile/?member=Soubhagya+Mishra
- ↑ "ଆର୍କାଇଭ୍ କପି" (PDF). Archived from the original (PDF) on 2012-10-16. Retrieved 2014-09-16.
{{cite web}}
: Cite has empty unknown parameter:|1=
(help)