ଗୋବର୍ଦ୍ଧନ ପାନିକା

ଉଇକିପିଡ଼ିଆ‌ରୁ
ଗୋବର୍ଦ୍ଧନ ପାନିକା
Born
Occupationହସ୍ତତନ୍ତ କଳାକାର
Spouseଜେମା ପାନିକା
Childrenଥବିର ପାନିକା[୧]
Awardsପଦ୍ମଶ୍ରୀ

ଗୋବର୍ଦ୍ଧନ ପାନିକା, ଜଣେ କୋଟପାଡ଼ ହସ୍ତତନ୍ତ କାରିଗର ଅଟନ୍ତି ।[୨] ୨୦୧୮ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୩]

ଜୀବନୀ[ସମ୍ପାଦନା]

ଗୋବର୍ଦ୍ଧନ, କୋରାପୁଟ ଜିଲ୍ଲାର କୋଟପାଡ଼ଠାରେ ଜନ୍ମଗ୍ରହଣ କରିଥିଲେ । ୧୨ବର୍ଷ ବୟସରେ ସେ ପାଠ ଛାଡି, ନିଜ କୌଳିକ ବୃତ୍ତି ହସ୍ତତନ୍ତକୁ ଜୀବିକା ଭାବରେ ଗ୍ରହଣ କରିଥିଲେ । ସେ "ଜେମା ପାନିକା"ଙ୍କୁ ବିବାହ କରିଛନ୍ତି । ଜେମା ନିଜେ ମଧ୍ୟ ଜଣେ ଜାତୀୟ ପୁରସ୍କାରପ୍ରାପ୍ତ ହସ୍ତତନ୍ତ କାରିଗର ।[୪]

ଗୋବର୍ଦ୍ଧନଙ୍କ ହସ୍ତକଳାରେ ମୂଳ ଆଦିବାସୀ ଜ୍ୟାମିତୀୟ ଢାଞ୍ଚାର ଚିତ୍ର ଦେଖିବାକୁ ମିଳେ । ସେ ଚିତ୍ରଗୁଡ଼ିକ ବିଭିନ୍ନ ପଶୁପକ୍ଷୀ, ଫୁଲଫଳ, ମାଛ ବା ପିରାମିଡ଼ ଆଦିରୁ ଗ୍ରହଣ କରାଥାନ୍ତି । ସେ ବ୍ୟବହାର କରୁଥିବା ରଙ୍ଗ ମଧ୍ୟ ସମ୍ପୂର୍ଣ୍ଣ ପ୍ରାକୃତିକ । ତାଙ୍କୁ ଗୋଟିଏ ଓଢ଼ଣି ବୁଣିବାକୁ ସମ୍ପୂର୍ଣ୍ଣ ଗୋଟେ ସପ୍ତାହ ଓ ଗୋଟିଏ ଶାଢି ବୁଣିବାକୁ ଗୋଟେ ମାସ ଲାଗିଥାଏ ।[୫]

ବିଶ୍ୱନାଥ ରଥଙ୍କ ନିର୍ଦ୍ଦେଶନାରେ ଗୋବର୍ଦ୍ଧନ ପାନିକାଙ୍କ ଉପରେ ଏକ ବୃତଚିତ୍ର ନିର୍ମାଣ କରାଯାଇଛି । ସେ ବୃତଚିତ୍ରର ନାମ ଥିଲା Kotpad Weaving : The Story of a Race Against Time । ଏହା ଦୂରଦର୍ଶନର ଜାତୀୟ ଚ୍ୟାନେଲରେ ୨୪ ମାର୍ଚ୍ଚ ୨୦୧୮ରେ ପ୍ରଦର୍ଶିତ ହୋଇଥିଲା ।[୬]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଜାତୀୟ ସମ୍ମାନ - ୨୦୦୪[୭]
  • ସନ୍ଥ କବିର ସମ୍ମାନ - ୨୦୧୩
  • ପଦ୍ମଶ୍ରୀ - ୨୦୧୮[୮]

ଆଧାର[ସମ୍ପାଦନା]

  1. "ସ୍ମାର୍ଟଫୋନ ହିଁ ହସ୍ତତନ୍ତକୁ ଆଗକୁ ନେବ". No. ସମ୍ବାଦ ରବିବାର ୨୫/୧୧/୨୦୧୮ ପୃଷ୍ଠା ୧୩. Retrieved 26 November 2018.[permanent dead link]
  2. "Weaving wonders". the hindu. Retrieved 26 November 2018.
  3. Padma Shri (PDF), Padma Awards, 2018, p. 3
  4. "The dyers of Kotpad". live mint. Retrieved 26 November 2018.
  5. "Border Crossing". the hindu. Retrieved 26 November 2018.
  6. "I aspire to take Kotpad story to global audience: Odisha filmmaker". Odisha Sun Times. Retrieved 26 November 2018.
  7. "ADDRESS DURING THE PRESENTATION OF NATIONAL AWARD TO MASTER CRAFTPERSON'S AND WEAVERS VIGYAN BHAWAN". Delhi: APJ Abdul Kalam official website. 12 December 2005.
  8. "President of India Presents Padma Awards to Pravakar Maharana, Gobaradhan Panika". Retrieved 26 November 2018.