ସାବରମତୀ

ଉଇକିପିଡ଼ିଆ ରୁ
Jump to navigation Jump to search
ସାବରମତୀ
ଜନ୍ମ ଓ ଜନ୍ମସ୍ଥାନ୧୯୬୮
ରଙ୍ଗଣୀପାଟଣା, ଓଡ଼ଗାଁ, ନୟାଗଡ଼
ଜାତୀୟତାଭାରତୀୟ
ଅଲଗା ନାଆଁଟିକି[୧]
କାର୍ଯ୍ୟକାଳ୧୯୮୯-
ବାପା ବୋଉ
  • ରାଧାମୋହନ
    ବିଜୟଲକ୍ଷ୍ମୀ (father)

ସାବରମତୀ (ଜନ୍ମ: ୧୯୬୮), ଜୈବିକ କୃଷି, ପରିବେଶ ଓ ମୂର୍ତ୍ତିକା ସଂରକ୍ଷଣ, ନୂତନ ବିହନ ଆବିଷ୍କାର ଆଦି ଦିଗରେ କାମ କରୁଥିବା ଜଣେ ପରିବେଶବିତ ଓ ସ୍ୱେଚ୍ଛାସେବୀ । ତାଙ୍କ ପିତା ପ୍ରଫେସର ରାଧାମୋହନଙ୍କ ସହ ମିଶି ସମ୍ଭବ ନାମରେ ଏକ ଏନଜିଓ ସଂସ୍ଥା ଗଠନ କରି ସେ ଏ ଦିଗରେ କାର୍ଯ୍ୟ କରନ୍ତି ।[୨] ପରିବେଶ ସୁରକ୍ଷା ଓ ସଂରକ୍ଷଣ ଦିଗରେ କରୁଥିବା ଏହି ବାପ-ଝିଅ ଯୋଡ଼ିଙ୍କୁ ୨୦୨୦ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୩]

ସାବରମତୀ ଜୈବିକ କୃଷି ସହିତ ୧୯୮୯ ମସିହାରୁ ଜଡିତ । ସେ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ଯୋଜନ ବିଭାଗ, ଜଳଛାୟା ମିଶନ ଆଦିରେ ଉପଦେଷ୍ଟା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୪]

ସମ୍ଭବ[ସମ୍ପାଦନା]

ସାବରମତୀଙ୍କ ପିତା ରାଧାମୋହନ ୧୯୯୦ ମସିହାରେ ସମ୍ଭବ ନାମକ ଏକ ଏନଜିଓ ପ୍ରତିଷ୍ଠା କରିଥିଲେ । ଲକ୍ଷ ଥିଲା ପଡ଼ିଆ ଜମିକୁ ଜୈବିକ କୃଷି ମାଧ୍ୟମରେ ଉର୍ବର କରି ଚାଷ କରିବା ।[୫] ଏଥିପାଇଁ ସେମାନେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଅଞ୍ଚଳରେ ଏକ ଜମି ବାଛିଥିଲେ । କିଟନାଷକ ଓ ରାସାୟନିକ ସାର ପ୍ରୟୋଗ ବିନା କେବଳ ଜୈବିକ ସାର ପ୍ରୟୋଗ କରି ଏହି ଜମିକୁ ସେମାନେ ଚାଷ ଅନୁକୂଳ କରି ପାରିଥିଲେ । ଏକଦା ଚାଷ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ୩୬ ହେକ୍ଟର ପରିମିତ ସେ ଜମିରେ ବାପଝିଅ ମିଶି ଦୁର୍ଲଭ କିସମର କ୍ଲୋଭ ବିନ, ଜ୍ୟାକ ବିନ, ସୋର୍ଡ଼ ବିନ, କଳା ଚାଉଳ ଏବଂ ଅନ୍ୟାନ୍ୟ ପନିପରିବା ଚାଷ କରିବାରେ ସମର୍ଥ ହେଇଥିଲେ । ଓଡ଼ଗାଁରେ ସେମାନଙ୍କଦ୍ୱାରା ବିକଶିତ ଜଙ୍ଗଲରେ ୧୦୦୦ଟି ବିଭିନ୍ନ କିସମର ବୃକ୍ଷ ଓ ୫୦୦ କିସମର ଧାନ ଓ ୭୦୦ କିସମର ବିହନ ଉତ୍ପାଦ କରାଯାଏ ।[୬] ସବୁ ଜଳବାୟୁରେ ବଞ୍ଚିପାରୁଥିବା ବିଭିନ୍ନ ବିହନର ସଂଗ୍ରହ ଓ ସଂରକ୍ଷଣ ସମ୍ଭବଦ୍ୱାରା କରାଯାଇଥାଏ । "ଆଡପ୍ଟ ଏ ସିଡ଼" କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀମାନଙ୍କୁ ତାଙ୍କ ଅଞ୍ଚଳରେ ଉଧେଇ ପାରୁଥିବା ଉନ୍ନତ ବିହନ ମାଗେଣାରେ ଯୋଗେଇ ଦିଆଯାଇଥାଏ ଓ ସେହି ବିହନର ପୃଷ୍ଠପୋଷକ ହେବାକୁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଏ । ଏହାଦ୍ୱାରା ଚାଷୀମାନେ ସେହି ବିହନର ଉପଯୋଗ, ସଂରକ୍ଷଣ ଓ ବ୍ୟାପକ ପ୍ରଚାର ଦିଗରେ ସାହାଯ୍ୟ କରନ୍ତି ।[୭]

ଧାନ କ୍ଷେତରେ କାମ କରୁଥିବା ମହିଳାମାନଙ୍କ ଉପରେ ଶାରୀରିକ ଶ୍ରମର ପ୍ରଭାବକୁ ନେଇ ସାବରମତୀ ଅଧ୍ୟୟନ କରିଛନ୍ତି । ଏହି ଅଧ୍ୟୟନରୁ ସେ ଏସ.ଆର.ଆଇ(System of Rice Intensification) ନାମକ ଏକ ବ୍ୟବସ୍ଥାକୁ ବିକାଶ କରିଛନ୍ତି । ଏହି ବ୍ୟବସ୍ଥାରେ ମହିଳାମାନଙ୍କ ଉପରେ ଶାରୀରିକ ଶ୍ରମର କମ ପ୍ରଭାବ ପଡିଥାଏ ।[୮] ସମ୍ଭବ ତରଫରୁ ଚାଷୀମାନଙ୍କୁ ସ୍ଥାୟୀ ଜୈବିକ ଚାଷ, ଜୈବବିବିଧତା ସଂରକ୍ଷଣ, ଏସ.ଆର.ଆଇ ବାବଦରେ ସମ୍ଭବ ତରଫରୁ ରାଜ୍ୟ, ଅନ୍ୟରାଜ୍ୟ ତଥା ଭାରତ ବାହାରୁ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଏ ।[୯]

ଜୀବନୀ[ସମ୍ପାଦନା]

ସାବରମତୀ‌, ୧୯୬୮ ମସିହାରେ ପିତା ରାଧାମୋହନ ଓ ମାତା ବିଜୟଲକ୍ଷ୍ମୀଙ୍କ କୋଳରୁ ଜନ୍ମ ଗ୍ରହଣ କରିଥିଲେ ।[୧୦] ୧୯୯୩ ମସିହାରୁ ସେ ସମ୍ଭବ ସହିତ ଜଡ଼ିତ ରହିଛନ୍ତି ।[୧୧] ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମରୁ ଅନୁପ୍ରାଣିତ ହୋଇ, ରାଧାମୋହନ ଝିଅର ନାମ ସାବରମତୀ ରଖିଥିଲେ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Importance of organic farming". english.mathrubhumi.com. mathrubhumi.
  2. "Organic Firms" (PDF). ofai.org/. Organic Farming Association of India. Retrieved 6 February 2020.
  3. "Padma Shri For Father-Daughter Who Transformed Wasteland Into A Forest". www.ndtv.com/. ndtv. Retrieved 6 February 2020.
  4. "Odisha's padma prides". www.newindianexpress.com. new indian express. Retrieved 7 February 2020.
  5. Orissa Society of Americas 37th Annual Convention Souvenir: For Annual Convention Held in 2006 at Columbia, Maryland. Odisha Society of the Americas. pp. 65–. GGKEY:8G2ZU2ASK4Z.
  6. "Father, daughter duo gets Padma Shri for 30-year-long conservation experiment". www.thehindu.com. The Hindu. Retrieved 4 February 2020.
  7. "Father-Daughter Duo From Odisha Awarded Padma Shri". sambadenglish.com. sambad english. Retrieved 7 February 2020.
  8. "Odisha's Environmental Crusader Gets 'Nari Shakti Puraskar' From President". odishatv.in. odisha tv. Retrieved 7 February 2020.
  9. "Conservation measures fetch Padma award to Odisha's father-d". timesofindia.indiatimes.com. The Times of India. Retrieved 6 February 2020.
  10. "ପଦ୍ମଶ୍ରୀ ପାଇବେ ନୟାଗଡ଼ର ବାପ, ଝିଅ". www.baghuabarta.com/. ବାଘୁଆ ବାର୍ତ୍ତା. Retrieved 6 February 2020.
  11. "'ପଦ୍ମ' ଉପାଧିରେ ବିଭୂଷିତ ହେବେ ଓଡ଼ିଶାର ୧୧ଜଣ". www.samajalive.in/. ସମାଜ. Retrieved 6 February 2020.
  12. "ଆମ ପଦ୍ମ" (ରବିବାର ସମ୍ବାଦ ୨/୨/୨୦୨୦ ପୃଷ୍ଠା ୩). ସମ୍ବାଦ. Retrieved 6 February 2020.
  13. "Odisha's Sabarmatee Tiki Receives 'Nari Shakti Award'". kalingatv.com/. kalinga tv. Retrieved 6 February 2020.
  14. "Sabarmati gets Shambhavi Puraskar". odishachannel.com/. dishachanne. Retrieved 6 February 2020.