ପୂର୍ଣ୍ଣମାସୀ ଜାନୀ

ଉଇକିପିଡ଼ିଆ‌ରୁ
ପୂର୍ଣ୍ଣମାସୀ ଜାନୀ
ପୂର୍ଣ୍ଣମାସୀ ଜାନୀ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଅବସରରେ
ଜନ୍ମ(1942-03-27)୨୭ ମାର୍ଚ୍ଚ ୧୯୪୨
ଦଳପଡ଼ା, ଖଜୁରୀପଡ଼ା, କନ୍ଧମାଳ ଜିଲ୍ଲା
ବୃତ୍ତିଆଧ୍ୟାତ୍ମିକ ଆଦିବାସୀ କବି
ପ୍ରସିଦ୍ଧିଭକ୍ତି ସଙ୍ଗୀତ
ବୈବାହିକ-ସାଥୀଆରାଧନା ଜାନି
ପିତାମାତା(s)ନୀଳକଣ୍ଠ ଜାନୀ, ରାଣିମତା

ପୂର୍ଣ୍ଣମାସୀ ଜାନୀ ( ଜନ୍ମ : ୨୭ ମାର୍ଚ୍ଚ ୧୯୪୨) ଓଡ଼ିଶାର ଜଣେ ଆଦିବାସୀ କବି, ସମାଜସେବୀ ଓ ଆଧ୍ୟାତ୍ମିକ ସାଧିକା । କନ୍ଧମାଳ ଜିଲ୍ଲାରେ ସେ ଟାଡ଼ିସରୁ ବାଈଟାଡ଼ିସରୁ ବାବା ଭାବରେ ମଧ୍ୟ ପରିଚିତ । କୁଈ ଭାଷାରେ ଟାଡ଼ି ଅର୍ଥ ପାହାଡ଼, ସରୁ ଅର୍ଥ ଉପର ଓ ବାଈ ଅର୍ଥ ସାଧିକା । ଟାଡ଼ିସରୁ ବାଈର ଅର୍ଥ ପାହାଡ଼ ଉପର ସାଧିକା ।[୧][୨] ଆଧ୍ୟାତ୍ମିକ ଶକ୍ତିର ପ୍ରେରଣାରେ ପୂର୍ଣ୍ଣମାସୀ ୧ ଲକ୍ଷରୁ ଅଧିକ ଭକ୍ତିଗୀତ ଲେଖିଛନ୍ତି । କଳା କ୍ଷେତ୍ରରେ ଅବଦାନ ପାଇଁ ୨୦୨୧ ମସିହାରେ ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୩] ସେ ହେଉଛନ୍ତି କନ୍ଧମାଳ ଜିଲ୍ଲାରୁ ପଦ୍ମଶ୍ରୀ ପୁରସ୍କାର ପାଇଥିବା ବ୍ୟକ୍ତି ।[୪]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ପୂର୍ଣ୍ଣମାସୀ, ୨୭ ମାର୍ଚ୍ଚ ୧୯୪୨ ମସିହାରେ ଓଡ଼ିଶାର କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ପିତାଙ୍କ ନାମ ନୀଳକଣ୍ଠ ଜାନୀ ଓ ମାତାଙ୍କ ନାମ ରାଣିମତା ଥିଲା । ସେ ଆଦୌ ପାଠ ପଢ଼ିନାହାନ୍ତି । ଅଳ୍ପ ବୟସରେ ପୂର୍ଣ୍ଣମାସୀ, ଚାରିପଡ଼ା ଗ୍ରାମର ଆରାଧନା ଜାନିଙ୍କୁ ବିବାହ କରିଥିଲେ । ତାଙ୍କର ୬ଟି ସନ୍ତାନ ଜନ୍ମ ହୋଇଥିଲେ ମଧ୍ୟ କେହି ବଞ୍ଚିନଥିଲେ । ଏଥିରେ ଦୁଃଖିତ ହୋଇ, ଉଭୟ ପତିପତ୍ନୀ ଆଧ୍ୟାତ୍ମିକତା ଦିଗକୁ ଟାଣି ହୋଇଥିଲେ । ୧୯୬୯ ମସିହାରେ କୌଣସି ମୁନିଋଷି ତାଙ୍କୁ ତାଡ଼ିସରୁ ନାମକ ପର୍ବତକୁ ନେଇ ସିଦ୍ଧିପ୍ରଦାନ କରିଥିଲେ । ଏହାପରେ ପୂର୍ଣ୍ଣମାସୀ ତାଡ଼ିସର ପର୍ବତରେ ରହି ତପସ୍ୟା କରିଥିଲେ ।

ଆଧ୍ୟାତ୍ମକ ଜୀବନ[ସମ୍ପାଦନା]

ତାଡ଼ିସରୁ ପର୍ବତରେ ସିଦ୍ଧିପ୍ରାପ୍ତ ହୋଇଥିବାରୁ ପୂର୍ଣ୍ଣମାସୀ ଟାଡ଼ିସରୁ ବାଈ ନାମରେ ମଧ୍ୟ ପରିଚିତ । ସମ୍ପୂର୍ଣ୍ଣ ନିରକ୍ଷର ଓ ଓଡ଼ିଆ ଭାଷା ଭଲ ଭାବେ ଜାଣିନଥିବା ପୂର୍ଣ୍ଣମାସୀ ଧ୍ୟାନମଗ୍ନ ହେବା ସମୟରେ ଗୀତ ଗାଆନ୍ତି । ଏବେ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଭକ୍ତିଗୀତ ତାଙ୍କ ମୁଖନିସୃତ ହୋଇସାରିଛି । ଆଶ୍ଚର୍ଯ୍ୟର କଥା ସେ ଗାଇଥିବା ଗୀତକୁ ପୁନରାବୃତ୍ତି କରନ୍ତି ନାହିଁ । ପ୍ରଥମରୁ କେହି ଏସବୁକୁ ଲିପିବଦ୍ଧ କରିନଥିଲେ କିନ୍ତୁ ୧୯୯୯ ମସିହାରୁ ତାଙ୍କର ଗୀତଗୁଡ଼ିକ ଲିପିବଦ୍ଧ ଓ ରେକର୍ଡ଼ କରି ରଖାଯାଉଛି । ରେକର୍ଡ଼ କରାଯାଇଥିବା ଗୀତ ସଂଖ୍ୟା ୫୦୦୦ରୁ ଅଧିକ । ଡ.ସୁରେନ୍ଦ୍ରନାଥ ମହାନ୍ତି ଟାଡ଼ିସରୁ ବାଈଙ୍କ ଜୀବନ ଓ ଦର୍ଶନ ବାବଦରେ ୨ଟି ପୁସ୍ତକ ଲେଖିଛନ୍ତି । ସାହିତ୍ୟିକ ନୃସିଂହାନନ୍ଦ ମହାପାତ୍ର ମଧ୍ୟ ତାଙ୍କ ଜୀବନୀ ଲେଖିଛନ୍ତି । ଡ.ପ୍ରେମାନନ୍ଦ ମହାପାତ୍ର ଟାଡ଼ିସରୁ ବାଈଙ୍କ କବିତା ଉପରେ ଏକ ସଂକଳନ ପ୍ରକାଶ କରିଛନ୍ତି । ଦୁର୍ଯ୍ୟୋଧନ ପ୍ରଧାନଙ୍କଦ୍ୱାରା ଏକ ସଂକଳନ ଏବେ ପାଣ୍ଡୁଲିପି ଅବସ୍ଥାରେ ଅଛି ।[୬] ପୂର୍ଣ୍ଣମାସୀଙ୍କ ବାବଦରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ କିଛି ଛାତ୍ର ପିଏଚଡ଼ି ମଧ୍ୟ କରିଛନ୍ତି ।[୭]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ପଦ୍ମଶ୍ରୀ - ୨୦୨୧[୮]
  • ଭୀମଭୋଇ ସମ୍ମାନ - ୨୦୨୧ ( କୁଇ ଭାଷା ସାହିତ୍ୟ ସମିତି ଓ କୁଇ ସମାଜ ଯୁବ ପରିଷଦ ତରଫରୁ ପ୍ରଦତ୍ତ )[୯]
  • ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧନା, ୨୦୦୬[୧୦]
  • ଦକ୍ଷିଣ ଓଡ଼ିଶା ଲୋକସଂସ୍କୃତି ସମ୍ମାନ - ୨୦୨୩ (ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରଦତ୍ତ) [୧୧]

ଆଧାର[ସମ୍ପାଦନା]

  1. "ସନ୍ନ୍ୟାସିନୀ କବି". epaper.prameyanews.com. Archived from the original on ୧୦ ଫେବୃଆରୀ ୨୦୨୧. Retrieved 16 February 2021. {{cite web}}: Check date values in: |archivedate= (help)
  2. "Purnamasi Bags Padma Shri". www.tathya.in. Tathya.in. Archived from the original on 2 February 2021. Retrieved 2 February 2021. {{cite web}}: |archive-date= / |archive-url= timestamp mismatch; 26 ଜାନୁଆରୀ 2021 suggested (help)
  3. "Padma award for tribal mystic from Odisha". www.thehindu.com. The Hindu. Archived from the original on 2 February 2021. Retrieved 2 February 2021. {{cite web}}: |archive-date= / |archive-url= timestamp mismatch; 26 ଜାନୁଆରୀ 2021 suggested (help)
  4. "ପାଠ ନ ପଢ଼ି ପାଠୋଇ: ଭକ୍ତିରସର ଅନନ୍ୟ ପ୍ରତିଭା ପୂର୍ଣ୍ଣମାସୀ ଜାନୀ, ମିଳିଲା ପଦ୍ମଶ୍ରୀ ଉପାଧି ପଦ୍ମଶ୍ରୀ ଉପାଧି ପାଇବାରେ କନ୍ଧମାଳରେ ପୂର୍ଣ୍ଣମାସୀ ଜାନୀ ପ୍ରଥମ". www.samajalive.in. ସମାଜ. Archived from the original on 2 February 2021. Retrieved 2 February 2021. {{cite web}}: |archive-date= / |archive-url= timestamp mismatch; 26 ଜାନୁଆରୀ 2021 suggested (help)
  5. "ପ୍ରେମ ଭକ୍ତିର ବାର୍ତ୍ତା ବାଣ୍ଟୁଛି, ବାଣ୍ଟୁଥିବି ଶେଷ ଯାଏଁ". sakalaepaper.com. Archived from the original on ୧୬ ଫେବୃଆରୀ ୨୦୨୧. Retrieved 16 February 2021. {{cite web}}: Check date values in: |archivedate= (help)
  6. "ଭକ୍ତିରସର ଅନନ୍ୟ ପ୍ରତିଭା ପୂର୍ଣ୍ଣମାସୀ ଜାନୀ". www.samajalive.in. The Samaja. Archived from the original on 2 February 2021. Retrieved 2 February 2021. {{cite web}}: |archive-date= / |archive-url= timestamp mismatch; 26 ଜାନୁଆରୀ 2021 suggested (help)
  7. "Padma Awards: Divine poetess Purnamasi Jani from Odisha's Kandhamal never repeats her songs". www.newindianexpress.com. The New Indian Express. Archived from the original on 2 February 2021. Retrieved 2 February 2021.
  8. "Padma Awards 2021 announced". pib.gov.in. Govt of India. Archived from the original on 25 January 2021. Retrieved 2 February 2021.
  9. "କୁଇ ଭାଷା ସାହିତ୍ୟ ସମିତି ଓ କୁଇ ସମାଜ ଯୁବ ପରିଷଦ ତରଫରୁ ପୂର୍ଣ୍ଣମାସୀ ଜାନୀଙ୍କୁ ଭୀମଭୋଇ ସମ୍ମାନ ଓ ସମ୍ବର୍ଦ୍ଧନା". www.samajalive.in. ସମାଜ. Archived from the original on 2 February 2021. Retrieved 2 February 2021.
  10. "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". odishasahityaakademi.org. Retrieved 16 February 2021.
  11. "ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ". No. ସମ୍ବାଦ ୦୩/୦୧/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. 3 January 2023. Archived from the original on 3 January 2023. Retrieved 3 January 2023.