ଇଲିଆନା ସିତାରିଷ୍ଟ

ଉଇକିପିଡ଼ିଆ‌ରୁ
ଇଲିଆନା ସିତାରିଷ୍ଟ
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛଉ ନାଚ ପ୍ରଦର୍ଶନ ପରେ ଇଲିଆନା ସିତାରିଷ୍ଟ
Background information
ଜନ୍ମ ସମୟରେ ନାମଇଲିଆନା ସିତାରିଷ୍ଟ
ଜନ୍ମ (1968-11-16) ୧୬ ନଭେମ୍ବର ୧୯୬୮ (ବୟସ ୫୫)
ବରଗାମୋ, ଇଟାଲୀ
ଜନ୍ମସ୍ଥାନଇଟାଲୀୟ
ଶୈଳୀଓଡ଼ିଶୀ, ଛଉ
ପେଷାଓଡ଼ିଶୀ ଓ ଛଉ ନର୍ତ୍ତକୀ ଓ ଶିକ୍ଷକ
ୱେବସାଇଟOfficial website

ଇଲିଆନା ସିତାରିଷ୍ଟ ଇଟାଲୀରେ ଜନ୍ମିତ ଓ ଭୁବନେଶ୍ୱରରେ ରହୁଥିବା ଜଣେ ଓଡ଼ିଶୀ ଏବଂ ଛଉ ନାଚ ନୃତ୍ୟଶିଳ୍ପୀ । ୧୯୯୫ ମସିହାରେ ମୃଣାଳ ସେନଙ୍କ ନିର୍ମିତ "ଯୁଗାନ୍ତ" ଚଳଚ୍ଚିତ୍ରରେ ତାଙ୍କୁ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହା ବ୍ୟତୀତ ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ସେ ପଦ୍ମଶ୍ରୀ ଉପାଧୀରେ ସମ୍ମାନିତ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଇଲିଆନା ଇଟାଲୀର ବେରଗ୍ରାମୋରେ ଜନ୍ମିତ ।[୧] ଇଟାଲୀରେ ପାଞ୍ଚବର୍ଷ ଧରି ପାରମ୍ପାରିକ ନୃତ୍ୟକଳା ଏବଂ ପରୀକ୍ଷାମୂଳକ ଅଭିନୟ ଶିଖିବା ପରେ କଥକାଳି ନୃତ୍ୟ ଶିଖିବାକୁ ମନସ୍ତ କରିଥିଲେ ।[୨] ଓଡ଼ିଶା ଆସିବା ପୂର୍ବରୁ ସେ ୩ ବର୍ଷ ଧରି କେରଳରେ କଥକଳି ଗୁରୁ କ୍ରିଷ୍ଣନ ନାମ୍ବୁଦରୀଙ୍କ ତତ୍ତ୍ୱାବଧାନରେ ନୃତ୍ୟ ଶିକ୍ଷା କରିଥିଲେ ଏବଂ ତାଙ୍କରି ଉପଦେଶରେ ଓଡ଼ିଶୀ ଶିଖିଥିଲେ ।[୩] ୧୯୭୯ ମସିହାରୁ ସେ ଓଡ଼ିଶାରେ ଅବସ୍ଥାନ କରୁଛନ୍ତି[୪] ଏବଂ "ସାଇକୋଆନାଲିସିସ ଏଣ୍ଡ ଇଷ୍ଟର୍ଣ୍ଣ ମାଇଥୋଲୋଜି" ସନ୍ଦର୍ଭରେ ଗବେଷଣା କରି ଡକ୍ଟରେଟ ଡିଗ୍ରୀ ପ୍ରାପ୍ତ କରିଛନ୍ତି ।[୫]

ନୃତ୍ୟ ଜୀବନୀ[ସମ୍ପାଦନା]

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛଉ ନାଚରେ ଶିବତାଣ୍ଡବ ପରିବେଷଣ କରୁଥିବା ସିତାରିଷ୍ଟ

ଇଲିଆନା ଗୁରୁ କେଳୁଚରଣ ମହାପାତ୍ରଙ୍କ ପାଖରେ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ ଏବଂ ୧୯୯୪ରୁ ନିଜର ନୃତ୍ୟ ବିଦ୍ୟାଳୟର ସ୍ଥାପନା କରିଛନ୍ତି ।[୧] ସେ ମଧ୍ୟ ମୟୂରଭଞ୍ଜ ଛଉ ନୃତ୍ୟରେ ପ୍ରବୀଣା, ଯାହାକୁ ଗୁରୁ ହରି ନାୟକଙ୍କଠାରୁ ଶିକ୍ଷା କରିଥିଲେ । ସେ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟରୁ ଛଉ ନୃତ୍ୟ ପାଇଁ ଆଚାର୍ଯ୍ୟ ଉପାଧୀ ପାଇଛନ୍ତି ।[୬] ୧୯୯୬ ମସିହାରେ ସେ ଆର୍ଟ ଭିଜନ ଏକାଡ଼େମୀର ପ୍ରତିଷ୍ଠା କରିଥିଲେ, ଯାହା ବିଭିନ୍ନ ପ୍ରକାର ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ଅଭିନୟ କଳାକୁ ପ୍ରୋତ୍ସାହନ ଦେବା ସହ ଓଡ଼ିଶୀ ଏବଂ ଛଉ ନାଚ ଶିକ୍ଷଣ ପାଇଁ ଉଦ୍ଦିଷ୍ଟ ।[୭]

ପ୍ରମୁଖ ପ୍ରସ୍ତୁତି[ସମ୍ପାଦନା]

ଇଲିଆନା ସିତାରିଷ୍ଟ ଓଡ଼ିଶୀ ଏବଂ ଛଉ ନୃତ୍ୟପ୍ରସ୍ତୁତିଗୁଡ଼ିକରେ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ଶୈଳୀ ମିଶ୍ରଣ ପରିଲକ୍ଷିତ ହୋଇଥାଏ । ତାଙ୍କର କିଛି ଛଉନୃତ୍ୟପ୍ରସ୍ତୁତିରେ Ovid's Metamorphoses ପର୍ଯ୍ୟବସିତ ଗ୍ରୀକ ପୁରାଣରେ ଥିବା ‘Echo and Narcissus'ସନ୍ନିବେସିତ ଥାଏ । 'ଦ ଜର୍ନୀ' ଜାପାନୀ ହାଇକସ ଉପରେ ପର୍ଯ୍ୟବସିତ, ‘ଇମେଜେସ ଅଫ ଚେଞ୍ଜ' ଚାଇନିଜ ବିଷୟ Yin and Yang ଏବଂ ‘ଷ୍ଟିଲ ଆଇ ରାଇଜ' Maya Angelou ଲେଖକଙ୍କ ସ୍ୱଲିଖିତ କବିତା ଉପରେ ପର୍ଯ୍ୟବସିତ । [୪]ଓଡ଼ିଶୀରେ 'ମାୟା ଦର୍ପଣ', 'ମହାନଦୀ: ଆଣ୍ଡ ଦ ରିଭର ଫ୍ଲୋଜ',ଓଡ଼ିଶାର ଇତିହାସ ଏବଂ ସଂସ୍କୃତି ବିଷୟରେ, [୫] 'କରୁଣା', ମଦର ଟେରେସାଙ୍କ ଜୀବନୀ ଉପରେ, [୪] ଏବଂ 'ସରଣମ୍', (ଜଣେ ସ୍ତ୍ରୀଲୋକ ତିନୋଟି ଧାରଣା ଯେ ସନ୍ଦିଗ୍ଧ ଅତୀତକୁ ପଛରେ ଛାଡ଼ି ପରିତ୍ରାଣ ଆପଣାଉଛି) ଆଦି ତାଙ୍କର କିଛି ଉଲ୍ଲେଖନୀୟ ପ୍ରସ୍ତୁତି । [୮]

ବହି ଓ ଚଳଚ୍ଚିତ୍ର[ସମ୍ପାଦନା]

ମୃଣାଳ ସେନଙ୍କ ଯୁଗାନ୍ତ ବ୍ୟତୀତ, ଏମ. ଏଫ. ହୁସେନଙ୍କ "ମିନାକ୍ଷୀ : ଏ ଟେଲ ଅଫ ଥ୍ରୀ ସିଟିଜ"(୨୦୦୩)[୯], ଗୌତମ ଘୋଷଙ୍କ "ଏବାର ଅରଣ୍ୟେ"(୨୦୦୪)[୧୦]ରେ ସେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ୨୦୦୧ରେ "ଦି ମେକିଙ୍ଗ ଅଫ ଏ ଗୁରୁ : କେଳୁଚରଣ ମହାପାତ୍ର, ହିଜ ଲାଇଫ ଏଣ୍ଡ ଟାଇମ୍ସ"(ISBN 81-7304-369-8.) ତଥା ୨୦୧୨ରେ "ଟ୍ରାଡ଼ିଶନାଲ ମାର୍ଶିଆଲ ପ୍ରାକ୍ଟିସେସ ଇନ ଓଡ଼ିଶା" ଶୀର୍ଷକରେ ଦୁଇଟି ପୁସ୍ତକ ଲେଖିଛନ୍ତି ।[୪][୭]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଇଲିଆନା ଦୂରଦର୍ଶନର ଜଣେ "କ" ବର୍ଗର କଳାକାର । ୧୯୯୨ରେ ନୃତ୍ୟକଳା ପାଇଁ ଋଷୀୟ "ଲେଓନିଡ଼ ମାସିନ" ଉପାଧୀ ମିଳିଥିଲା । ୧୯୯୬ରେ ମୃଣାଳ ସେନଙ୍କ "ଯୁଗାନ୍ତ" ଚଳଚ୍ଚିତ୍ର ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶିକା ଭାବେ ସମ୍ମାନିତ ହୋଇଥିଲେ ।[୧୧][୧୨]

ସେ ମଧ୍ୟ ମୁମ୍ବାଇର ସୁର ସିଙ୍ଗର ସଂସଦରୁ "ରାସେଶ୍ୱର ସମ୍ମାନ"ରେ ଭୂଷିତ ।[୫][୭] ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ଭାରତ ସରକାରଙ୍କ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ "ପଦ୍ମଶ୍ରୀ" ମିଳିଛି ।[୧୩] ୨୦୦୮ରେ ଇଟାଲୀ ସରକାର ତାଙ୍କୁ "ଅର୍ଡର ଅଫ ଦି ଷ୍ଟାର ଅଫ ଇଟାଲୀଆନ ସୋଲିଡ଼ାରିଟୀ"ର ସଭ୍ୟ ରୂପେ ଗ୍ରହଣ କରିଛନ୍ତି ।[୨]

କାର୍ଯ୍ୟ[ସମ୍ପାଦନା]

  • ଦ ମେକିଂ ଅଫ ଏ ଗୁରୁ: କେଳୁଚରଣ ମହାପାତ୍ର, ତାଙ୍କର ଜୀବନୀ ଏବଂ ସମସାମୟିକ (2001. ISBN 81-7304-369-8 ମନୋହର ପ୍ରକାଶନ) ।[୧୪]
  • ଓଡ଼ିଶାରେ ପାରମ୍ପରିକ ସାମରିକ କଳା ଅଭ୍ୟାସ, ୨୦୧୨ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Odisha is now my home: Ileana Citaristi". The Times of India. March 29, 2012. Archived from the original on 2013-01-03. Retrieved 6 November 2012.
  2. ୨.୦ ୨.୧ "Ileana Citarista - Curriculum Vitae". Archived from the original on 7 September 2011. Retrieved 6 November 2012.
  3. "Ladies who love Indian rhythm". The Pioneer. 23 October 2012. Retrieved 6 November 2012.
  4. ୪.୦ ୪.୧ ୪.୨ ୪.୩ "Finding her own idiom". The Hindu. August 18, 2011. Retrieved 6 November 2012.
  5. ୫.୦ ୫.୧ ୫.୨ "Ileana Citaristi - Bio Data". Archived from the original on 29 April 2012. Retrieved 6 November 2012.
  6. "Padmashri Ileana Citaristi". SPICMACAY. Archived from the original on 2 February 2013. Retrieved 6 November 2012.
  7. ୭.୦ ୭.୧ ୭.୨ "Dr. Ileana Citaristi: My karma is to break new ground". Retrieved 6 November 2012.
  8. "Oscillating between roles". The Hindu. February 5, 2010. Retrieved 6 November 2012.
  9. ଇଣ୍ଟରନେଟ ମୁଭି ଡାଟାବେସରେ ଇଲିଆନା ସିତାରିଷ୍ଟ
  10. "A blend of spaghetti and saag". The Tribune. April 11, 2004. Retrieved 6 November 2012.
  11. "43rd National Film Awards". International Film Festival of India.
  12. "43rd National Film Awards (PDF)" (PDF). Directorate of Film Festivals.
  13. "Padma Awards Directory (1954-2009)" (PDF). Ministry of Home Affairs (India). Archived from the original (PDF) on 2013-05-10. Retrieved 2013-02-19. 47 Dr.(Ms.) Ileana Citaristi PS OR Art {{cite web}}: Text "Ministry of Home Affairs" ignored (help)
  14. Sangeet Natak (in ଇଂରାଜୀ). Sangeet Natak Akademi. 2002. Retrieved 10 November 2018.

ଅଧିକ ତଥ୍ୟ[ସମ୍ପାଦନା]