କୁଞ୍ଜ ବିହାରୀ ମେହେର

ଉଇକିପିଡ଼ିଆ‌ରୁ
କୁଞ୍ଜ ବିହାରୀ ମେହେର
ଜନ୍ମ୧୯୨୮
ମୃତ୍ୟୁ୩୦ ଜୁନ ୨୦୦୮
ବୃତ୍ତି(s)ବୁଣାକାର
ଜଣାଶୁଣାନଟ ସଂକୀର୍ତ୍ତନ
ପୁରସ୍କାର(ଗୁଡ଼ିକ)ହସ୍ତଶିଳ୍ପ ନିମନ୍ତେ ପଦ୍ମଶ୍ରୀ
ଜାତୀୟ ପୁରସ୍କାର ପାଇଥିଲେ

କୁଞ୍ଜ ବିହାରୀ ମେହେର(୧୯୨୮-୨୦୦୮) ଓଡ଼ିଶାର ଜଣେ ପ୍ରବୀଣ ତନ୍ତି ଥିଲେ ।[୧] ସେ ଇକ୍କତ ପରମ୍ପରାର (ବାନ୍ଧ ଓ ରଙ୍ଗ) ବିଶିଷ୍ଟ ଓଡ଼ିଶାର ସମ୍ବଲପୁରୀ ଲୁଗା ବୁଣା ନିମନ୍ତେ ଜଣାଶୁଣା ଥିଲେ ।[୨] ତାଙ୍କୁ ସମ୍ବଲପୁରୀ ଶାଢ଼ୀ ହସ୍ତ‌ତ‌ନ୍ତ ଶିଳ୍ପ ପ୍ରତିଷ୍ଠାତାର ସମ୍ମାନ ଦିଆଯାଏ । [୩] ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।[୪] ସନ ୨୦୦୯ରେ ସେ ହ୍ୟାଣ୍ଡିକ୍ରାଫ୍ଟ ଅଫ ନ୍ୟାସନାଲ ସେଣ୍ଟର ଫର ଟେକ୍ସଟାଇଲ ଡିଜାଇନର ଜାତୀୟ ପୁରସ୍କାର ପାଇଥିଲେ ।[୫]

କୁଞ୍ଜ ବିହାରୀ ୧୯୨୮ ମସିହାରେ ବରଗଡ଼ ଜିଲ୍ଲାର ବିଜେପୁର ଥାନା ଅନ୍ତର୍ଗତ ଚୁଡାପାଲିଠାରେ ଏକ ଭୁଲିଆ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।[୬] ମାତ୍ର ୨ୟ ଶ୍ରେଣୀ ପର୍ଯ୍ୟନ୍ତ ସେ ଶିକ୍ଷାଲାଭ କରିଥିଲେ । ସୂତା କାଟି, ଲୁଗା ବୁଣିବା ଥିଲା ସେମାନଙ୍କର କୌଳିକ ବ୍ୟାପାର । ନିଜ ପିତାଙ୍କଠାରୁ ସେ ଏହି ବିଦ୍ୟା ଶିକ୍ଷା କରିଥିଲେ । ଏହି କାମରେ ଅଧିକ ଗବେଷଣା କରି ସେ ଅନେକ ନୂତନ ପରମ୍ପରା ସୃଷ୍ଟି କରି ପାରିଥିଲେ । ତାଙ୍କଦ୍ୱାରା ବୁଣାଯାଇଥିବା କିଛି ବିଶିଷ୍ଟ ଶାଢ଼ୀ ଥିଲା : ନବଗୁଞ୍ଜର, ବାପୁଜୀଙ୍କ ଅବଦାନ, ଭାରତ ରତ୍ନ, ଭକ୍ତବତ୍ସଳ ଭଗବାନ, ଭାରତୀ କୁସୁମ ଇତ୍ୟାଦି । ସେ ଶାଢ଼ୀ ଉପରେ ଲେନିନଙ୍କ ଛବି ମଧ୍ୟ ବୁଣିଥିଲେ । ଏହା ଋଷିଆ ସରକାରଙ୍କୁ ଉପହାର ଦିଆଯାଇଥିଲା । କୋଣାର୍କ ଚକ ଥିବା ଏକ ଶାଢ଼ୀ ସେ ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ମଧ୍ୟ ଉପହାର ଦେଇଥିଲେ । ମହାରାଣୀଙ୍କଦ୍ୱାରା ପୁରସ୍କୃତ ହୋଇଥିବା ସେ ଥିଲେ ପ୍ରଥମ ଭାରତୀୟ ବୁଣାକାର । ତାଙ୍କ ସୁପୁତ୍ର ସୁରେନ୍ଦ୍ର ମେହେର ମଧ୍ୟ ଜଣେ ଜଣାଶୁଣା ବୁଣାକାର ।[୭] ୨୦୦୮ ଜୁନ ୩୦ତାରିଖରେ ୯୦ ବର୍ଷ ବୟସରେ ତାଙ୍କର ତିରୋଧାନ ଘଟିଥିଲା ।[୮]

ଆଧାର[ସମ୍ପାଦନା]

  1. "Meet the Weavers and Dyers of Ikat". Strand of Silk. 2015. Retrieved October 27, 2015.
  2. "Surendra Kumar Meher". Paramparik Karigar. 2015. Retrieved October 27, 2015.
  3. "Sambalpuri Sari: Living tradition". Meri News. 20 November 2008. Retrieved October 27, 2015.
  4. "Padma Awards" (PDF). Ministry of Home Affairs, Government of India. 2015. Retrieved July 21, 2015.
  5. "National Awards for the year 2009". National Centre for Textile Design. 2015. Retrieved October 27, 2015.
  6. "ECourts" (PDF). ECourts. 2015. Retrieved October 27, 2015.
  7. "Sant Kabir Award-2013" (PDF). Handloom Corporation of India. 2015. Retrieved October 27, 2015.
  8. "ଆଜି ଶ୍ରାଦ୍ଧବାର୍ଷିକୀ". No. ସମ୍ବାଦ ୩୦/୦୬/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ସମ୍ବାଦ. Archived from the original on 30 Jun 2020. Retrieved 30 June 2020.