ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା

ଉଇକିପିଡ଼ିଆ‌ରୁ
ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା
Born (1920-03-04) ୪ ମାର୍ଚ୍ଚ ୧୯୨୦ (ବୟସ ୧୦୪)
ଟିକରପଡା, ବଲାଙ୍ଗୀର
Nationalityଭାରତୀୟ
Alma materଉତ୍କଳ ବିଶ୍ୱବିଦ୍ୟାଳୟ
Parentଶ୍ରୀଧର ଉଦ୍‌ଗାତା (ବାପା)
Relativesଶ୍ରୀନିବାସ ଉଦ୍‌ଗାତା (ସାନ ଭାଇ)
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା, (ଜନ୍ମ: ୪ ମାର୍ଚ୍ଚ ୧୯୨୦) ଜଣେ ଓଡ଼ିଆ ସାହିତ୍ୟିକ ଓ ସମ୍ପାଦକ ।[୧] ବୃତ୍ତିରେ ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର, କବିତା, ପ୍ରବନ୍ଧ, ନାଟକ ଓ ଅନୁବାଦ ଆଦି ସାହିତ୍ୟର ବହୁ ବିଭାଗରେ ଲେଖନି ଚାଳନା କରିଛନ୍ତି । ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଗୋବିନ୍ଦ୍ର ଚନ୍ଦ୍ର ୧୯୨୦ ମସିହା ମାର୍ଚ୍ଚ ୪ ତାରିଖରେ ବଲାଙ୍ଗୀର ଜିଲ୍ଲାର ଟିକରପଡାଠାରେ ଜନ୍ମଗ୍ରହଣ କରିଥିଲେ । ପାରିବାରିକ ଅସୁବିଧା ଯୋଗୁ ସେ ବିଧିବଦ୍ଧଭାବେ ମହାବିଦ୍ୟାଳୟରେ ଅଧ୍ୟୟନ ନକରି, ଘରୋଇ ଭାବରେ ପାଠ ପଢ଼ି ସ୍ନାତକ ହୋଇଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି । ସେ ସଂସ୍କୃତରେ ମଧ୍ୟ ନାଗପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଲାଭ କରିଛନ୍ତି । ବିଦ୍ୟାଳୟ ଶିକ୍ଷକ ଭାବରେ ସେ ନିଜ କର୍ମମୟ ଜୀବନ ଆରମ୍ଭ କରି, ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ।[୨] [୩]

ସାହିତ୍ୟିକ ଜୀବନ[ସମ୍ପାଦନା]

ସପ୍ତମ ଶ୍ରେଣୀରେ ପଢୁଥିବା ସମୟରେ "ମଞ୍ଜରୀ" ନାମକ ହାତଲେଖା ପତ୍ରିକା ସମ୍ପାଦନାରୁ ଗୋବିନ୍ଦ ଚନ୍ଦ୍ରଙ୍କ ସାହିତ୍ୟ ସର୍ଜନା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ପତ୍ରିକା ସମ୍ପାଦନା ସହିତ, ମୌଳିକ ସାହିତ୍ୟ ରଚନା ମଧ୍ୟ କରିଥିଲେ ।

ସମ୍ପାଦନା[ସମ୍ପାଦନା]

  • ଚତ୍ତୁରଙ୍ଗ
  • ଦ ରାଭେନସାଭିଆନ୍
  • ଶାଶ୍ୱତୀ[୪]
  • ସପ୍ତର୍ଷି
  • ହୀରାଖଣ୍ଡ[୫]

ଅନ୍ୟାନ୍ୟ[ସମ୍ପାଦନା]

  • କାବ୍ୟଶିଳ୍ପୀ ଗଙ୍ଗାଧର[୬]
  • ରମାକାନ୍ତ ରଥଙ୍କ କବିତା ସଂକଳନ ଶ୍ରୀରାଧାର ସଂସ୍କୃତ ଅନୁବାଦ
  • ଅଳଙ୍କାର ପ୍ରସଙ୍ଗ
  • ମାଘ କବି (ଚନ୍ଦ୍ରିକା ପ୍ରସାଦ ଶୁକ୍ଳଙ୍କ ହିନ୍ଦୀ ପୁସ୍ତକର ଓଡ଼ିଆ ଅନୁବାଦ)[୭]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Gaṅgādhara Mehera; Madhusūdana Pati; Sambalpur University (2001). Gangadhar Meher, selected works. Sambalpur University.
  2. All India Civil List. Published under the authority of the Government of India by the Associated Advertisers & Printers. July 1968.
  3. ସମ୍ବାଦ ୦୪/୦୩/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪ http://sambadepaper.com/Details.aspx?id=236577&boxid=22243427. Retrieved 4 March 2016. {{cite news}}: Missing or empty |title= (help)[permanent dead link]
  4. Indian Periodicals Record. 1969.
  5. Giridhari Prasad Guru (2003). The tides of time: a memoir. Geeta Guru.
  6. Sahitya Akademi (2000). General Information as on ... The Akademi.
  7. Chandika Prasad Sukla (1 January 1991). Magha Kabi. Sahitya Akademi Publications. ISBN 978-81-7201-108-6.
  8. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 18June 2021. {{cite web}}: Check date values in: |accessdate= (help)
  9. http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf