ଆର୍ତ୍ତବଲ୍ଲଭ ମହାନ୍ତି
ରାୟ ବାହାଦୁର ଆର୍ତ୍ତବଲ୍ଲଭ ମହନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଓଡ଼ିଶା, ଭାରତ | ୩୦ ଜୁଲାଇ ୧୮୮୭
ମୃତ୍ୟୁ | ୩୦ ଜୁଲାଇ ୧୯୬୯ | (ବୟସ ୮୨)
ବାସସ୍ଥଳୀ | କଟକ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, କଲିକତା ବିଶ୍ୱବିଦ୍ୟାଳୟ |
ପୁରସ୍କାର | ପଦ୍ମଶ୍ରୀ |
ଆର୍ତ୍ତବଲ୍ଲଭ ମହାନ୍ତି (୩୦ ଜୁଲାଇ ୧୮୮୭ - ୩୦ ଜୁଲାଇ ୧୯୬୯) ଜଣେ ଓଡ଼ିଆ ଲେଖକ, ଶିକ୍ଷାବିତ ଓ ପ୍ରଫେସର ଥିଲେ ।[୧][୨] ସେ ପ୍ରାଚୀ ସମିତିର ପ୍ରତିଷ୍ଠାତା ଥିଲେ । [୩] ପୁରାତନ ଓଡ଼ିଆ ରଚନାବଳୀରେ ଥିବା ଶୁଦ୍ଧ ସଂସ୍କରଣର ଅଭାବ ଦେଖି ସେ ନିଜେ ଅନେକ ପୋଥି ପଠନ କରି ବିଦଗ୍ଧ ଚିନ୍ତାମଣି, ମଥୁରା ମଙ୍ଗଳ ସମେତ ଅନ୍ୟାନ୍ୟ ଗ୍ରନ୍ଥର ଶୁଦ୍ଧ ସଂସ୍କରଣ ପ୍ରାଚୀ ସମିତିଦ୍ୱାରା ପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ପ୍ରାଚୀ ସମିତି ତାହାର ପ୍ରକାଶିତ ଅନେକ ପୁରୁଣା ଗ୍ରନ୍ଥ ଓ ତାଳପତ୍ର ପୋଥିଗୁଡ଼ିକ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଅର୍ପଣ କରିଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟ ଏଗୁଡ଼ିକୁ "ପ୍ରାଚୀ ଗ୍ରନ୍ଥମାଳା" ନାମରେ ପ୍ରକାଶିତ କରିଥିଲା । [୪] ଭାରତ ସରକାର ତାଙ୍କୁ ୧୯୬୦ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲା ।[୫]
ଜୀବନୀ[ସମ୍ପାଦନା]
ପ୍ରାରମ୍ଭିକ ଜୀବନ[ସମ୍ପାଦନା]
ଆର୍ତ୍ତବଲ୍ଲଭ ମହାନ୍ତି ୩୦ ଜୁଲାଇ ୧୮୮୭ (ଶ୍ରାବଣ ଶୁକ୍ଳ ଏକାଦଶୀ, ଶନିବାର) ଦିନ ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିଲେ । [୬]
ଶିକ୍ଷା[ସମ୍ପାଦନା]
ଆର୍ତ୍ତବଲ୍ଲଭ ମହାନ୍ତି ଉଭୟ ଓଡ଼ିଆ ଓ ସଂସ୍କୃତ ଭାଷା ସାହିତ୍ୟରେ ସ୍ନାତକ ଅଧ୍ୟୟନ କରିଥିଲେ ।
ଚାକିରି[ସମ୍ପାଦନା]
ଶିକ୍ଷା ପରେ ସେ ରେଭେନ୍ସା ମହାବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ସେଠାରେ ସଂସ୍କୃତ ପ୍ରାଧ୍ୟାପକ ପଦକୁ ଉନ୍ନୀତ ହୋଇଥିଲେ ।[୭]
ସାହିତ୍ୟ ରଚନା[ସମ୍ପାଦନା]
ଓଡ଼ିଶାର ପୁରାତନ କାବ୍ୟଗୁଡ଼ିକର ଶୁଦ୍ଧ ସଂସ୍କରଣର ଅଭାବକୁ ଲକ୍ଷ୍ୟ କରି ଆର୍ତ୍ତବଲ୍ଲଭ ମହାନ୍ତି ନିଜେ ବହୁ ପୁରୁଣା ପୋଥିକୁ ପଢ଼ି ଗ୍ରନ୍ଥଗୁଡ଼ିକର ଶୁଦ୍ଧ ସଂସ୍କରଣ ପ୍ରକାଶ କରିଥିଲେ । ଏଥିମଧ୍ୟରୁ ବିଦଗ୍ଧ ଚିନ୍ତାମଣି, ମଥୁରା ମଙ୍ଗଳ ଭଳି ପ୍ରଚଳିତ ଗ୍ରନ୍ଥ ସହ ଅନେକ ବିରଳ ପୋଥି ମଧ୍ଯ ସ୍ଥାନ ପାଇଥିଲା । ଏହିସବୁ ପୁସ୍ତକ ତାଙ୍କ ପ୍ରତିଷ୍ଠିତ ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ ହୋଇଥିଲା ।
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Some Great Odia Personalities".
- ↑ "Revival of Car Festival of Lord Jagannath" (PDF).
- ↑ Amaresh Datta (1988). Encyclopaedia of Indian Literature. Sahitya Akademi. pp. 1740–. ISBN 978-81-260-1194-0.
- ↑ ଆର୍ତ୍ତବଲ୍ଲଭ ମହାନ୍ତି, ମଥୁରା ମଙ୍ଗଳ, ଉତ୍କଳ ବିଶ୍ୱବିଦ୍ୟାଳୟ, କଟକ, ୧୯୫୧ ।
- ↑ ୫.୦ ୫.୧ "Padma Awards Directory (1954-2009)". Ministry of Home Affairs (India).
{{cite web}}
: Text "Ministry of Home Affairs" ignored (help) - ↑ ସୂର୍ଯ୍ୟପ୍ରଭା
- ↑ Ashok K. Mohanty (15 February 2011). My Life, My Work. Allied Publishers. pp. 181–. ISBN 978-81-8424-640-7.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |