ମିତ୍ରଭାନୁ ଗୌନ୍ତିଆ

ଉଇକିପିଡ଼ିଆ ରୁ
Jump to navigation Jump to search
ମିତ୍ରଭାନୁ ଗଉନ୍ତିଆ
ଜନ୍ମ ଓ ଜନ୍ମସ୍ଥାନ
ମିତ୍ରଭାନୁ ଗଉନ୍ତିଆ

(1942-03-17) ୧୭ ମାର୍ଚ୍ଚ ୧୯୪୨ (ବୟସ ୭୮)
ଜୀବିକାଗୀତିକାର
କାର୍ଯ୍ୟକାଳ୧୯୭୧ରୁ-ଏବେଯାଏଁ
ପୁରସ୍କାରପଦ୍ମଶ୍ରୀ(୨୦୨୦)

ମିତ୍ରଭାନୁ ଗଉନ୍ତିଆ (ଜନ୍ମ: ୧୭ ମାର୍ଚ୍ଚ ୧୯୪୨) ଜଣେ ଓଡ଼ିଆ (ସମ୍ବଲପୁରୀ) ଗୀତିକାର ତଥା ନାଟ୍ୟକାର । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣି ତଥା ସାମାଜିକ ପରମ୍ପରାକୁ ନେଇ ତାଙ୍କର ନାଟକ ସବୁ ପର୍ଯ୍ୟବେସିତ । ସେ ଶତାଧିକ ସମ୍ବଲପୁରୀ ଗୀତ ଓ ଅନେକ ସମ୍ବଲପୁରୀ ଗୀତୀନାଟ୍ୟ ରଚନା କରିଛନ୍ତି । ୨୦୨୦ ମସିହାରେରେ ମିତ୍ରଭାନୁ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିଲେ ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମିତ୍ରଭାନୁଙ୍କ ଜନ୍ମ ସମ୍ବଲପୁର ଜିଲ୍ଲାର ବିଲୁଙ୍ଗ ଗ୍ରାମରେ । ମାତ୍ର ୧୨ ବର୍ଷ ବୟସରେ, ଉଚ୍ଚ ପ୍ରାଥମିକ ଶିକ୍ଷା ସମାପନ କରି ସେ ସମ୍ବଲପୁରୀ ଭାଷାରେ ଛୋଟ ଛୋଟ ଗୀତ ରଚନା କରିବା ଆରମ୍ଭ କରିଥିଲେ । ସେତେବେଳେ ସମ୍ବଲପୁରର ଏହି ପଲ୍ଲୀ ଅଞ୍ଚଳରେ ଦୂରଦର୍ଶନ ଲୋକଙ୍କ ପାଖରେ ପହଞ୍ଚି ନ ଥିଲା । ଲୋକଙ୍କ ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ରେଡିଓ । ୧୯୭୧ ମସିହାରେ ସମ୍ବଲପୁର ଅଲ ଇଣ୍ଡିଆ ରେଡିଓ (AIR ) ତାଙ୍କ ପ୍ରତିଭା ଚିହ୍ନି ପାରି ତାଙ୍କୁ ସ୍ବୀକୃତିପ୍ରାପ୍ତ ଗୀତିକାର ଭାବେ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ସମ୍ବଲପୁରୀ ଭାଷାରେ ପ୍ରାୟ ୧୦୦୦ରୁ ଅଧିକ ଗୀତ ରଚନା କରିସରିବା ପରେ ସେ ୧୯୮୩ ମସିହାରେ ଗୀତିନାଟ୍ୟ ରଚନା କରିବା ଆରମ୍ଭ କଲେ । ତାଙ୍କ ରଚିତ ପ୍ରଥମ ଗୀତିନାଟ୍ୟ ହେଉଛି ଭାଇ ଜିଉନ୍ତିଆ । ସାହିତ୍ୟ ମାଧ୍ୟମରେ ସମାଜରେ ସଂସ୍କାର ଆଣିବା ପାଇଁ ସେ ପ୍ରୟାସ କରିଛନ୍ତି । ଜଙ୍ଗଲ କ୍ଷୟ ରୋକିବା ଦିଗରେ ସେ ଜନ ସଚେତନତା ଜାଗ୍ରତ କରିବା ଉଦ୍ଦେଶ୍ୟରେ ଝାରବଣିଆ ନାମରେ ଏକ ଗୀତିନାଟ୍ୟ ରଚନା କରିଥିଲେ । ଏହି ଗୀତିନାଟ୍ୟର ଲୋକପ୍ରିୟତା ଫଳରେ ବନୀକରଣ ଯୋଜନାରେ ସମ୍ବଲପୁରର ଜଙ୍ଗଲ ବିଭାଗ ୧୯୯୧ ମସିହାରେ "ଇନ୍ଦିରା ପ୍ରିୟଦର୍ଶିନୀ ବୃକ୍ଷ ମିତ୍ର ପୁରସ୍କାର" ଲାଭ କରିଥିଲା ।[୨] ତାଙ୍କରି ସମ୍ମାନରେ ତାଙ୍କ ଜନ୍ମଭୂମି ବିଲୁଙ୍ଗ ଗ୍ରାମକୁ ସ୍ଥାନୀୟ ପ୍ରଶାସନ ରଙ୍ଗବତି ବିଲୁଙ୍ଗ ଭାବେ ପୁନଃନାମକରଣ କରିଛନ୍ତି ।

ସାହିତ୍ୟିକ କୃତି[ସମ୍ପାଦନା]

ଗୀତିନାଟ୍ୟ[ସମ୍ପାଦନା]

ତାଙ୍କ ରଚିତ ଅନେକ ଗୀତିନାଟ୍ୟ ହେଉଛି:

  • ଭାଇ ଜିଉନ୍ତିଆ
  • ଦ୍ରୌପଦୀ ହରଣ
  • ତ୍ରୀପୁର ସୁନ୍ଦରୀ
  • ଝାରବଣୀଆ
  • ସୁନାର ସକାଳ
  • ମନ୍ତ୍ରୀ ଆସ୍‌ବେ
  • କୃଷ୍ଣ ଅବତାର
  • ମହୀଷା ନାସିନୀ
  • ଗମ୍ଭିରୀବିଜେ
  • କେଳୀକଦମ୍ବ
  • ରଙ୍ଗକେଳୀ

ଗୀତ ରଚନା[ସମ୍ପାଦନା]

ଅନେକ ଲୋକପ୍ରିୟ ସମ୍ବଲପୁରୀ ଗୀତ ସେ ରଚନା କରିଛନ୍ତି । ତେବେ ରଚିତ ରଙ୍ଗବତୀ ଗୀତ ଓଡ଼ିଶା ସମେତ ପଶ୍ଚିମ ବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ଆନ୍ଧ୍ର ପ୍ରଦେଶଭାରତର ଅନ୍ୟାନ୍ୟ ସ୍ଥାନରେ ଜନାଦୃତ ହୋଇଛି । ଜିତେନ୍ଦ୍ର ହରିପାଲ ଏବଂ କ୍ରୀଷ୍ଣା ପଟେଲ 'ରଙ୍ଗବତୀ' ଗୀତ ଗାଈ ପ୍ରସିଦ୍ଧ ହେଇଥିଲେ । ରଙ୍ଗବତୀ ଗୀତଟି ୨୦୦୭ ମସିହାରେ ଦିଲ୍ଲୀଠାରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ର ଓଡ଼ିଶା ଝାଙ୍କିରେ ବଜାଯାଇଥିଲା । [୩] ଏହା ଅନ୍ୟ ରାଜ୍ୟ ତଥା ବିଦେଶରେ ଆଦୃତ ହୋଇଥିଲା । ବିବିସି ଲଣ୍ଡନ କେନ୍ଦ୍ରରୁ ଏହି ଗୀତର ପ୍ରସାରଣ କରାଯାଇଥିଲା ।[୪] । ଜିତେନ୍ଦ୍ରୀୟ ହରିପାଲ ଓ କ୍ରିଷ୍ଣା ପଟେଲଙ୍କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତରଫରୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି ।[୫] ସତୁରୀ ଓ ଅଶୀ ଦଶକରେ ଏହା ବିଶେଷ ଲୋକପ୍ରିୟତା ଲାଭ କରିଥିଲା । ଅଧୁନା ବାହାଘର ରୋଷଣୀ ଓ ମୂର୍ତ୍ତି ଭସାଣି ଆଦିରେ ଏହି ଗୀତ ବାଜିଥାଏ । ଦକ୍ଷିଣ କୋରିଆରେ ସପ୍ତମ ବିଶ୍ୱ ଜଳ ଫୋରମ ଅବସରେ କୋରିଆର ନର୍ତ୍ତକୀମାନେ ରଙ୍ଗବତୀର ତାଳରେ ନୃତ୍ୟ ପରିବେଷଣ କରିଥିଲେ । [୬]ତେଲୁଗୁ ଭାଷାରେ ନିର୍ମିତ ଏକ ଚଳଚ୍ଚିତ୍ରରେ ମଧ୍ୟ ସ୍ଥାନ ପାଇଥିଲା ।[୭] ଗୀତର ପଦରଚନା ଏହିଭଳି :

ପୁ: ଏହେ ରଙ୍ଗବତୀରେ ରଙ୍ଗବତୀ
ହୋ ରଙ୍ଗବତୀରେ ରଙ୍ଗବତୀ
ଏ.. ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା
ହାଏ ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା
ଝି: ହାଏଗୋ ଲାଜେ ଲାଜେ ଗୋ ଲାଜେ ଲାଜେ
ଏ ଲାଜେ ଲାଜେ ଗୋ ଲାଜେ ଲାଜେ
ହାଏ ଲାଜେ ଲାଜେ ନଇଁ ଯାଉଛେ ମଥାଗୋ ନାଇଁକର ନାଇଁକର ଅଥା
ଏ.. ଲାଜେ ଲାଜେ ନଇଁଯାଉଛେ ମଥା ଗୋ ନାଇଁକର ନାଇଁକର ଅଥା
ଉଭୟ: ସପନ ରଜାର୍ ସପନ
ସପନ ରଜାର୍ ସପନ
ରାନିର୍ ଲାଗେ ସୁତାର୍ ମାଲେ ହେଲାନ ଗୁଁଥା
ପୁ: ରଙ୍ଗବତୀ ରଙ୍ଗବତୀ
ଝି: ଏ ଆଖିନ୍ ଆସିଛେ କେତେ ସପନ
ଏ ଜୀବରଧନ ଜୀବର୍ ଜୀବନ ଗଲାର ରତନରେ ହେ..
ଏ ଆଖିନ୍ ଆସିଛେ କେତେ ସପନ
ଏ ଜୀବରଧନ ଜୀବର୍ ଜୀବନ ଗଲା ରତନରେ
ପୁ: ବନେ ମଲ୍ଲୀ ମହକନ ହୋ
ବନେ ମଲ୍ଲୀ ମହକନ
ବନେ ମଲ୍ଲୀ ମହକନ ଆହା ମୋର ଧନ କେଡ଼େ ମିଲନ ଛନ ଛନ ହେସି ମନ
ହାଏ ଆହା ମୋର ଧନ କେଡ଼େ ମିଲନ ଛନ ଛନ ହେସି ମନ
ଉଭୟ: ଦିହି ଖଞ୍ଜି ଗଲା ସାଙ୍ଗର୍ ସରିସା
ଦିହି ଖଞ୍ଜି ଗଲା ସାଙ୍ଗର୍ ସରିସା
ଉବୁ ଟୁବୁ ମନେ କରେ ସୁରୁତା
ପୁ: ରଙ୍ଗବତୀ ରଙ୍ଗବତୀ
ଝି: ଦେଖୁନ୍ ଥିମି ତୁମର୍ ଚକା ବଦନ
ରଜା ରତନ ମୁହୁଁ ଦର୍ପନ
କରି ଯତନ ରେ... ହେ..
ଦେଖୁନ୍ ଥିମି ତୁମର୍ ଚକା ବଦନ
ରଜା ରତନ ମୁହୁଁ ଦର୍ପନ
କରି ଯତନ ରେ...
ପୁ: ଭଙ୍ଗାଘରେ ଚକା ଜହ୍ନରେ
ଭଙ୍ଗାଘରେ ଚକା ଜହ୍ନ
ଭଙ୍ଗାଘରେ ଚକା ଜହ୍ନ ତୁହି ମୋର୍ ଧନ ଫୁଲ ଚନ୍ଦନ ପୁରିଥିବା ଦୁହି କାନ
ହାଏ... ତୁହି ମୋର୍ ଧନ ଫୁଲ ଚନ୍ଦନ ପୁରିଥିବ ଦୁହି କାନ
ଉଭୟ: ବାସୁ ଗାଁ ସାହି ଆମର୍ ପଡ଼ିଶା
ବାସୁ ଗାଁ ସାହି ଆମର୍ ପଡ଼ିଶା
ଜୂଈ ଜାଈ ମଲ୍ଲୀ ଅପରାଜିତା
ପୁ: ରଙ୍ଗବତୀ ରଙ୍ଗବତୀ
.........
..........

ଆଧାର[ସମ୍ପାଦନା]

  1. "Odisha's 'Rangabati' duo brings in two Padma awards". www.newindianexpress.com. The New Indian Express. Retrieved 24 February 2020.
  2. "Mitrabhanu Gountia: The epitome of Sambalpuri culture". The Barpali Days. Retrieved 22 February 2020.
  3. http://www.odiamusic.com/OMNews/ramesh-mahananda/
  4. http://www.telegraphindia.com/1120602/jsp/odisha/story_15561051.jsp#.UKdkLmf_m7s
  5. http://www.odisha.com/archives/16466
  6. http://m.timesofindia.com/city/bhubaneswar/Social-media-abuzz-as-Korean-girls-dance-to-Rangabati-beats/articleshow/46955156.cms
  7. "Things to know about Rangabati Rangabati Song | OdiaLive". www.odialive.com. 6 July 2015. Retrieved 22 February 2020.

ବାହାର ଆଧାର[ସମ୍ପାଦନା]