ସୁଦର୍ଶନ ସାହୁ (ପ୍ରସ୍ତର ଶିଳ୍ପୀ)
ସୁଦର୍ଶନ ସାହୁ | |
---|---|
![]() ସୁଦର୍ଶନ ସାହୁ ପଦ୍ମବିଭୂଷଣ ପୁରସ୍କାର ଗ୍ରହଣ କରୁଥିବା ଅବସରରେ | |
ଜନ୍ମ | [୧] | ୧୧ ମାର୍ଚ୍ଚ ୧୯୩୯
ବୃତ୍ତି | ପ୍ରସ୍ତର ଶିଳ୍ପୀ |
ଜୀବନସାଥୀ | ଅନ୍ନପୂର୍ଣ୍ଣା |
ସନ୍ତାନ | ରବି ନାରାୟଣ, ସୂର୍ଯ୍ୟ ନାରାୟଣ, ପୂର୍ଣ୍ଣିମା, ପୁଷ୍ପା [୨] |
ପୁରସ୍କାର(ଗୁଡ଼ିକ) | ପଦ୍ମଶ୍ରୀ, ଶିଳ୍ପ ଗୁରୁ |
ୱେବସାଇଟ | http://sudarshancrafts.com/pioneer.html |
ସୁଦର୍ଶନ ସାହୁ (ଜନ୍ମ: ୦୧ ମାର୍ଚ୍ଚ ୧୯୩୯) ଓଡ଼ିଶାର ପୁରୀଠାରେ ଜନ୍ମିତ ଜଣେ ସୁପରିଚିତ ପ୍ରସ୍ତର ଶିଳ୍ପୀ । ପ୍ରସ୍ତର କଳାରେ ଉତ୍କର୍ଷତା ପାଇଁ ତାଙ୍କୁ ୨୦୨୧ ମସିହାରେ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।
ଜୀବନୀ[ସମ୍ପାଦନା]
ସୁଦର୍ଶନ, ୧୯୩୯ ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନ ତାଙ୍କର ଦାରିଦ୍ରରେ ବିତିଥିଲା । ୯ ବର୍ଷ ବୟସରେ ତାଙ୍କ ପିତାଙ୍କ ମୃତ୍ୟୁ ପରେ, ସେ ନିଜ ସାଙ୍ଗମାନଙ୍କୁ ଦେଖି ଏହି ପଥର କାମରେ ମନ ଦେଇଥିଲେ । କୁନିଆ ମହାରଣା ଓ ଭୁବନେଶ୍ୱର ମହାପାତ୍ରଙ୍କୁ ସେ ନିଜ ଗୁରୁ ମାନିଥିଲେ । କିନ୍ତୁ ଏହା ତାଙ୍କର କୌଳିକ ବୃତ୍ତି ହୋଇ ନଥିବାରୁ, ତାଙ୍କୁ ଆରମ୍ଭରେ ଅନେକ ବିରୋଧ ସମ୍ମୁଖୀନ କରିବାକୁ ପଡ଼ିଥିଲା । ଏହି ବିରୋଧ ଯୋଗୁ, ସେ କୌଣସି ଗୁରୁଙ୍କଠାରୁ ନଶିଖି, ନିଜେ ନିଜେ ଚେଷ୍ଟା କରି ଏହି କଳାକୁ ଆୟତ୍ତ କରିଥିଲେ । ପୁରୀର ଶିଳ୍ପୀ ଭୁବନ ମହାରଣାଙ୍କ ଯୋଗୁ, ସୁଦର୍ଶନଙ୍କୁ କାମ ମିଳିବା ଆରମ୍ଭ ସହିତ ତାଙ୍କ କଳାର ଆଦୃତି ବଢ଼ିଥିଲା ।
ବୁଦ୍ଧଙ୍କର ନୀତିଆଦର୍ଶଦ୍ୱାରା ସେ ପ୍ରଭାବିତ । ବୁଦ୍ଧଙ୍କ ବିଷୟରେ ଅନେକ ପୁସ୍ତକ ପଢ଼ିଛନ୍ତି । ଏହାର ପ୍ରଭାବ ତାଙ୍କ କାମରେ ପରିଲକ୍ଷିତ ହୋଇଥାଏ । ସେ ପୃଥିବୀର ଅନେକ ସ୍ଥାନରେ ବୁଦ୍ଧ ମୂର୍ତ୍ତୀ ପ୍ରତିଷ୍ଠା କରିଛନ୍ତି ।[୩]
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- ୧୯୭୬: ଶ୍ରୀକ୍ଷେତ୍ର ଶ୍ରୀ [୪]
- ୧୯୮୧: ଜାତୀୟ ପୁରସ୍କାର[୫]
- ୧୯୮୬: ଲିବର୍ଟି ବେଲ
- ୧୯୮୮: ପଦ୍ମଶ୍ରୀ [୬]
- ୨୦୦୩: କମଳାଦେବୀ ଚଟ୍ଟୋପାଧ୍ୟାୟ ପୁରସ୍କାର
- ୨୦୦୬: ଶିଳ୍ପ ଗୁରୁ ସମ୍ମାନ ୨୦୦୩
- ୨୦୧୨: ଧର୍ମପଦ ପୁରସ୍କାର ( ଓଡ଼ିଶା ଲଳିତ କଳା ଏକାଡ଼େମୀ )
- ୨୦୧୩: ଈ ଟିଭି ପ୍ରିୟ ଓଡ଼ିଆ, ୨୦୧୨[୭]
- ୨୦୨୧ : ପଦ୍ମ ବିଭୂଷଣ
ଆଧାର[ସମ୍ପାଦନା]
- ↑ "Sudarshan Sahoo". orissagateway.com. 2000. Retrieved 24 February 2013.
Puri on March11, 1939
- ↑ Hathi, Nirali Dixit. "Times of India Publications". mobilepaper.timesofindia.com. Retrieved 24 February 2013.
his two sons,Rabi Narayan and Surya Narayan Sahoo
- ↑ ଗୋବିନ୍ଦ, ଶ୍ରୀ (26 February 2021). "ବ୍ୟକ୍ତିତ୍ୱ". ନିତିଦିନ (in ଓଡ଼ିଆ). odishanewsnitidin.com. Archived from the original on 1 March 2021. Retrieved 1 March 2021.
{{cite news}}
: CS1 maint: unrecognized language (link) - ↑ http://www.sudarshancrafts.com/images/pss_pdf_broucher.pdf
- ↑ "Sudarshan Sahoo". paramparikkarigar.com. Retrieved 24 February 2013.
National Award for stone carving in 1981
- ↑ "The Hindu : Metro Plus Bangalore / People : Stories in stone". hindu.com. 2008. Retrieved 24 February 2013.
1988 Padmashree awardee
- ↑ "Odisha: Padmashree Sudarshan Sahoo receives ETV Priya Odia 2012 award, Orissa Current News". orissadiary.com. 2013. Retrieved 24 February 2013.
Padmashree Sudarshan Sahoo receives ETV Priya Odia 2012 award