କମଳା ପୂଜାରୀ

ଉଇକିପିଡ଼ିଆ‌ରୁ
ପଦ୍ମଶ୍ରୀ

କମଳା ପୂଜାରୀ
ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଅବସରରେ
Born୧୯୪୭
କାଣ୍ଡକିଗୁଡ଼ା, ବୈପାରୀଗୁଡ଼ା, କୋରାପୁଟ ଜିଲ୍ଲା
Nationalityଭାରତୀୟ
Occupationଚାଷ
Known forଦେଶୀ ଧାନ ବିହନ ସଂରକ୍ଷଣ

କମଳା ପୂଜାରୀ କୋରାପୁଟ ଜିଲ୍ଲାର ପାତ୍ରପୁଟ ଗ୍ରାମର ଜଣେ ପଦ୍ମଶ୍ରୀ ସମ୍ମାନିତ ଚାଷୀ । ସେ ଶହେରୁ ଉର୍ଦ୍ଧ୍ୱ ସ୍ୱଦେଶୀ ଧାନ ବିହନ କିସମ ନିଜ ଜମିରେ ଚାଷ କରି,ସେଗୁଡିକର ସଂରକ୍ଷଣ କରିପାରିଛନ୍ତି ।[୧][୨]

ଜୀବନୀ[ସମ୍ପାଦନା]

କମଳା, କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଳକ ଅନ୍ତର୍ଗତ କାଣ୍ଡକିଗୁଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ରାମ କାଣ୍ଡକି । ଶ୍ୱଶୁରଘର ଗାଁ ପାତ୍ରପୁଟ । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି ।

କାର୍ଯ୍ୟାବଳୀ[ସମ୍ପାଦନା]

ନାରୀ ସଶକ୍ତିକରଣ ସହିତ ଜଙ୍ଗଲ ସୁରକ୍ଷା ନିମନ୍ତେ ସେ ପ୍ରାରମ୍ଭିକ ଅବସ୍ଥାରେ ୨୧ ଜଣ ଉତ୍ସର୍ଗୀକୃତ ତଥା କର୍ମଠ ମହିଳାଙ୍କୁ ନେଇ ନିଜ ଗାଆଁଁରେ "ତ୍ରୀନାଥ ଠାକୁର ବନ ସୁରକ୍ଷା ସମିତି" ନାମକ ଏକ ସଂଘ ଗଠନ କରି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କାମ କରିଥିଲେ । ସେ ଜୟପୁରସ୍ଥିତ MS Swaminathan Research Foundationରେ ଜୈବିକ କୃଷି ପଦ୍ଧତି ସମ୍ପର୍କରେ ଉପଯୁକ୍ତ ତାଲିମ ପାଇଥିଲେ । ପରବର୍ତ୍ତୀ ସମୟରେ ଲୋପ ପାଇଯାଉଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଦେଶୀ ବିହନ କିସମର ସଂରକ୍ଷଣ ତଥା ଜୈବୀକ ଚାଷ କରି ଲୋକ ଲୋଚନକୁ ଆସିଥିଲେ ।[୩][୪]

ସଂରକ୍ଷିତ ଧାନ କିସମ[ସମ୍ପାଦନା]

କମଳା ପୂଜାରୀଙ୍କଦ୍ୱାରା ସଂରକ୍ଷିତ କିଛି ଦେଶୀ ଧାନ କିସମ ହେଲା :

  • ହଳଦୀଗଣ୍ଠି
  • ଝିଲି
  • ସପୁରି
  • ବୃଦ୍ଧମଣି
  • କଳାଜିରା
  • କାଲାମଲ୍ଲିକ
  • ମାଛକଣ୍ଟା
  • ଲଦିଆରୀ
  • ବରପକ
  • ବିଲେନ
  • ଫୁରା
  • ଘଣ୍ଟିଆ ଧାନ
  • ହଳଦୀଗୁରି
  • ଉମୁରିଆଚୁରୀ
  • ଗଣ୍ଠିଆ
  • ବଡ଼ିକାବରୀ
  • ଲଲାଟ[୫]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ପଦ୍ମଶ୍ରୀ, ୨୦୧୯[୬]
  • ଉନ୍ନତ କିସମର ଦେଶୀ ଧାନ ବିହନ ସଂରକ୍ଷଣ କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ୨୦୦୨ ମସିହାରେ ତାଙ୍କୁ "Equator Initiative Award" ସମ୍ମାନରେ ସମ୍ମାନିତ କରାଯାଇଥିଲା ।[୭]
  • ଭାରତ ସରକାର ୨୦୦୩ ମସିହାରେ ତାଙ୍କୁ "କୃଷି ବିଶାରଦ" ସମ୍ମାନରେ ସମ୍ମାନିତ କରିଛନ୍ତି ।
  • କୃଷି ସମ୍ମାନ
  • ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ[୮]
  • ଓଡ଼ିଶା ସରକାର କମଳାଙ୍କ ସମ୍ମାନାର୍ଥେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର ମହିଳା ଛାତ୍ରୀନିବାସକୁ କମଳାଙ୍କ ନାମରେ ନାମିତ କରିଛନ୍ତି ।[୯]

ଆଧାର[ସମ୍ପାଦନା]

  1. "tribal woman of Koraput". Retrieved 27 March 2017.
  2. "ମହିଳା କୃଷିଜୀବି କମଳା ପୂଜାରୀ". 27 March 2017. Retrieved 29 March 2017.
  3. "Women farmers show the way". Retrieved 27 March 2017.[permanent dead link]
  4. "Woman Farmer Kamala Pujari Fails To Get Pucca House". Retrieved 27 March 2017.
  5. "ବୈଜ୍ଞାନିକ ପଥ ପ୍ରଦର୍ଶକ କମଳା". ରବିବାର ସମାଜ ୦୯/୦୪/୨୦୧୭ ପୃଷ୍ଠା ୧. Retrieved 11 April 2017.
  6. "Three from Odisha to get Padma awards; CM Naveen's sister Gita Mehta among awardees". odishatv.in. Retrieved 25 January 2019.[permanent dead link]
  7. "କୋରାପୁଟର ଗରିୟସୀ ନାରୀ କମଳା ପୂଜାରୀ". ନିତିଦିନ. Retrieved 25 January 2019.[permanent dead link]
  8. "କମଳା ପୂଜାରୀଙ୍କୁ ସ୍ମାରକୀ ସମ୍ମାନ". OdishaTime. Retrieved 25 January 2019.
  9. "CM LAYS STONE FOR SLEW OF OUAT PROJECTS". Retrieved 27 March 2017.

ଅଧିକ ତଥ୍ୟ[ସମ୍ପାଦନା]