Jump to content

ନଟବର ସାମନ୍ତରାୟ

ଉଇକିପିଡ଼ିଆ‌ରୁ

ନଟବର ସାମନ୍ତରାୟ (୨୩ ଡିସେମ୍ବର ୧୯୧୮ - ୧୭ ଅଗଷ୍ଟ ୨୦୦୦)[] ଜଣେ ଓଡ଼ିଆ ଲେଖକ ଓ ସାହିତ୍ୟ ସମୀକ୍ଷକ ଥିଲେ ।[] ତାଙ୍କର କେତେକ ଜଣାଶୁଣା ସାହିତ୍ୟ-ଐତିହାସିକ ରଚନାବଳୀଗୁଡ଼ିକ ମଧ୍ୟରୁ ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦)[][] , ଆଧୁନିକ ଓଡ଼ିଆ ସାହିତ୍ୟର ଭିତ୍ତିଭୂମି, ଏବଂ ବ୍ୟାସକବି ଫକୀରମୋହନ ଆଦି ପ୍ରମୁଖ ।[] ତାଙ୍କ ସମୀକ୍ଷା ଲିଖନସବୁ ଜଣାଶୁଣା ଓଡ଼ିଆ ଲେଖକ ଫକୀରମୋହନ ସେନାପତିରାଧାନାଥ ରାୟ ଆଦିଙ୍କ ରଚନା ଉପରେ ପର୍ଯ୍ୟବସିତ ।[] ତାଙ୍କ ଐତିହାସିକ ଗବେଷଣା ବ୍ରିଟିଶ ଶାସନ କାଳରେ ଉପକୂଳ ଓଡ଼ିଶା ଉପରେ ତାହାର ପ୍ରଭାବକୁ ନେଇ ୧୮୦୩ ମସିହାରୁ ୧୯୨୦ ମସିହା ଭିତରେ ପ୍ରକାଶିତ ପ୍ରମୁଖ ଓଡ଼ିଆ ରଚନାବଳୀ[] ଏବଂ ତତ୍କାଳୀକ ଆଧୁନିକ ଓଡ଼ିଆ ସାହିତ୍ୟ ଉପରେ ବ୍ରିଟିଶ ଶାସନର ପ୍ରଭାବର ଏକ ସବିଶେଷ ବିଶ୍ଳେଷଣ ।[]

ପିତା: ରାସ ବିହାରୀ ସାମନ୍ତରାୟ, ମାତା: ତୁଳସୀ ଦେବୀ

ଜନ୍ମ ସ୍ଥାନ: ରାମଚନ୍ଦ୍ରପୁର, ଡେଲାଙ୍ଗ, ପୁରୀ

ପ୍ରକାଶିତ ପୁସ୍ତକାବଳୀ

[ସମ୍ପାଦନା]
  • ବ୍ୟାସକବି ଫକୀରମୋହନ (୧୯୫୭)[]
  • ଆଧୁନିକ ଓଡ଼ିଆ ସାହିତ୍ୟର ଦିଗଦର୍ଶନ (୧୯୫୯)
  • ଓଡ଼ିଆ ବୈଷ୍ଣବ ସାହିତ୍ୟ (୧୯୫୯)
  • ଯୁଗ ପ୍ରବର୍ତ୍ତକ ସ୍ରଷ୍ଟା ରାଧାନାଥ (୧୯୬୦)[]
  • ସାହିତ୍ୟାଦର୍ଶ (୧୯୬୦)
  • ରାଧାନାଥ ଓ ଚିଲିକା କାବ୍ୟ (୧୯୬୦)
  • ଗଙ୍ଗାଧର ସାହିତ୍ୟ ସମୀକ୍ଷା (୧୯୬୦)
  • ଗଳ୍ପ ନୁହେଁ ସମାଲୋଚନା (୧୯୬୩)
  • ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦, ପିଏଚ୍ ଡ଼ି ନିବନ୍ଧ) (୧୯୬୩)[][][]
  • ଆଧୁନିକ ଓଡ଼ିଆ ସାହିତ୍ୟର ଭିତ୍ତିଭୂମି (୧୯୬୪)
  • ନନ୍ଦକିଶୋର ସାହିତ୍ୟ ସମୀକ୍ଷା (୧୯୬୪)
  • ଓଡ଼ିଆ ପଲ୍ଲୀ ସାହିତ୍ୟ (୧୯୭୦)
  • ଓଡ଼ିଆ ସାହିତ୍ୟକୁ ଅଧ୍ୟାପକ ଆର୍ତ୍ତବଲ୍ଲଭଙ୍କ ଦାନ (୧୯୬୫)
  • ବଡ଼ଜେନା ସାହିତ୍ୟ ସମୀକ୍ଷା (୧୯୭୧)
  • ସଖାହୀନ ପଞ୍ଚସଖା (୧୯୭୫)
  • ମୁଁ କିପରି ଗବେଷଣା କଲି (୧୯୭୬)
  • ଓଡ଼ିଆ ସାହିତ୍ୟରେ ସ୍ୱର ପରିବର୍ତ୍ତନ (୧୯୭୬)
  • ଓଡ଼ିଆ ସାହିତ୍ୟରେ କାଳ ଓ କଳା (୧୯୭୭)
  • ଓଡ଼ିଆ ସାହିତ୍ୟରେ ସମୀକ୍ଷା ଓ ସଂଗ୍ରହ (୧୯୭୭)
  • ଆଧୁନିକ ଓଡ଼ିଆ ସାହିତ୍ୟ ବିକାଶର ପୃଷ୍ଠଭୂମି (୧୯୭୯)
  • ଓଡ଼ିଆ ଧର୍ମ ସାହିତ୍ୟରେ ପଞ୍ଚସଖା ପରିକଳ୍ପନା (୧୯୮୨)
  • ରାଧାନାଥ ସାହିତ୍ୟ ସମୀକ୍ଷା (୧୯୮୪)
  • ଫକୀରମୋହନ ସାହିତ୍ୟ ସମୀକ୍ଷା (୧୯୮୪)[]
  • କବି ଗୋପବନ୍ଧୁଙ୍କ କାବ୍ୟସୃଷ୍ଟି ମାନସ: ଏକ ସର୍ବେକ୍ଷଣ (୧୯୯୯)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. "ନଟବର ସାମନ୍ତରାୟ". ସମ୍ବାଦ. ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼. 17 August 2020. Retrieved 17 August 2020.
  2. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 305–. ISBN 978-81-260-1803-1.
  3. 1 2 Dola Gobinda Panda (1980). Political philosophy of Pandit Gopabandhu Das. Santosh Publications.
  4. 1 2 Gopinath Mahanty (1978). Radhanath Ray. Sahitya Akademi.
  5. Sisir Kumar Das (1991). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 529–. ISBN 978-81-7201-798-9.
  6. 1 2 3 J. K. Samal; Pradip Kumar Nayak (1 January 1996). Makers of Modern Orissa: Contributions of Some Leading Personalities of Orissa in the 2nd Half of the 19th Century. Abhinav Publications. pp. 96–. ISBN 978-81-7017-322-9.
  7. 1 2 Satya P. Mohanty (29 March 2011). Colonialism, Modernity, and Literature: A View from India. Palgrave Macmillan. pp. 218–. ISBN 978-0-230-11834-8.
  8. Dharam Singh (1 January 1994). Sikhism and Secularism: Essays in Honour of Professor Harbans Singh. Harman Publishing House. ISBN 978-81-85151-90-8.
  9. 1 2 3 Orissa Reference Manual: ORISSA SAHITYA ACADEMY AWARDED BOOKS AND WRITERS (PDF). Bhubaneswar: Governent of Odisha. 2005. Retrieved 4 November 2015.
  10. Orissa reference Manual: ATIBADI JAGANNATH DAS AWARDS (PDF). Bhubaneswar. 2009. Retrieved 4 November 2015.{{cite book}}: CS1 maint: location missing publisher (link)
  11. "Atibadi Award conferred on Dhaneswar, Shantanu". The Pioneer. 27 July 2014. Archived from the original on 4 March 2016. Retrieved 4 November 2015.
  12. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 9 October 2020.