ଅଖିଳ ମୋହନ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଅଖିଳ ମୋହନ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ(1927-12-18)୧୮ ଡିସେମ୍ବର ୧୯୨୭
ମୃତ୍ୟୁ୨୯ ନଭେମ୍ବର ୧୯୮୨(1982-11-29) (ବୟସ ୫୪)
ବୃତ୍ତିଓକିଲାତି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଓ ଅନ୍ଧଗଳି
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀଜ୍ଞାନଦା ପଟ୍ଟନାୟକ
ସନ୍ତାନତିମିର ବରଣ ପଟ୍ଟନାୟକ, ଜୀମୂତ ବରଣ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ (୧୮ ଡିସେମ୍ବର ୧୯୨୭ - ୨୯ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।

ଅଖିଳମୋହନଙ୍କ ସମସାମୟିକ ସାହିତ୍ୟିକମାନେ ଗ୍ରାମାଞ୍ଚଳର ଜୀବନ ଆଧାରରେ ସେମାନଙ୍କ ସାହିତ୍ୟ ସୃଷ୍ଟି କରୁଥିଲା ବେଳେ ତାଙ୍କ ସାହିତ୍ୟର ମୁଖ୍ୟ ଉପଜୀବ୍ୟ ଥିଲା ସହରୀ ଜୀବନ । ୧୯୪୮ ମସିହାରେ, ତାଙ୍କର ପ୍ରଥମ ଗଳ୍ପ "ସପନ" ଶଙ୍ଖ ପତ୍ରିକାରେ ପ୍ରକାଶିତ ହୋଇଥିଲା । ୧୯୮୧ ମସିହାରେ ଓ ଅନ୍ଧଗଳି ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୨] ତାଙ୍କ ଲିଖିତ ପୁସ୍ତକ ଗୁଡ଼ିକ ଇଂରାଜୀ ଏବଂ ଅନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇସାରିଛି ।[୩] ଅଖିଳ ମୋହନ ଅଭିନୟରେ ମଧ୍ୟ ରୁଚି ରଖୁଥିଲେ । "ଜନତା ରଙ୍ଗମଞ୍ଚ"ର ପୁନରୁଦ୍ଧାର ଦିଗରେ, ସେ କାର୍ଯ୍ୟ କରିଥିଲେ । [୪]

ଅଖିଳ ମୋହନଙ୍କ ସ୍ମୃତିରେ ପ୍ରତିବର୍ଷ ତାଙ୍କ ଜନ୍ମବାର୍ଷିକି ୧୮ଡିସେମ୍ବର ଦିନ "ଅଖିଳ ଉତ୍ସବ" ପାଳନ କରାଯାଏ ।[୫]

ସାହିତ୍ୟ ସର୍ଜନା[ସମ୍ପାଦନା]

  • ଓ ଅନ୍ଧଗଳି (ଗଳ୍ପ ସଂକଳନ)[୬]
  • ଝଡ଼ର ଇଗଲ ଓ ଧରଣିର କୃଷ୍ଣସାର (ଗଳ୍ପ ସଂକଳନ)- ୧୯୬୪
  • ଓ ଅନ୍ଧଗଳି - ୧୯୭୯
  • ନଦୀର ନାମ ଗଣତନ୍ତ୍ର (ଗଳ୍ପ ସଂକଳନ) - ୧୯୮୪
  • ପ୍ରଥମ ଓ ଶେଷ (ଗଳ୍ପ ସଂକଳନ) - ୧୯୯୦
  • ଅନ୍ୟ ଦେଶ (ଭ୍ରମଣ କାହାଣୀ)
  • ଅନାଗତ ଫାଲ୍‌ଗୁନ (ଚିଠି ସଂକଳନ)
  • ବାଘରାଣୀ ଖଇରୀ (ଜୀବନୀ ସଂକଳନ)
  • ଅନ୍ୟଦେଶ (ଭ୍ରମଣ ବୃତ୍ତାନ୍ତ)[୭]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୧(ଓ ଅନ୍ଧଗଳି ପାଇଁ)[୮]
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୯]

ଆଧାର[ସମ୍ପାଦନା]

  1. ସଂଚାର, ୧୮ ଡିସେମ୍ବର ୨୦୧୪, ପୃଷ୍ଠା:୮
  2. "Sahitya Academy Awards : Oriya Books & Authors". indiapicks.com. 2009. Archived from the original on 23 April 2014. Retrieved 19 December 2014. SAHITYA ACADEMY AWARDEES - ORIYA
  3. Surendra Mahanty; Oḍiśā Sāhitya Ekāḍemī (1982). Souvenir, Orissa Sahitya Akademi Silver Jubilee, 1982. The Akademi.
  4. Akhiḷa Mohana Paṭṭanāẏaka (1 January 2006). O Andha Gali. Sahitya Akademi. pp. 176–. ISBN 978-81-260-1792-8.
  5. http://www.thehindu.com/todays-paper/tp-national/tp-otherstates/literary-awards-conferred-on-prusty-biyotprajna-tripathy/article119224.ece
  6. Akhil Mohan Patnaik (2009). Andhi gali. Sahitya Academy. ISBN 978-81-7201-676-0.
  7. "ଅଖିଳ ମୋହନଙ୍କ ପରି ତାଙ୍କ ଅନ୍ୟଦେଶ ମଧ୍ୟ ଅନନ୍ୟ". No. ସମ୍ବାଦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. p. ୧୫. Archived from the original on 19 December 2020. Retrieved 19 December 2020.
  8. http://orissa.gov.in/e-magazine/orissaannualreference/ORA-2011/pdf/90-91.pdf
  9. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧ ଜୁନ ୨୦୨୧. {{cite web}}: Check date values in: |accessdate= (help)