ଲକ୍ଷ୍ମୀନାରାୟଣ ସାହୁ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଲକ୍ଷ୍ମୀନାରାୟଣ ସାହୁ
ଲକ୍ଷ୍ମୀନାରାୟଣ ସାହୁ.jpeg
ଜନ୍ମ ଓ ଜନ୍ମସ୍ଥାନ ୩ ଅକ୍ଟୋବର ୧୮୯୦(1890-10-03)
ମଣିଖମ୍ଵ, ବାଲେଶ୍ୱର
ମୃତ୍ୟୁ ୮ ଜାନୁଆରୀ ୧୯୬୩ (୭୨ ବର୍ଷ)
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ଜୀବିକା ଶିକ୍ଷକତା
ବାପା ମା କ୍ଷେତ୍ରମୋହନ ସାହୁ

ଲକ୍ଷ୍ମୀନାରାୟଣ ସାହୁ (୩ ଅକ୍ଟୋବର ୧୮୯୦ - ୮ ଜାନୁଆରୀ ୧୯୬୩) ଜଣେ ଓଡ଼ିଆ ଲେଖକ, କବି, ସାମ୍ଵାଦିକ, ସମାଜସେବୀ, ସଂସ୍କାରକ, ଐତିହାସିକ ଓ ରାଜନୀତିଜ୍ଞ ଥିଲେ [୧][୨]
ବାଲେଶ୍ଵର ନିକଟସ୍ଥ ମଣିଖମ୍ଵ ଗ୍ରାମର କ୍ଷେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ [୨]। ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ କରିଥିଲେ [୧]ପୁରୀର ଭିକ୍ଟୋରିଆ କ୍ଳବ ହୋଟେଲରେ ଜଣେ ପରିଚାଳକ ଭାବେ ସେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଅଳ୍ପ କିଛି ଦିନ ପରେ ସେ ଚାକିରି ଛାଡି, ଶିକ୍ଷକତା କରିଥିଲେ । [୨]। ସେ ତାଙ୍କର ଜନଜାତି ସମ୍ପର୍କୀୟ ଲେଖା ଯୋଗୁ ଖ୍ୟାତିପ୍ରାପ୍ତ ହୋଇଥିଲେ । ଜନଜାତିଙ୍କର ପୁରୁଷ ପୁରୁଷ ଧରି ଚଳିଆସୁଥିବା ମୂଖନିସୃତ କାହାଣୀରେ ସ୍ଵର୍ଗ, ନର୍କ, ସୃଷ୍ଟି ଓ ମୃତ୍ୟୁ ବିଷୟରେ ସେ ଲେଖିଚାଲିଥିଲେ [୩]

ଓଡ଼ିଶାର ଗ୍ରାମ୍ୟ ନାଚ ତଥା ସଙ୍ଗୀତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ଓ ତାହାର ଉନ୍ନତି ଓ ସ୍ଥାୟୀତ୍ଵ ନିମନ୍ତେ କାମ କରିଥିଲେ [୪]। ଓଡ଼ିଆ ଛଡା ହିନ୍ଦୀ, ବଙ୍ଗଳା ଓ ସଂସ୍କୃତରେ ମଧ୍ୟ ଲେଖା ଲେଖି କରୁଥିଲେ । ଗଳ୍ପ ମଧ୍ୟରେ ବୀଣା, ସୁଲତା, କଣ୍ଟ୍ରୋଲ ରୁମ୍, କବିତା ମଧ୍ୟରେ ପଶର ଓ ସାମାଜିକ ଗଳ୍ପ ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍ ତାଙ୍କୁ ପ୍ରସିଦ୍ଧି ଆଣିଥିଲା । ଓଡ଼ିଆ ଖବରକାଗଜ ସହକାର ଓ ଇଂରାଜୀ ଖବରକାଗଜ ଷ୍ଟାର ଅଫ୍ ଉତ୍କଳରେ ଲେଖୁଥିଲେ [୨]ଅସ୍ପୃଶ୍ୟପ୍ରଥା ଓ ମହିଳାମାନଙ୍କ ଦୁର୍ଗତି ବିରୁଦ୍ଧରେ ସେ ସମାଜ ସଂସ୍କାରକ ଭାବେ କାମ କରୁଥିଲେ ।
ସେ ଓଡ଼ିଶା ଆସେମ୍ଵ୍ଲିକୁ ୧୯୪୭ ମସିହାରେ ନିର୍ବାଚିତ ହୋଇଥିଲେ ଓ ଭାରତର କନ୍‌ସ୍ଟିଚୁଏଣ୍ଟ ଆସେମ୍ଵ୍ଲିର ସେ ସଭ୍ୟ ଥିଲେ [୧][୫]। ସେ ତାଙ୍କର ଅଗ୍ନିବର୍ଷୀ ସାରଗର୍ଭକ ଭାଷଣଦ୍ଵାରା ଭାରତର ସମ୍ଵିଧାନର ଚିଠା ପ୍ରସ୍ତୁତ ବେଳେ ଯୁକ୍ତି କରି କହିଥିଲେ ଯେ ତାହା ବିପଦଜନକ ଓ ବିପରୀତଧର୍ମୀ ଥିଲା ଯାହାକୁ ବାହାର ନ କଲେ ଭାରତକୁ ଭବିଷ୍ୟତରେ ଖଣ୍ଡ ବିଖଣ୍ଡ କରିଦେବ ଓ ଏହି ଯୁକ୍ତିକୁ ବି. ଆର୍. ଆମ୍ଵେଦକର ମଧ୍ୟ ମାନିଥିଲେ [୬]
ମାନବ ସେବାକୁ ସେ ନିଜର ବଞ୍ଚିବାର ମାଧ୍ୟମ ବୋଲି ଗ୍ରହଣ କରି ନେଇଥିଲେ । ଛାତ୍ରାବସ୍ଥାରୁ ଜାତିପ୍ରଥା ବିରୋଧରେ ସ୍ଵର ଉତ୍ତୋଳନ କରିଥିଲେ । ସମାଜ ସଂସ୍କାର କ୍ଷେତ୍ରରେ ବହୁ କାର୍ଯ୍ୟ କରିଥିଲେ । ପଇତାକୁ ଏପରି ବାଖ୍ୟା କରିଥିଲେ ଯେ : "ପଇତାର ଛଅ ଖିଅ, ଛଅଟି ଗୁଣର ପ୍ରତୀକ । ତାହା ହେଲା ଯଜନ, ଯାଜନ, ଅଧ୍ୟୟନ, ଅଧ୍ୟାପନା, ଦାନ ଓ ପ୍ରତିଗ୍ରାହ । ଯାହାର ଏହି ଗୁଣ ଥିବ, ସେ ପଇତା ପକେଇ ପାରିବ ।"

ସନ ୧୯୫୫ ମସିହାରେ ସାହିତ୍ୟ ଓ ଶିକ୍ଷା ବିଷୟରେ ତାଙ୍କର ଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ଇତିହାସ ଉପରେ ତାଙ୍କର କାମ ନିମନ୍ତେ ତାଙ୍କୁ ଇତିହାସ ରଥ କୁହାଯାଉଥିଲା । ସେ ଏସିଆଟିକ୍ ସୋସାଇଟିର ସଭ୍ୟ, ଓଡ଼ିଆ ସାହିତ୍ୟ ଏକାଡେମିର ସଭାପତି ଓ ସର୍ଭାଣ୍ଟ ଅଫ ଇଣ୍ଡିଆ ସୋସାଇଟିର ସଭ୍ୟ ଥିଲେ ।
କଟକରେ ତାଙ୍କ ନାମରେ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟ ସ୍ଥାପିତ ହୋଇଛି [୭]

ରଚନାବଳୀ[ସମ୍ପାଦନା]

ଗଳ୍ପ[ସମ୍ପାଦନା]

  • ବୀଣା
  • ସୁଲତା
  • କଣ୍ଟ୍ରୋଲ ରୁମ୍
  • ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍

କବିତା[ସମ୍ପାଦନା]

  • ପଶର

ଉପନ୍ୟାସ[ସମ୍ପାଦନା]

  • ବୀଣା

ଆତ୍ମଚରିତ[ସମ୍ପାଦନା]

  • ବାରବୁଲାର କାହାଣୀ

ଅନ୍ୟାନ୍ୟ[ସମ୍ପାଦନା]

  • ଲକ୍ଷ୍ମୀନାରାୟଣ ସାହୁ ଜାତିରେ ପାଣ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Eminent Indians who was who, ୧୯୦୦-୧୯୮୦, also annual diary of events. ୧୯୮୫. p. ୨୮୬. 
  2. ୨.୦ ୨.୧ ୨.୨ ୨.୩ Laxminarayan Sahu Balasore Official Website
  3. Midwest folklore , Volumes ୧୦-୧୧. Indiana University. ୧୯୬୦. p. ୧୯୧. 
  4. Six acres and a half: Oriya novel: Chhamana atha guntha. Ministry of Information and Broadcasting, Govt. of India. ୧୯୬୭. p. ୫. 
  5. "Debates of The Constituent Assembly of India". 164.100.47.132. Retrieved 2012-06-19. 
  6. "It is Time for Indian Patriotic Intelligentsia to Wake up « Orissa Matters". Orissamatters.com. 2011-06-06. Retrieved 2012-06-19. 
  7. "Lakshmi Narayan Sahu Mahavidyalaya". Lnsmahavidyalaya.org. 2009-03-08. Retrieved 2012-06-19. 
  8. "ଜନ ସେବକ 'ଲକ୍ଷ୍ମୀନାରାୟଣ'". ସମ୍ବାଦ ୧୮/୦୧/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨. http://sambadepaper.com/Details.aspx?id=225196&boxid=23212644. Retrieved 18 January 2016.