ବିନୋଦ ଚନ୍ଦ୍ର ନାୟକ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବିନୋଦ ଚନ୍ଦ୍ର ନାୟକ
ଜନ୍ମ ଓ ଜନ୍ମସ୍ଥାନ ୨ ସେପ୍ଟେମ୍ବର ୧୯୧୯(1919-09-02)
ତେଲିପାଲି, ସୁନ୍ଦରଗଡ଼
ମୃତ୍ୟୁ ୧୫ ନଭେମ୍ବର, ୨୦୦୩ (୮୪ ବର୍ଷ)
ଜାତୀୟତା ଭାରତୀୟ
ନାଗରିକତା ଭାରତୀୟ

ବିନୋଦ ଚନ୍ଦ୍ର ନାୟକ(୨ ସେପ୍ଟେମ୍ବର ୧୯୧୯ - ୧୫ ନଭେମ୍ବର ୨୦୦୩[୧] ) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ଗତାନୁଗତିକ ଧାରାରୁ ବାହାରି ଆଧୁନିକତା ସଙ୍ଗେ ରୋମାଣ୍ଟିକ ଚିନ୍ତାଧାରାର ସମ୍ମିଶ୍ରଣ ତାଙ୍କ କବିତାର ବିଶେଷତା ଥିଲା ।[୨] କବିତା ସଂକଳନ ସରୀସୃପ ପାଇଁ ସେ ୧୯୭୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।[୩] ତାଙ୍କ କବିତା ସାରା ଦେଶରେ ଆଦୃତ ହୋଇଛି ଓ ବହୁ ଭାଷାରେ ଅନୁବାଦିତ ହୋଇଛି । ତାଙ୍କର କୃତି ସମୂହ ଉପରେ ଅନେକ ବିଦ୍ୟାର୍ଥୀ ଉଚ୍ଚତର ଗବେଷଣା କରି ଡକ୍ଟରେଟ ଉପାଧି ପାଇଛନ୍ତି ।

ସଂକ୍ଷିପ୍ତ ଜୀବନୀ[ସମ୍ପାଦନା]

ବିନୋଦ ଚନ୍ଦ୍ର ନାୟକଙ୍କ ଜନ୍ମ ସୁନ୍ଦରଗଡ଼ ଜିଲ୍ଲାର ତେଲିପାଲିରେ ୧୯୧୯ ମସିହାରେ ହେଇଥିଲା ।[୪] ଇଂରାଜୀ ଓ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର କରିବା ସହ ସେ ଶିକ୍ଷା ସମାପନ କରି ପ୍ରଥମେ ଓଡ଼ିଶା ସରକାରୀ ସେବାରେ ଯୋଗ ଦେଇ ପରେ ସରକାରୀ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୮ ମସିହାରେ ସେ ଝାରସୁଗୁଡା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରୁ ଅଧ୍ୟକ୍ଷ୍ୟ ଭାବରେ ଅବସର ଗ୍ରହଣ କରିଥିଲେ । ତା ମଧ୍ୟରେ ସେ କିଛି ବର୍ଷ ଓଡ଼ିଶା ସାହିତ୍ୟ ଆକାଡେମୀର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।[୫] ତେବେ ଶିକ୍ଷା ଓ ସାହିତ୍ୟ ପ୍ରତି ନିବିଡ ଆକର୍ଷଣ ଯୋଗୁ ସେ ସରକାରୀ ସେବାରୁ ଅବସର ପରେ ଘରେ ବସି ନ ରହି ନୂତନ କରି ଆରମ୍ଭ ହେଇଥିବା ବ୍ରଜରାଜ ନଗର ମହାବିଦ୍ୟାଳୟରେ ଅଧ୍ୟକ୍ଷ୍ୟ ଭାବରେ ରହି ପ୍ରଶାସନ ସହ ତାଙ୍କର ସାହିତ୍ୟ ସେବା ଜାରି ରଖିଲେ । ତତ୍ ପରେ ସେ ଓଡ଼ିଶା ସାହିତ୍ୟ ଆକାଡେମୀର ଉପସଭାପତି ଆସନ ଅଳଙ୍କୃତ କରିଥିଲେ । ଜୀବନର ଅନ୍ତିମ ମୁହୂର୍ତ ଯାଏ ସାହିତ୍ୟ ଓ କବିତାକୁ ନେଇ ମଜ୍ଜି ରହିଥିବା କବି ବିନୋଦ ନାୟକଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ସମ୍ମାନଜନକ ଡ଼ି.ଲିଟ ଉପାଧି ମଧ୍ୟ ମିଳିଥିଲା । ଅଗଣିତ ସାହିତ୍ୟ ପରିଷଦ ଓ ସଂସ୍ଥା ତରଫରୁ ତାଙ୍କୁ ସମ୍ମାନ ମିଳିଥିଲା । ସେ ଗ୍ରାମ୍ୟ ଜୀବନର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଦୈନନ୍ଦିନ ଚାଲି ଚଳଣକୁ ନେଇ ତାଙ୍କ କବିତାରେ ସ୍ଥାନିତ କରୁଥିଲେ । ୨୦୦୩ ମସିହାରେ ବିନୋଦ ଚନ୍ଦ୍ରଙ୍କର ତିରୋଧାନ ଘଟିଥିଲା ।[୬]

ସାହିତ୍ୟ କୃତି[ସମ୍ପାଦନା]

  • ସରୀସୃପ - ୧୯୬୯[୭]
  • ହୈମନ୍ତିନୀ - ୧୯୩୩
  • ଚନ୍ଦ୍ର ଓ ତାରା - ୧୯୫୧
  • ଇଲାବୃତ୍ତ - ୧୯୬୦
  • ନନ୍ଦାଦେବୀ - ୧୯୬୨
  • ଶତ ତାରାର ଦ୍ଵୀପ - ୧୯୬୪
  • ନୀଳ ଚନ୍ଦ୍ରର ଉପତ୍ୟକା
  • ପୋହଳା ଦ୍ଵୀପର ଉପତ୍ୟକା[୮]

ତାଙ୍କର କବିତା ଗ୍ରାମପଥର ଏକ ଉଦ୍ଧୃତି [୯];

“ଏ ପଥରେ ଗ୍ରାମେ ପ୍ରବେଶ ହୁଅଇ ବଧୁ

ବିତରି ବୁକୁର ମମତା ମୁଖର ମଧୁ ପୁଅ ଝିଅ ନାତି ନାତୁଣୀରେ ରଖି ମଶାଣି ଏ ପଥେ ଫେରେ ଆସିବା ଜନର ସାକ୍ଷୀ ଏ ପଥ

ଫେରିବା ଜନର ବନ୍ଧୁ ।। “

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "From Orissa to Odisha" (PDF). Govt of Odisha. Retrieved 24 April 2017. 
  2. Sisir Kumar Das (୧୯୯୧). History of Indian Literature: ୧୯୧୧-୧୯୫୬, struggle for freedom : triumph and tragedy. Sahitya Akademi. pp. ୫୩୬–. ISBN ୯୭୮-୮୧-୭୨୦୧-୭୯୮-୯. 
  3. http://odisha.gov.in/e-magazine/orissaannualreference/ORA-2005/pdf/recipients_of_kendra_sahitya.pdf
  4. Sahitya Akademi (୧୯୯୦). Sahitya Akademi awards: books and writers : ୧୯୫୫-୧୯୭୮. Sahitya Akademi. ISBN ୯୭୮-୮୧-୭୨୦୧-୦୧୪-୦. 
  5. The Indian P.E.N. P.E.N. All-India Centre. ୧୯୭୦. 
  6. http://www.odiasahitya.com/members/memberprofile/?member=Binod+Nayak
  7. Manorama Year Book. Manorama Publishing House. ୧୯୭୧. 
  8. http://orissadiary.com/personality/poet/BINOD_NAYAK.asp
  9. ଏ ପଥରେ ଗ୍ରାମେ ପ୍ରବେଶ ହୁଅଇ ବଧୁ ବିତରି ବୁକୁର ମମତା ମୁଖର ମଧୁ ପୁଅ ଝିଅ ନାତି ନାତୁଣୀରେ ରଖି ମଶାଣି ଏ ପଥେ ଫେରେ ଆସିବା ଜନର ସାକ୍ଷୀ ଏ ପଥ ଫେରିବା ଜନର ବନ୍ଧୁ ।। ୭ ।।"http://eodisha.org/odiasahitya/grama-patha/
  10. http://www.dailypioneer.com/STATE-EDITIONS/bhubaneswar/atibadi-award-conferred-on-dhaneswar-shantanu.html