Jump to content

ସତ୍ୟନାରାୟଣ ରାଜଗୁରୁ

ଉଇକିପିଡ଼ିଆ‌ରୁ
ପଦ୍ମଶ୍ରୀ ଡ.

ସତ୍ୟନାରାୟଣ ରାଜଗୁରୁ
ଜନ୍ମ(1903-08-19)୧୯ ଅଗଷ୍ଟ ୧୯୦୩
ମୃତ୍ୟୁ୧୧ ଜୁନ ୧୯୯୭(1997-06-11) (ବୟସ ୯୩)
ଶିକ୍ଷାସ୍ନାତକ (ଓଡ଼ିଆ, ସଂସ୍କୃତ ଓ ଇଣ୍ଡୋଲୋଜି)
ଶିକ୍ଷାନୁଷ୍ଠାନବିଶାଖାପାଟଣା ବିଶ୍ୱବିଦ୍ୟାଳୟ
ବୃତ୍ତିଐତିହାସିକ
ବୈବାହିକ-ସାଥୀତାରାମଣି ଦେବୀ
ସନ୍ତାନସୀତାକାନ୍ତ ରାଜଗୁରୁ
ପିତାମାତାହରେକୃଷ୍ଣ ରାଜଗୁରୁ, ସୁନାମଣି ଦେବୀ
ପୁରସ୍କାରପଦ୍ମଶ୍ରୀ, ଶାରଳା ପୁରସ୍କାର,
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ସତ୍ୟନାରାୟଣ ରାଜଗୁରୁ (୧୯ ଅଗଷ୍ଟ ୧୯୦୩ - ୧୧ ଜୁନ ୧୯୯୭) ଜଣେ ଭାରତୀୟ ଐତିହାସିକ, ଗବେଷକ, ଲିପିବିଦ୍ ଓ ସାହିତ୍ୟିକ ଥିଲେ । ସେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଜଣେ କ୍ୟୁରେଟର ଥିଲେ ଏବଂ ତାଙ୍କ ରଚନା ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ୧୯୭୪ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।

ବାଲ୍ୟ ଜୀବନ ଓ ଶିକ୍ଷା

[ସମ୍ପାଦନା]

ସତ୍ୟନାରାୟଣ ରାଜଗୁରୁ ୧୯ ଅଗଷ୍ଟ ୧୯୦୩, (କାଳୀୟ ଦଳନ ଏକାଦଶୀ)[] ଦିନ ପାରଳାଖେମୁଣ୍ଡିଠାରେ ରାଜଗୁରୁ ବଂଶରେ ଜନ୍ମଗ୍ରହଣ କରିଥିଲେ ‌। ପିତା ହରେକୃଷ୍ଣ ରାଜଗୁରୁ ଓ ମାତା ସୁନାମଣି ଦେବୀ ସତ୍ୟନାରାୟଣ ବ୍ରତ ପାଳନ କରି ସନ୍ତାନ ଲାଭ କରିଥିବାରୁ ପୁତ୍ରର ନାମ ସତ୍ୟନାରାୟଣ ଦେଇଥିଲେ । ଜନ୍ମଲାଭର ସପ୍ତମଦିନ ତାଙ୍କର ମାତୃବିୟୋଗ ଘଟିଥିଲା । ତାଙ୍କ ଜେଜେବାପା ହରେକୃଷ୍ଣ ରାଜଗୁରୁ ଏହି ତାଙ୍କୁ ଏକ ଘରୋଇ ପରିଚାରକ ମାଧ୍ୟମରେ ଜଣେ କମା ବ୍ରାହ୍ମଣଙ୍କ ଘରକୁ ନିତିଦିନ ପଠାଇ ତାଙ୍କ ସ୍ତ୍ରୀଙ୍କ ସ୍ତନ୍ୟପାନ କରାଇ ଏହି ମାତୃହୀନ ଶିଶୁକୁ ପାଳିବାକୁ ଲାଗିଲେ ।

ଗୃହପଣ୍ଡିତଙ୍କଠାରୁ ସଂସ୍କୃତ ଓ ହିନ୍ଦୁ ଧର୍ମର କର୍ମକାଣ୍ଡ ଶିଖିବା ସହ ସେ ସ୍ଥାନୀୟ ଉଚ୍ଚବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ପରେ ସେ ୧୯୨୯ ମସିହାରେ ପାରଳାଖେମୁଣ୍ଡିସ୍ଥିତ ପଦ୍ମନାଭ ରଙ୍ଗାଳୟରେ ପରିଚାଳକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ପଦ୍ମନାଭ ରଙ୍ଗାଳୟ ଥିଲା ତତ୍କାଳୀନ ଓଡ଼ିଶାର ପ୍ରଥମ ଥିଏଟର । ଏହି ସମୟରେ ସେ ଉତ୍କଳ ସମ୍ମିଳନୀର କାର୍ଯ୍ୟକଳାପ ସହ ସଂପୃକ୍ତ ଥିଲେ । ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ କରିବାରେ ସେ ପାରଳା ମହାରାଜାଙ୍କ ସହାୟତା କରିଥିଲେ । ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ ନିମନ୍ତେ ସେ ଏକ ଗବେଷଣା ପ୍ରବନ୍ଧ ପ୍ରସ୍ତୁତ କରିସାରିଥିଲେ ।

୧୯୪୭ ମସିହାରେ ସେ କଳିଙ୍ଗ ଐତିହାସିକ ଗବେଷଣା ସମିତିରେ ଯୋଗଦେଇଥିଲେ । ୧୯୫୦ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଭିଲେଖ ବିଭାଗରେ କ୍ୟୁରେଟର ଦାୟିତ୍ୱ ଓ ପରେ ୧୯୬୩-୧୯୭୦ ପର୍ଯ୍ୟନ୍ତ ଲିପିବିଦ୍ (ଏପିଗ୍ରାଫିଷ୍ଟ) ଦାୟିତ୍ୱ ସମ୍ଭାଳିଥିଲେ ।[] ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅବୈତନିକ ପ୍ରତ୍ନତତ୍ତ୍ୱ ଉପଦେଷ୍ଟା ରୂପେ ମଧ୍ୟ ଦୁଇ ବର୍ଷ କାମ କରିଥିଲେ ।[]

ଇତିହାସ ସଂପର୍କିତ ଗବେଷଣା କରିବା ସମୟରେ ସେ ଓଡ଼ିଶାର ଅନେକ ସ୍ଥାନ ବୁଲି ଅନେକ ଶିଳାଲେଖ ସଂଗ୍ରହ କରି ସେଗୁଡ଼ିକର ଅଧ୍ୟୟନ କରି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ଉଦ୍ଧାର କରିଥିଲେ । ସେ ନିଜର ଗବେଷଣା ତତ୍କାଳୀନ ବିହାର-ଓଡ଼ିଶା ହିଷ୍ଟୋରିକାଲ ରିସର୍ଚ୍ଚ ସୋସାଇଟି, ଆନ୍ଧ୍ର ହିଷ୍ଟୋରିକାଲ ରିସର୍ଚ୍ଚ ସୋସାଇଟି ତଥା କଳିଙ୍ଗ ହିଷ୍ଟୋରିକାଲ ରିସର୍ଚ୍ଚ ସୋସାଇଟି ତରଫରୁ ପ୍ରକାଶିତ ପତ୍ରିକାରେ ପ୍ରକାଶ କରିଥିଲେ ।[]

୧୯୯୭ ଜୁନ ୧୧ରେ ୯୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ପତ୍ନୀ ତାରାମଣୀ ଦେବୀଙ୍କର ବର୍ଷେ ପୂର୍ବରୁ ଦେହାନ୍ତ ହୋଇଥିଲା ।

ସାହିତ୍ୟ ରଚନା

[ସମ୍ପାଦନା]

ଉତ୍କଳ ସାହିତ୍ୟ, ସହକାର, ନବଭାରତ ଆଦି ମାସିକ ସାହିତ୍ୟ ପତ୍ରିକାମାନଙ୍କରେ ତାଙ୍କର ବହୁ ଐତିହାସିକ ପ୍ରବନ୍ଧ ପ୍ରକାଶ ପାଇଥିଲା । ସେ ସାପ୍ତାହିକ ପତ୍ରିକା ଉତ୍କଳ ହିତୈଷିଣୀର ସମ୍ପାଦକ ଥିଲେ । ଜୟଦେବଙ୍କ ପ୍ରାରମ୍ବିକ ଜୀବନ ଉପରେ ସେ ଅନେକ ତଥ୍ୟ ସଂଗ୍ରହ ଓ ପ୍ରକାଶ କରିଥିଲେ । ସେ ସରୋଜିନୀ ନାଇଡୁଙ୍କ ଇଂରାଜୀ କବିତା The Palanquin Bearersକୁ ଓଡ଼ିଆରେ ପାଲିଙ୍କି ବାହକ ନାମରେ ଅନୁବାଦ କରିଥିଲେ । ସତ୍ୟନାରାୟଣଙ୍କ ଲିଖିତ ଅନେକ ବହି ବିଶ୍ୱବିଦ୍ୟାଳୟ ଅଧ୍ୟୟନ ପାଇଁ ସ୍ୱୀକୃତ ହୋଇଛି ।

ରଚନାବଳୀ

[ସମ୍ପାଦନା]
  • ମନୋରମା (୧୯୫୮, ଐତିହାସିକ କାବ୍ୟ)
  • ଓଡ଼ିଶାର ଇତିହାସ (୧୯୮୫)
  • ମୋ ଜୀବନ ସଂଗ୍ରାମ (ଆତ୍ମକଥା)
  • କଳିଙ୍ଗର ଆତ୍ମକଥା
  • ଓଡ଼ିଆ ଲିପିର କ୍ରମବିକାଶ
  • ଓଡ଼ିଆ ଉପଭାଷା
  • ଗୋପବନ୍ଧୁ ଗଦ୍ୟ ସାହିତ୍ୟ
  • ନାଗ ଇତିହାସ
  • ଜନନୀ ଉତ୍କଳ
  • ରାଧାଭିଷେକ (ଗୀତୀନାଟିକା)
  • ଖାରବେଳ (ନାଟକ)
  • ସରୋଜିନୀ ନାଇଡୁ, The Palanquin Bearers (ଅନୁବାଦ: ପାଲିଙ୍କି ବାହକ')
  • ସ୍ୱପନେ ଚୁମ୍ବନ
  • Invocatory Verses from Inscriptions
  • History of Gangas
  • The Korasanda Copper Plate Grant of Visakhavarma
  • History of Eastern Gangas of Kalinga
  • Heirographic letters of Naraj
  • The Odras and their Predomenancy
  • The Historical Research in Orissa
  • The Konduli Copper Plate Grant of Narasimha Deva of Saka 1305
  • Sumandal Plates of Dharmaraj.

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ପଦ୍ମଶ୍ରୀ, ୧୯୭୪[]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୬ (ଆତ୍ମ ଜୀବନୀ 'ମୋ ଜୀବନ ସଂଗ୍ରାମ' ନିମନ୍ତେ)[]
  • ଶାରଳା ପୁରସ୍କାର, ୧୯୯୬[]
  • ଉତ୍କଳ ରତ୍ନ,୧୯୯୬[]
  • ସାରଳା ସମ୍ମାନ, ୧୯୮୯
  • ୧୯୮୦: ଓଡ଼ିଶା ଇତିହାସ କଂଗ୍ରେସଦ୍ୱାରା ସମ୍ମାନିତ
  • ୧୯୭୭: ଉତ୍କଳ ପାଠକ ସଂସଦଦ୍ୱାରା ସମ୍ମାନିତ
  • ୧୯୭୫: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତାଙ୍କୁ ଆଜୀବନ ସିନେଟ ସଭ୍ୟ ରୂପେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଡିଲିଟ ଉପାଧିରେ ଭୂଷିତ କରିଥିଲେ ।
  • ୧୯୬୮: ଗଞ୍ଜାମ ସାହିତ୍ୟ ସମ୍ମିଳନୀଦ୍ୱାରା ସମ୍ମାନିତ
  • ଭାରତୀ ଭୂଷଣ (ଆନ୍ଧ୍ର ମହାସଭା ଦ୍ୱାରା)
  1. Rajguru, Sitakanta. "Memories of My Father Padmashree Dr. Satya Narayan Rajguru" (PDF). Odisha Review. p. 58. Retrieved 30 April 2014.
  2. 1 2 Rajguru, Sitakanta. "Memories of My Father" (PDF). Orissa Review. 2010 (April 2010): 58. Archived from the original (PDF) on 29 February 2020. Retrieved 29 February 2020.
  3. "Eminent Persons". Retrieved 30 April 2014.
  4. "Padma Awards Directory (1954 - 2013)" (PDF). Ministry of Home Affairs. Retrieved 23 April 2014.
  5. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 18June 2021. {{cite web}}: Check date values in: |accessdate= (help)
  6. "Sarala Award Recipients". IMFA. Retrieved 30 April 2014.
  7. http://odisha.gov.in/e-magazine/Orissareview/2010/April/engpdf/58-64.pdf