ଦେବପ୍ରସାଦ ଦାଶ

ଉଇକିପିଡ଼ିଆ ରୁ
Jump to navigation Jump to search
Debaprasad dash (cropped).JPG
ବୃତ୍ତି ସାହିତ୍ୟିକ, ଅଭିନେତା ଓ ସମ୍ବାଦ ପାଠକ
ଜାତୀୟତା ଭାରତୀୟ
ଶିକ୍ଷା ସ୍ନାତକୋତ୍ତର(ରାଜନୈତିକ ବିଜ୍ଞାନ)
ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ଵବିଦ୍ୟାଳୟ, ବିଜେବି କଲେଜ
ପୁରସ୍କାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଦେବପ୍ରସାଦ ଦାଶ, ଓଡ଼ିଶାର ଜଣେ ଜଣାଶୁଣା ଲେଖକ[୧], ଅଭିନେତା ଓ ସମ୍ବାଦ ପାଠକ । କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଓ ଅନୁବାଦ ସାହିତ୍ୟ ଆଦିରେ ସେ ନିଜ ଲେଖନି ଚାଳନା କରିଥାନ୍ତି । ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଲେଖା ବରାବର ଦେଖିବାକୁ ମିଳିଥାଏ । ଦୂରଦର୍ଶନର ଜଣେ ସମ୍ବାଦ ପାଠକ ଭାବରେ ସେ ଖୁବ ପରିଚିତ । ସେ, ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟିକ କାର୍ଯ୍ୟକ୍ରମ ପଚିଚାଳନା ମଧ୍ୟ କରିଥାଆନ୍ତି । ଇନ୍ଦ୍ରଧନୁର ଛାଇକଥାନ୍ତର ଚଳଚ୍ଚିତ୍ର[୨] ମାଧ୍ୟମରେ, ସେ ନିଜର ଅଭିନୟ ପରାକାଷ୍ଠା ମଧ୍ୟ ପ୍ରଦର୍ଶନ କରିଛନ୍ତି । [୩]

ଦେବପ୍ରସାଦ ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଫିସର ଭାବରେ ମଧ୍ୟ କାର୍ଯ୍ୟରତ । [୪] ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ କାମକରି ସେ ବହୁବାର ବିବାଦ ମଧ୍ୟରେ ରହି ଆସିଛନ୍ତି ।[୫] ୨୦୧୮ ମେ ମାସରେ ସେ ସରକାରଙ୍କଦ୍ୱାରା ନିଲମ୍ବିତ ମଧ୍ୟ ହୋଇଥିଲେ ।[୬]

ରଚନାବଳୀ[ସମ୍ପାଦନା]

  • ଭୋର[୭]
  • ଡଙ୍ଗା
  • ଦେଶ ପରଦେଶ(କମଳେଶ୍ଵରଙ୍କ ପୁସ୍ତକର ଓଡ଼ିଆ ଅନୁବାଦ)
  • ମୁହଁ
  • ଗଜପତି
  • ଆମ ସମୟ
  • ଦୁଃଖର ଇଲାକା ଓ ଅନ୍ୟାନ୍ୟ ପ୍ରବନ୍ଧ
  • ଇଣ୍ଡିଆ ଷ୍ଟୋରି(ଇଂରାଜୀରେ ନିରଞ୍ଜନ ପତି ଓ ସନ୍ଧ୍ୟାରାଣୀ ନାୟକଙ୍କ ସହଲିଖିତ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଭୋର ପାଇଁ), ୨୦୦୯[୮]
  • ଭୁବନେଶ୍ଵର ପୁସ୍ତକ ମେଳା ପୁରସ୍କାର - ୨୦୦୪
  • ସମ୍ମା ସମ୍ମାନ - ୨୦୧୨
  • ଏକାମ୍ର ସଂସ୍କୃତି ସମ୍ମାନ - ୨୦୧୦

ଆଧାର[ସମ୍ପାଦନା]