ମାଗୁଣି ଚରଣ ଦାସ

ଉଇକିପିଡ଼ିଆ‌ରୁ
ମାଗୁଣି ଚରଣ ଦାସ
Born
Died୫ ଡିସେମ୍ବର ୨୦୦୮
ରଘୁରାଜପୁର, ପୁରୀ ଜିଲ୍ଲା
Occupationପାରମ୍ପରିକ ନୃତ୍ୟଶିଳ୍ପୀ
Known forଗୋଟିପୁଅ ନୃତ୍ୟ
Childrenପ୍ରଦ୍ୟୁମ୍ନ କୁମାର ମିଶ୍ର
Awardsପଦ୍ମଶ୍ରୀ
ଓଡ଼ିଶା ସଙ୍ଗୀତ ଏକାଡେମି ପୁରସ୍କାର
ତୁଳସୀ ସମ୍ମାନ

ମାଗୁଣି ଚରଣ ଦାସ ଜଣେ ଭାରତୀୟ ପାରମ୍ପରିକ ନୃତ୍ୟଶିଳ୍ପୀ ଥିଲେ ।[୧] ସେ ପୁରୀ ଜିଲ୍ଲାର ରଘୁରାଜପୁରରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶାର ପାରମ୍ପରିକ ନୃତ୍ୟ ଗୋଟିପୁଅ ପାଇଁ ସେ ଭାରତ ପ୍ରସିଦ୍ଧ ଅଟନ୍ତି । ଦଶଭୁଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ (ଗୋଟିପୁଅ ନୃତ୍ୟ ପାଇଁ ବିଦ୍ୟାଳୟ)ର ସେ ପ୍ରତିଷ୍ଠାତା ଥିଲେ ।[୨] ଲୋପ ପାଇ ଆସୁଥିବା ଗୋଟିପୁଅ ନୃତ୍ୟର ସେ ପୁନଃରୁଦ୍ଧାର କରିଥିଲେ । ତାଙ୍କ ନୃତ୍ୟ ଶୈଳୀ ଗୋଟିପୁଅର ରଘୁରାଜପୁର ଘରଣା ଭାବରେ ପରିଚିତ (Raghurajpur Gharana of Gotipua) । ତାଙ୍କ ବିଦ୍ୟାଳୟରେ ନୃତ୍ୟ ତାଲିମ ଦିଆ ଯିବା ସହ ପାଠ ମଧ୍ୟ ପଢ଼ା ଯାଉଥିଲା । ୫ ଡିସେମ୍ବର ୨୦୦୮ରେ ସେ ମୃତ୍ୟୁ ବରଣ କରିଥିଲେ ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ତରଫରୁ ସେ ତୁଳସୀ ସମ୍ମାନ ପାଇଥିଲେ । [୨]
  • ଗୋଟିପୁଅ ନୃତ୍ୟର ଅବଦାନ ପାଇଁ ସେ ୨୦୦୪ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।[୩]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Gotipua Tradition: A Deeper Insight". Youth ki Awaz. 12 April 2012. Retrieved November 23, 2015.
  2. ୨.୦ ୨.୧ "God's Little Dancers: The Gotipua Tradition of Odisha". Craft Revival. 2015. Archived from the original on November 24, 2015. Retrieved November 23, 2015.
  3. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on October 15, 2015. Retrieved July 21, 2015.