ରବି ପଟ୍ଟନାୟକ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ରବି ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ ୨୧ ଅକ୍ଟୋବର ୧୯୩୫(1935-10-21)
ବଣାଇ, ସୁନ୍ଦରଗଡ଼
ମୃତ୍ୟୁ ୩ ଜୁନ, ୧୯୯୧ (୫୫ ବର୍ଷ)
ଜାତୀୟତା ଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷା ସ୍ନାତକୋତ୍ତର(ଭୂତତ୍ତ୍ଵ)
ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟ
ଜୀବିକା ଭୂତତ୍ତ୍ଵବିଦ
ଜଣାଶୁଣା କାମ ଅସାମାଜିକର ଡାଏରୀ
ସଙ୍ଗୀ ବିଜୟଲକ୍ଷ୍ମୀ ପଟ୍ଟନାୟକ
ବାପା ମା କୃଷ୍ଣଚନ୍ଦ୍ର ପଟ୍ଟନାୟକ, ସୁନ୍ଦରମଣି ଦେବୀ
ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୨

ରବି ପଟ୍ଟନାୟକ (୧ ଅକ୍ଟୋବର ୧୯୩୫ - ୩ ଜୁନ, ୧୯୯୧) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[୧] ଧରାବନ୍ଧା ଘଟଣାବୈଚିତ୍ର ଓ କାହାଣୀସର୍ବସ୍ଵ ବର୍ଣ୍ଣନାରୁ ହଟିଯାଇ, ଓଡ଼ିଆ କ୍ଷୁଦ୍ରଗଳ୍ପକୁ ଅପାରମ୍ପରିକ ବିଷୟବିନ୍ୟାସ ତଥା ନୂତନ ପ୍ରୟୋଗ-ପରୀକ୍ଷାରେ ସମୃଦ୍ଧ କରିବାରେ ତାଙ୍କର ଉଲ୍ଲେଖଯୋଗ୍ୟ ଭୂମିକା ରହିଛି ।

ଜୀବନୀ[ସମ୍ପାଦନା]

ରବି ପଟ୍ଟନାୟକ, ୧୯୩୫ ମସିହା ଅକ୍ଟୋବର ମାସ ୨୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କୃଷ୍ଣଚନ୍ଦ୍ର ପଟ୍ଟନାୟକ ଥିଲେ, ସତ୍ୟବାଦୀ ବନ ବିଦ୍ୟାଳୟରେ ଜଣେ ଶିକ୍ଷକ । ମାତଙ୍କ ନାମ ଥିଲା ସୁନ୍ଦରମଣି ଦେବୀ । ରବି ପଟ୍ଟନାୟକଙ୍କର ପାଞ୍ଚ ଭାଇ ଥିଲେ । ରବି ପଟ୍ଟନାୟକ ରାଇରଙ୍ଗପୁର, ବାରିପଦା ଆଦି ସ୍ଥାନରୁ ଶିକ୍ଷାଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ଭୂତତ୍ତ୍ଵରେ ସ୍ନାତକୋତ୍ତର ହାସଲ କରିଛନ୍ତି । ସେ ୧୯୬୦ ମସିହାରେ, ଭାରତ ସରକାରଙ୍କ ଭୂତତ୍ତ ସର୍ବେକ୍ଷଣ ସଂସ୍ଥାରେ ଭୂତତ୍ତ୍ଵବିଦ ଭାବରେ ଚାକିରି ଆରମ୍ଭ କରିଥିଲେ । ୧୯୯୧ ମସିହା ଜୁନ ୩ ତାରିଖରେ ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ଗମନ ଘଟିଥିଲା । ଏହି ସମୟ ବେଳକୁ, ସେ ଭୂତତ୍ତ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ଵର ଶାଖାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ । [୨]

ରଚନାବଳୀ[ସମ୍ପାଦନା]

  • ଅସମାଜିକର ଡାଏରୀ (୧୯୬୪)
  • ଅନ୍ଧଗଳିର ଅନ୍ଧକାର (୧୯୭୨)
  • ରାଗତୋଡି (୧୯୭୯)
  • ବହୁରୂପୀ (୧୯୭୯)
  • ହିରଣ୍ୟଗର୍ଭ (୧୯୮୨)
  • ଗଳ୍ପ (୧୯୮୨)
  • ବିଷୁବରେଖା (୧୯୮୩)
  • ରାଜାରାଣୀ (୧୯୮୭)
  • ବନ୍ଧ୍ୟାଗାନ୍ଧାରୀ (୧୯୮୮)
  • ଅମରିଲତା (୧୯୯୦)
  • ବିଚିତ୍ରବର୍ଣ୍ଣା (୧୯୯୧)[୩]
  • ଛାୟା ପୁତ୍ରର କାଳ (୧୯୯୧)
  • ରବି ପଟ୍ଟନାୟକଙ୍କ ଶ୍ରେଷ୍ଠ ଗଳ୍ପ (୧୯୯୨)
  • ପ୍ରେମ ଓ ପ୍ରତିମା (୧୯୯୩)
  • ମେଘମହ୍ଲାର (୧୯୯୫)
  • ଅବିନଶ୍ଵର (୧୯୯୫)
  • ପ୍ରଜାପତିର ଘର (୧୯୯୬)
  • ଗଳ୍ପ ସମଗ୍ର ୧ମ ଭାଗ (୨୦୦୮)
  • ଗଳ୍ପ ସମଗ୍ର ୨ୟ ଭାଗ (୨୦୧୦)

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୨[୪]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ହିରଣ୍ୟଗର୍ଭ ପାଇଁ) - ୧୯୮୪[୫]
  • ଶାରଳା ପୁରସ୍କାର, ୧୯୯୧
  • ବିଷୁବ ପୁରସ୍କାର
  • ଧରିତ୍ରୀ ସମ୍ମାନ

ଭୁବନେଶ୍ଵରରେ ପୁସ୍ତକ ମେଳା ଆରମ୍ଭ କରିବାରେ ରବି ପଟ୍ଟନାୟକଙ୍କର ଅବଦାନ ରହିଥିଲା । ତାଙ୍କରି ସ୍ମୃତିରେ "ଭୁବନେଶ୍ଵର ପୁସ୍ତକ ମେଳା କମିଟି" ପକ୍ଷରୁ ପ୍ରତିବର୍ଷ, "ରବି ପଟ୍ଟନାୟକ ସ୍ମୃତି ପୁରସ୍କାର" ପ୍ରଦାନ କରାଯାଇଥାଏ ।[୬]

ଆଧାର[ସମ୍ପାଦନା]

  1. http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL070
  2. "ଅନନ୍ୟ ଗାଳ୍ପିକ ରବି ପଟ୍ଟନାୟକ". ସମ୍ବାଦ ୦୩/୦୬/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪. http://sambadepaper.com/Details.aspx?id=259515&boxid=22826448. Retrieved 3 June 2016. 
  3. Indian Literature. Sahitya Akademi. ୧୯୯୪. 
  4. ରବି ପଟ୍ଟନାୟକଙ୍କ ଶ୍ରେଷ୍ଠ ଗଳ୍ପ (ସଂପାଦନା - ସତ୍ୟପ୍ରିୟ ମହାଳିକ)
  5. http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
  6. http://www.thehindu.com/todays-paper/tp-national/tp-otherstates/book-fair-panel-announces-annual-awards/article1457139.ece