ନଟବର ସାମନ୍ତରାୟ
ନଟବର ସାମନ୍ତରାୟ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୨୩ ଡିସେମ୍ବର ୧୯୧୮ |
ମୃତ୍ୟୁ | ୧୭ ଅଗଷ୍ଟ ୨୦୦୦ | (ବୟସ ୮୧)
ବୃତ୍ତି | ଲେଖକ, ସମୀକ୍ଷକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦) |
ନଟବର ସାମନ୍ତରାୟ (୨୩ ଡିସେମ୍ବର ୧୯୧୮ - ୧୭ ଅଗଷ୍ଟ ୨୦୦୦)[୧] ଜଣେ ଓଡ଼ିଆ ଲେଖକ ଓ ସାହିତ୍ୟ ସମୀକ୍ଷକ ଥିଲେ ।[୨] ତାଙ୍କର କେତେକ ଜଣାଶୁଣା ସାହିତ୍ୟ-ଐତିହାସିକ ରଚନାବଳୀଗୁଡ଼ିକ ମଧ୍ୟରୁ ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦)[୩][୪] , ଆଧୁନିକ ଓଡ଼ିଆ ସାହିତ୍ୟର ଭିତ୍ତିଭୂମି, ଏବଂ ବ୍ୟାସକବି ଫକୀରମୋହନ ଆଦି ପ୍ରମୁଖ ।[୫] ତାଙ୍କ ସମୀକ୍ଷା ଲିଖନସବୁ ଜଣାଶୁଣା ଓଡ଼ିଆ ଲେଖକ ଫକୀରମୋହନ ସେନାପତି ଓ ରାଧାନାଥ ରାୟ ଆଦିଙ୍କ ରଚନା ଉପରେ ପର୍ଯ୍ୟବସିତ ।[୬] ତାଙ୍କ ଐତିହାସିକ ଗବେଷଣା ବ୍ରିଟିଶ ଶାସନ କାଳରେ ଉପକୂଳ ଓଡ଼ିଶା ଉପରେ ତାହାର ପ୍ରଭାବକୁ ନେଇ ୧୮୦୩ ମସିହାରୁ ୧୯୨୦ ମସିହା ଭିତରେ ପ୍ରକାଶିତ ପ୍ରମୁଖ ଓଡ଼ିଆ ରଚନାବଳୀ[୭] ଏବଂ ତାତ୍କାଳୀକ ଆଧୁନିକ ଓଡ଼ିଆ ସାହିତ୍ୟ ଉପରେ ବ୍ରିଟିଶ ଶାସନର ପ୍ରଭାବର ଏକ ସବିଶେଷ ବିଶ୍ଳେଶଣ ।[୮]
ରଚନାବଳୀ[ସମ୍ପାଦନା]
- ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦) (୧୯୬୪)[୩][୪][୬]
- ବ୍ୟାସକବି ଫକୀରମୋହନ (୧୯୬୭)[୬]
- ଫକୀରମୋହନ ସାହିତ୍ୟ ସମୀକ୍ଷା (୧୯୮୪)[୭]
- କାବ୍ୟସୃଷ୍ଟି ମାନସ (୧୯୯୯)
- ରାଧାନାଥ ରଚନାବଳୀ ଓ ସେମାନଙ୍କ ପ୍ରକାଶ ସମୟ ନିର୍ଣ୍ଣୟ (ଡଗର, ୨୪, ୬ଷ୍ଠ ଓ ୭ମ ସଂଖ୍ୟା, ୧୯୬୦-୬୧, ପୃ. ୫)[୬]
- ରାଧାନାଥ ସାହିତ୍ୟ ସମୀକ୍ଷା ଏକ ଅଧ୍ୟୟନ (ଝଙ୍କାର, ୮, ୧୧ଶ ସଂଖ୍ୟା, ଫେବୃଆରୀ ୧୯୫୭, ପୃ. ୧୦୬୨)[୬]
- ଯୁଗ ପ୍ରବର୍ତ୍ତକ ରାଧାନାଥ[୯]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ (୧୯୯୫)[୧୦][୧୧]
- ବ୍ୟାସକବି ଫକୀରମୋହନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୫୭-୧୯୫୮)[୯]
- ଯୁଗ ପ୍ରବର୍ତ୍ତକ ରାଧାନାଥ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୫୯-୧୯୬୧)[୯]
- ବିଷୁବ ପୁରସ୍କାର - ୧୯୮୫[୧୨]
ଆଧାର[ସମ୍ପାଦନା]
- ↑ "ନଟବର ସାମନ୍ତରାୟ". ସମ୍ବାଦ. ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼. 17 August 2020. Retrieved 17 August 2020.
- ↑ Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 305–. ISBN 978-81-260-1803-1.
- ↑ ୩.୦ ୩.୧ Dola Gobinda Panda (1980). Political philosophy of Pandit Gopabandhu Das. Santosh Publications.
- ↑ ୪.୦ ୪.୧ Gopinath Mahanty (1978). Radhanath Ray. Sahitya Akademi.
- ↑ Sisir Kumar Das (1991). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 529–. ISBN 978-81-7201-798-9.
- ↑ ୬.୦ ୬.୧ ୬.୨ ୬.୩ ୬.୪ J. K. Samal; Pradip Kumar Nayak (1 January 1996). Makers of Modern Orissa: Contributions of Some Leading Personalities of Orissa in the 2nd Half of the 19th Century. Abhinav Publications. pp. 96–. ISBN 978-81-7017-322-9.
- ↑ ୭.୦ ୭.୧ Satya P. Mohanty (29 March 2011). Colonialism, Modernity, and Literature: A View from India. Palgrave Macmillan. pp. 218–. ISBN 978-0-230-11834-8.
- ↑ Dharam Singh (1 January 1994). Sikhism and Secularism: Essays in Honour of Professor Harbans Singh. Harman Publishing House. ISBN 978-81-85151-90-8.
- ↑ ୯.୦ ୯.୧ ୯.୨ Orissa Reference Manual: ORISSA SAHITYA ACADEMY AWARDED BOOKS AND WRITERS (PDF). Bhubaneswar: Governent of Odisha. 2005. Retrieved 4 November 2015.
- ↑ Orissa reference Manual: ATIBADI JAGANNATH DAS AWARDS (PDF). Bhubaneswar. 2009. Retrieved 4 November 2015.
- ↑ "Atibadi Award conferred on Dhaneswar, Shantanu". The Pioneer. 27 July 2014. Retrieved 4 November 2015.
- ↑ "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 9 October 2020.