ବୈଦ୍ୟନାଥ ମିଶ୍ର

ଉଇକିପିଡ଼ିଆ ରୁ
Jump to navigation Jump to search
ବୈଦ୍ୟନାଥ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ୨୨ ନଭେମ୍ବର ୧୯୨୦(1920-11-22)
ଦିବ୍ୟସିଂହପୁର, ବୋଲଗଡ଼, ଖୋର୍ଦ୍ଧା
ମୃତ୍ୟୁ୭ ମଇ ୨୦୧୯ (୯୮ ବର୍ଷ)
ଜାତୀୟତାଭାରତୀୟ
ଶିକ୍ଷାପିଏଚଡ଼ି
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ଜୀବନସାଥିବାସନ୍ତୀ ମିଶ୍ର
ସନ୍ତାନବସନ୍ତ, ଜୟନ୍ତ, ସୁକାନ୍ତ, ବିଜୟଲକ୍ଷ୍ମୀ
ବାପା ବୋଉମହାଦେବ ମିଶ୍ର
ମାଣିକ ଦେବୀ

ବୈଦ୍ୟନାଥ ମିଶ୍ର(୨୨ ନଭେମ୍ବର ୧୯୨୦-୭ ମଇ ୨୦୧୯) ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ପୂର୍ବତନ ଉପାଧ୍ୟକ୍ଷ(୧୯୮୪-୮୯) ତଥା ଓୟୁଏଟିର ପୂର୍ବତନ କୁଳପତି ଥିଲେ ।[୧] ଜଣେ ଅର୍ଥନୀତିଜ୍ଞ[୨] ଭାବରେ ସାରା ବିଶ୍ୱରେ ପରିଚିତ ଥିଲେ ।[୩]

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ବୈଦ୍ୟନାଥ, ୧୯୨୦ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ପଞ୍ଚାୟତ ସମିତି ଅନ୍ତର୍ଗତ ଦିବ୍ୟସିଂହପୁର ଶାସନରେ ଏକ ପୂଜାରୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ମହାଦେବ ମିଶ୍ର ଓ ମାତାଙ୍କ ନାମ ମାଣିକ ଦେବୀ । ପରିବାରର ଆର୍ଥିକ ଅନାଟନ ଯୋଗୁ ତାଙ୍କ ପିଲାଦିନା ସଂଘର୍ଷମୟ ଥିଲା । ନିଜେ ଗୋବର ଗୋଟେଇ ଘର ପାଇଁ ଜାଳେଣି ଯୋଗାଡ଼ କରୁଥିଲେ । ସ୍କୁଲ ହତା ଓଳାଇ ଟ୍ୟୁସନ ଖର୍ଚ୍ଚ ଭରଣା କରୁଥିଲେ । ଅଗରପଡ଼ା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିବା ପରେ, ସେ ରେଭେନ୍‌ସା କଲେଜରୁ ଅର୍ଥନୀତିରେ ସ୍ନାତକ ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିଥିଲେ । ୧୯୫୨ ମସିହାରେ ସେ ଆମେରିକାର ହ୍ୱାଟନ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଏ.ଏମ୍ ଡିଗ୍ରି ଓ ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଥିଲେ ।[୪]

ବୃତ୍ତିଗତ ଜୀବନ[ସମ୍ପାଦନା]

ରେଭେନ୍ସା ମହାବିଦ୍ୟାଳୟରେ ଅର୍ଥନୀତି ଅଧ୍ୟାପକ ଭାବରେ ବୈଦନାଥ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ । ପରେ ସେ 'ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର' କୁଳପତି ପଦବୀ ଓ ରାଜ୍ୟ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ପଦ ମଣ୍ଡନ କରିଥିଲେ । ତାଙ୍କ ଉଦ୍ୟମରେ ଭୁବନେଶ୍ୱରରେ ନବକୃଷ୍ଣ ଚୌଧୁରୀ ବିକାଶ ଅଧ୍ୟୟନ କେନ୍ଦ୍ରଓଡ଼ିଶା ଅର୍ଥନୀତି ପରିଷଦ ସ୍ଥାପିତ ହୋଇଥିଲା ।

ରାଜନୀତିରେ ମଧ୍ୟ ବୈଦନାଥଙ୍କର ପ୍ରବେଶ ରହିଥିଲା । ୧୯୮୫ ମସିହା ଉପନିର୍ବାଚନରେ ସେ କଂଗ୍ରେସ ଟିକେଟରେ ଖୋର୍ଦ୍ଧାରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ ।

ଜଣେ ସ୍ତମ୍ଭକାର ଭାବରେ ସେ ଓଡ଼ିଶା ତଥା ଦେଶ ବିଦେଶର ବିଭିନ୍ନ ପତ୍ରିକାରେ ସ୍ତମ୍ଭ ଲେଖୁଥିଲେ । ପୌରୁଷ ପତ୍ରିକାରେ ସେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସ୍ତମ୍ଭ ଲେଖିଥିଲେ ।[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଡିଲିଟ - ୨୦୧୨(ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦତ୍ତ)

ରଚନାବଳୀ[ସମ୍ପାଦନା]

  • ପରସ୍ୟୁଟ ଅଫ୍ ଡେଷ୍ଟିନି(ଆତ୍ମଜୀବନୀ)[୬]
  • ଷ୍ଟ୍ରକଚରାଲ ଚେଞ୍ଜ
  • ଗ୍ରୋଥ ଆଣ୍ଡ ଗଭର୍ନାନ୍ସ

ଏତଦ ଭିନ୍ନ ତାଙ୍କର ଇଂରାଜୀରେ ୧୬ଟି, ଓଡ଼ିଆରେ ୨୦ଟି, ୬୦ଟି ଗବେଷଣାଧର୍ମୀ ପ୍ରବନ୍ଧ ପ୍ରକାଶିତ ହୋଇଥିଲା । ତାଙ୍କ ଅଧିନରେ ୨୫ଜଣ ଗବେଷକ ପିଏଚଡ଼ି ହାସଲ କରିଥିଲେ ।[୭]

ଆଧାର[ସମ୍ପାଦନା]

  1. Pakistan & Gulf Economist. S. Akhtar Ali. 1983.
  2. Indian Railways. 1990.
  3. Sanghamitra Buddhapriya (2007). Immortal Sarvoday. APH Publishing. pp. 6–. ISBN 978-81-313-0296-5.
  4. "ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ପରଲୋକ". /sambad.in. ସମ୍ବାଦ. Retrieved 9 May 2019.
  5. "ବିଦାୟ ହେ ବରପୁତ୍ର ! ଓଡ଼ିଶାକୁ ନେଇ ଅର୍ଥନୀତିଜ୍ଞ ଡକ୍ଟର ବୈଦ୍ୟନାଥ ମିଶ୍ର ଦେଖିଥିବା ସ୍ୱପ୍ନ ରହିଗଲା ଅଧୁରା". sambad.in. ସମ୍ବାଦ. Retrieved 9 May 2019.
  6. Baidyanath Misra (2013). Pursuit of Destiny. Har-Anand Publications. ISBN 978-81-241-1739-2.
  7. "ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ବୈଦନାଥ ମିଶ୍ରଙ୍କ ପରଲୋକ" (ସମ୍ବାଦ ୦୯/୦୫/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩). Retrieved 9 May 2019.