ମଧୁସୂଦନ କାନୁନଗୋ

ଉଇକିପିଡ଼ିଆ‌ରୁ
ପ୍ରଫେସର ମଧୁସୂଦନ କାନୁନଗୋ
Born(1927-04-01)୧ ଅପ୍ରେଲ ୧୯୨୭
Died୨୬ ଜୁଲାଇ ୨୦୧୧(2011-07-26) (ବୟସ ୮୪)
ବାରଣାସୀ, ଭାରତ
Occupationବୈଜ୍ଞାନିକ
Known forFounder Co-ordinator Brain Research Centre , Banaras Hindu University
Spouseଶରତ କାନୁନଗୋ
Awardsପଦ୍ମଶ୍ରୀ
ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର

ପ୍ରଫେସର ମଧୁସୂଦନ କାନୁନଗୋ(୧ ଏପ୍ରିଲ ୧୯୨୭) gerontology(ବୃଦ୍ଧାବସ୍ଥା ଅଧ୍ୟୟନ) ସ୍ନାୟୁ ବିଜ୍ଞାନ କ୍ଷେତ୍ରରେ ଜଣେ ଭାରତୀୟ ବୈଜ୍ଞାନିକ ଅଟନ୍ତି । ବୈଜ୍ଞାନିକ ହେବା ସହିତ ସେ molecular biology ଓ Biochemestryର ଶିକ୍ଷକ ଅଟନ୍ତି । ତାଙ୍କ ଗବେଷଣାର ବିଷୟ ଥିଲା ବୟସ ସହ କିପରି ଗୁଣ ପିଣ୍ଡ(gene) ବଦଳି ଥାଏ ଓ ଏହାର ବୟସ ବଢିବା ସହ ସମ୍ପର୍କ । ଏଥି ପାଇଁ ୨୦୦୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।[୧] ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ସେ ପ୍ରଫେସର ଏମିରଟସ ଥିଲେ । ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟରେ ସେ ମୃତ୍ୟୁ ପର୍ଯ୍ୟନ୍ତ କୁଳାଧିପତି (ଚାନ୍‌ସେଲର) ଭାବେ ରାହିଥିଲେ ।[୨][୩]

ଶିକ୍ଷାଗତ ଯୋଗ୍ୟତା[ସମ୍ପାଦନା]

୧୯୪୯ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ବିଜ୍ଞାନରେ ସ୍ନାତକ ଓ ୧୯୫୧ରେ ଲକ୍ଷ୍ନୋ ବିଶ୍ୱବିଦ୍ୟାଳୟରୁ ସେ ପ୍ରାଣୀବିଜ୍ଞାନରେ ସ୍ନାତକତ୍ତର ହାସଲ କରିଥିଲେ । ଲକ୍ଷ୍ନୋ ବିଶ୍ୱବିଦ୍ୟାଳୟରେ କିଛି ଦିନ ଗବେଷଣା କରି ସାରିବା ପରେ ରେଭେନ୍ସା କଲେଜରେ ସେ ପ୍ରାଣୀବିଜ୍ଞାନର ଅଧ୍ୟାପକ ରହିଥିଲେ । ପରେ ୧୯୫୯ରେ ଲ୍ଲିନୋଇସ ବିଶ୍ୱବିବ୍ୟାଳୟ(ଆମେରିକା)ରେ ପ୍ରସିଦ୍ଧ ବୈଜ୍ଞାନିକ କ୍ଲିଫ୍ଫୋର୍ଡ ଲଡ୍ଡ ପ୍ରୋସେର ଅଧୀନରେ PhD କରିଥିଲେ । [୪]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ପ୍ରାଣୀବିଜ୍ଞାନରେ ରେଭେନ୍ସା କଲେଜରୁ ସେ ତାଙ୍କ ଅଧ୍ୟାପକ କାମ ଆରମ୍ଭ କରିଥିଲେ । ଫ୍ରେବୃଆରୀ ୧୯୬୧ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ରିଡର ଭାବରେ ଯୋଗ ଦେଇଥିଲେ ଓ ୧ ବର୍ଷ ପାଇଁ ଅଧ୍ୟାପକ ଥିଲେ । ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପ୍ରାଣୀବିଜ୍ଞାନ ବିଭାଗରେ ରିଡର (୧୯୬୨-୧୯୬୯) ଭାବରେ ଯୋଗ ଦେଇଥିଲେ । ପରେ ପରେ ସେ ସେଇଠାରେ ଅଧ୍ୟାପକ(୧୯୭୦-୧୯୮୭),HOD ଭାବରେ (୧୯୭୪-୧୯୭୬),ପରିଚାଳକ ଓ ଡିନ୍(୧୯୮୬) ଭାବରେ ଯୋଗ ଦେଇଥିଲେ । ୧୯୯୩ରୁ ୨୦୧୧ ପର୍ଯ୍ୟନ୍ତ ସେ ପ୍ରଫେସର ଏମିରଟସ ଥିଲେ । ୪୦ ବର୍ଷ ପର୍ଯ୍ୟନ୍ତ ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଜଣେ ପ୍ରସିଦ୍ଧ ଓ ଜଣାଶୁଣା ଅଧ୍ୟାପକ ଥିଲେ ।

ଲେଖିଥିବା ବହି[ସମ୍ପାଦନା]

  • Genes & Aging, Cambridge University Press, (1993) ISBN 0-521-38299-8, ISBN 978-0-521-38299-1
  • Biochemistry of Aging, Academic Press, London, (1980) ISBN 0-12-396450-4, ISBN 978-0-12-396450-2

ଉପାଧି[ସମ୍ପାଦନା]

  • ପଦ୍ମଶ୍ରୀ
  • ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର (ପ୍ରାଣୀବିଜ୍ଞାନ) (୧୯୭୧)[୫]
  • ଜୱାହାରଲାଲ ନେହରୁ ଫେଲୋସିପ (୧୯୮୭)
  • Golden Jubilee Commemoration medal, INSA (1992)[୬]
  • ସାର ଶ୍ରୀରାମ ମେମୋରିଆଲ ଓରାସନ ଆୱାର୍ଡ,National Academy of Medical Sciences,(୧୯୮୮)
  • Fellowship of Indian Chambers of Commerce & Industry (FICCI)(1989)
  • ଭାରତୀୟ ବିଜ୍ଞାନ ଇଣ୍ଡିଆନ ଏକାଡେମି,ବାଙ୍ଗାଲୋର (୧୯୭୫)
  • ଭାରତୀୟ ବିଜ୍ଞାନ ଇଣ୍ଡିଆନ ଏକାଡେମି,ଆଲହବାଦ (୧୯୮୯)
  • ଭାରତୀୟ ସ୍ନାୟୁ ବିଜ୍ଞାନ ଏକାଡେମି (୨୦୦୮)
  • National Academy of Medical Sciences, India (୧୯୯୬)
  • ନ୍ୟାସନାଲ ଫେଲୋ (୧୯୭୬-୧୯୭୭)
  • ନ୍ୟାସନାଲ ଲେକ୍ଚର (୧୯୮୨) ଇଉଜିସି
  • ଏମିରଟସ ସାଇନଟିଷ୍ଟ ଅଫ ସିଏସଆଇଆର (୧୯୮୯-୧୯୯୪)
  • ସିନିୟର ସାଇନଟିଷ୍ଟ INSA (୧୯୯୫-୧୯୯୯)

ଆଧାର[ସମ୍ପାଦନା]

  1. "Padma Awards Directory (1954–2009)" (PDF). Ministry of Home Affairs. Archived from the original (PDF) on 2013-05-10. Retrieved 2016-01-24.
  2. PROSPECTUS FOR ACADEMIC SESSION, 2010–2011 (PDF). NAGALAND UNIVERSITY. 2010. p. 5.
  3. "Noted scholar M S Kanungo passes away". The Times of India. 27 July 2011. Archived from the original on 16 September 2012. Retrieved 27 July 2011.
  4. National Academy of Sciences (NAS). "Biographical Memoirs". V. 91 (2009). National Academy of Sciences (NAS). Retrieved 2 August 2011.
  5. HANDBOOK OFSHANTI SWARUP BHATNAGAR PRIZE WINNERS( 1958–1998 ). HUMAN RESOURCE DEVELOPMENT GROUP COUNCIL OF SCIENTIFIC & INDUSTRIAL RESEARCH. 1999. p. 32.
  6. Kanungo, M S. "Indian National Science Academy Fellows". INSA. Retrieved 1 August 2011.
  • Chancellor of Nagaland University (୨୦୦୯-୨୦୧୧)

ବାହାର ତଥ୍ୟ[ସମ୍ପାଦନା]