ରାଧାନାଥ ରଥ

ଉଇକିପିଡ଼ିଆ‌ରୁ


ରାଧାନାଥ ରଥ
ଉନ୍ନୟନ ମନ୍ତ୍ରୀ
କାର୍ଯ୍ୟକାଳ
୧୪ ଜୁଲାଇ ୧୯୫୯ – ୨୫ ଫେବୃଆରୀ ୧୯୬୧
ଅର୍ଥ ଓ ଶିକ୍ଷା ମନ୍ତ୍ରୀ
କାର୍ଯ୍ୟକାଳ
୭ ଅପ୍ରେଲ ୧୯୫୨ – ୧୯ ଅକ୍ଟୋବର ୧୯୫୬
ସଭ୍ୟ: ୫ମ ଓ ୬ଷ୍ଟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ନିର୍ବାଚନ ମଣ୍ଡଳୀଆଠଗଡ଼
ସଭ୍ୟ: ସ୍ୱା.ପୂ-୨, ୧ମ ଓ ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୪୬ – ୧୯୬୧
ନିର୍ବାଚନ ମଣ୍ଡଳୀଆଠଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1896-12-06)୬ ଡିସେମ୍ବର ୧୮୯୬
ରାଧାନାଥପୁର ଶାସନ, ଆଠଗଡ଼, କଟକ ଜିଲ୍ଲା
ମୃତ୍ୟୁ୧୧ ଫେବୃଆରୀ ୧୯୯୮(1998-02-11) (ବୟସ ୧୦୧)
କଟକ, ଓଡ଼ିଶା
ସମାଧି ସ୍ଥଳସତ୍ୟବାଦୀ, ପୁରୀ
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀସାବିତ୍ରୀ ରଥ
ସନ୍ତାନନୀଳକଣ୍ଠ, ମନୋରମା, ଶାନ୍ତି
ବାପା/ବୋଉଜଗନ୍ନାଥ ରଥ
କମଳୀ ଦେବୀ
ଘରଗୋପବନ୍ଧୁ ଭବନ, କଟକ
ଶିକ୍ଷାମାଟ୍ରିକ
ଶିକ୍ଷାନୁଷ୍ଠାନରେଭେନ୍ସା କଲେଜିଏଟ ସ୍କୁଲ
ପେଷାରାଜନେତା, ସମ୍ପାଦକ
ପୁରସ୍କାରପଦ୍ମ ଭୂଷଣ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ରାଧାନାଥ ରଥ ଜଣେ ଓଡ଼ିଆ ସାମ୍ବାଦିକ,[୧] ସମ୍ପାଦକ,[୨],ସାହିତ୍ୟିକ, ଶିକ୍ଷାବିତ, ରାଜନେତା ଓ ସମାଜସେବୀ ଥିଲେ ।

ବାଲ୍ୟ ଜୀବନ[ସମ୍ପାଦନା]

ରାଧାନାଥ, ୧୮୯୬ ମସିହା ଡିସେମ୍ବର ୬[୩] ତାରିଖରେ କଟକ ଜିଲ୍ଲା ଆଠଗଡ଼ ବ୍ଳକ ଅନ୍ତର୍ଗତ ରାଧାନାଥପୁର ଶାସନରେ ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗନ୍ନାଥ ରଥ ଓ ମାତାଙ୍କ ନାମ କମଳୀ ଦେବୀ ଥିଲା । ତାଙ୍କର ପ୍ରାରମ୍ଭିକ ଶିକ୍ଷା, ବାଲେଶ୍ୱରର ଜୁବିଲି ସ୍କୁଲରୁ ଆରମ୍ଭ ହୋଇଥିଲା । ଏହି ବିଦ୍ୟାଳୟରେ ତାଙ୍କ ମାମୁ ଲୋକନାଥ ମହାପାତ୍ର ସଂସ୍କୃତ ପଣ୍ଡିତ ଥିଲେ । ପରେ, ସେ କଟକର ରେଭେନ୍ସା କଲେଜିଏଟ ସ୍କୁଲରେ ପାଠ ପଢ଼ିଥିଲେ । ଏଠାରେ ସେ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଡବ୍ଳୁ.ଡବ୍ଳୁ.ହଣ୍ଡରସନ ଓ ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ୧୯୧୬ ମସିହାରେ ସେ ରେଭେନ୍ସା କଲେଜିଏଟ ସ୍କୁଲରୁ ମାଟ୍ରିକ ପାସ କରିଥିଲେ ଓ ସେହି ବର୍ଷ ସାବିତ୍ରୀ ଦେବୀଙ୍କୁ ବିବାହ କରିଥିଲେ ।

କର୍ମ ଜୀବନ[ସମ୍ପାଦନା]

ରାଧାନାଥ ରଥ, ନିଜ କର୍ମ ଜୀବନ, ସିଂହଭୂମି ଜିଲ୍ଲାର ବନ ବିଭାଗରେ ଏକ କିରାଣୀ ପଦରୁ ଆରମ୍ଭ କରିଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆହ୍ୱାନରେ ପ୍ରେରିତ ହୋଇ,୧୯୧୯ ମସିହାରେ ବନ ବିଭାଗର ଚାକିରି ଛାଡି, ସେ ଗୋପବନ୍ଧୁ ଦାସଙ୍କ ସତ୍ୟବାଦୀ ପ୍ରେସରେ ଯୋଗଦେଇଥିଲେ । ସେଠାରେ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ପାକ୍ଷିକ ପତ୍ରିକା ସମାଜର ପ୍ରକାଶନ ଆରମ୍ଭ କରାଯାଇଥିଲା । ଗୋପବନ୍ଧୁ ଦାସ ସମାଜର ସମ୍ପାଦକ ଓ ରାଧାନାଥ ରଥ, ପ୍ରବନ୍ଧକ ଭାବରେ କାର୍ଯ୍ୟ କରୁଥିଲେ । ୧୯୨୮ ମସିହାରେ ଗୋପବନ୍ଧୁ ଦାସଙ୍କ ତିରୋଧାନ ପରେ, ପଣ୍ଡିତ ଲିଙ୍ଗରାଜ ମିଶ୍ର, ସମାଜର ସମ୍ପାଦକ ନିଯୁକ୍ତ ହୋଇଥିଲେ । ୧୯୩୦ ମସିହାରୁ ସମାଜ ଏକ ଦୈନିକ ସମ୍ବାଦପତ୍ର ରୂପେ ପ୍ରକାଶ ପାଇବାକୁ ଲାଗିଲା । ୧୯୪୬ ମସିହାରେ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିଯୁକ୍ତ କରାଗଲା ଓ ରାଧାନାଥ ରଥ, ସମାଜର ସମ୍ପାଦନା ଦାୟିତ୍ୱ ନେଲେ ।

ରାଜନୀତିକ ଜୀବନ[ସମ୍ପାଦନା]

୧୯୪୬ ମସିହାରୁ୧୯୭୭(୧୯୬୨-୭୧ ବ୍ୟତିତ) ପର୍ଯ୍ୟନ୍ତ ସେ କ୍ରମାଗତ ଭାବରେ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।[୪] ୧୯୫୨ରୁ ୧୯୫୯ ପର୍ଯ୍ୟନ୍ତ ରାଧାନାଥ ରଥ, ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ୧୯୫୯ ମସିହାରେ ହରେକୃଷ୍ଣ ମହତାବଙ୍କ ମନ୍ତ୍ରୀମଣ୍ଡଳରେ ବନ୍ୟବିଭାଗରେ ମନ୍ତ୍ରୀ ରୁପରେ ଦାୟିତ୍ୱ ଗ୍ରହଣ କରିଥିଲେ ।[୫] ଏହି ସମୟରେ ସେ ନିଜ ଦକ୍ଷତାର ଦୃଢ଼ ପ୍ରମାଣ ଦେଇଥିଲେ ।[୬] ୧୯୭୭ ପରେ ସକ୍ରିୟ ରାଜନୀତିରୁ ଦୂରେଇ ରହି, ସେ ନିଜକୁ ସମାଜ ସହ ସଂଶ୍ଳିଷ୍ଠ ରଖିଥିଲେ ।

୧୯୪୨ ମସିହାରେ, ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ, ସେ କାରାବରଣ କରିଥିଲେ । ଲାଲା ଲାଜପତ ରାୟଙ୍କଦ୍ୱାରା ପ୍ରତିଷ୍ଠିତ ଲୋକସେବକ ମଣ୍ଡଳ[୭]ର ସେ ଆଜୀବନ ସଭ୍ୟ ଥିଲେ ଓ ଓଡ଼ିଶା ଶାଖାର ମୁଖ୍ୟ ମଧ୍ୟ ରହିଥିଲେ । ସେ, ଭାରତ ସ୍କାଉଟ ଓ ଗାଇଡସର ଓଡ଼ିଶା ଶାଖାର ଅଧ୍ୟକ୍ଷ ମଧ୍ୟ ରହିଥିଲେ । ଏହା ବ୍ୟତିତ, ସେ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ଓ ହିନ୍ଦ କୁଷ୍ଠ ନିରାକରଣ ସଂଘ ଆଦି ଅନୁଷ୍ଠାନ, ଭାରତ ସେବକ ସମାଜ, ଡିଭାଇନ ଲାଇଫ ସୋସାଇଟି, ରେଡକ୍ରସ, ଭାରତ-ଚିନ ସାଂସ୍କୃତିକ ଅନୁଷ୍ଠାନ, ଭାରତ-ସୋଭିଏତ ବନ୍ଧୁତା ସମାଜ, କଳିଙ୍ଗ ନିପ୍ପନ ବୁଦ୍ଧ ସଂଘ ଇତ୍ୟାଦି ଅନୁଷ୍ଠାନମାନଙ୍କ ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିଲେ । ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡେପୁଟି ଡିନ ହିସାବରେ ମଧ୍ୟ କାମ କରିଥିଲେ । ଓଡ଼ିଶାରେ ବନ୍ୟା ଓ ମହାମାରୀ ସମୟରେ ତାଙ୍କର ସମାଜସେବା କାର୍ଯ୍ୟର ନେତୃତ୍ୱ ନେଉଥିଲେ ।[୮]

କବିତା, ଗଳ୍ପ ଓ ଜୀବନୀ ଲେଖନ ମାଧ୍ୟମରେ ରାଧାନାଥ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । 'ମୋ ଜେଲ ସ୍ମୃତି ଲିପି' ତାଙ୍କର ଏକ ବହୁ ପଠିତ ପୁସ୍ତକ ।

୧୯୯୮ ମସିହା ଫେବୃଆରୀ ମାସ ୧୧ ତାରିଖରେ କଟକରେ ରାଧାନାଥଙ୍କର ତିରୋଧାନ ଘଟିଥିଲା ।[୯]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. H. N. Mitra (1990). The Indian annual register: an annual digest of public affairs of India recording the nation's activities each year in matters political, economic, industrial, educational, social etc. : 1919 - 1947. Gyan Publishing House. pp. 13–. ISBN 978-81-212-0213-8. Retrieved 24 August 2012.
  2. Akshayakumar Ramanlal Desai (1 January 1991). Expanding Governmental Lawlessness and Organized Struggles: Violation of Democratic Rights of the Minorities, Women, Slum Dwellers, Press and Some Other Violations. Popular Prakashan. pp. 200–. ISBN 978-81-7154-529-2. Retrieved 24 August 2012.
  3. "ଆର୍କାଇଭ୍ କପି". Archived from the original on 2009-06-19. Retrieved 2012-08-24. {{cite web}}: Cite has empty unknown parameter: |1= (help)
  4. "Radhanath Rath". Odisha Helpline. Retrieved 28 November 2015.
  5. "ଆର୍କାଇଭ୍ କପି". Archived from the original on 2012-02-18. Retrieved 2012-08-24. {{cite web}}: Cite has empty unknown parameter: |1= (help)
  6. "ଆର୍କାଇଭ୍ କପି". Archived from the original on 2012-02-18. Retrieved 2012-08-24. {{cite web}}: Cite has empty unknown parameter: |1= (help)
  7. Indian History. Allied Publishers. pp. 15–. ISBN 978-81-8424-568-4. Retrieved 24 August 2012.
  8. Debi P. Mishra (1 January 1998). People's Revolt in Orissa: A Study of Talcher. Atlantic Publishers & Dist. pp. 212–. ISBN 978-81-7156-739-3. Retrieved 24 August 2012.
  9. "Doyen of Orissa journalism passes away". Rediff News. 12 February 1998. Retrieved 28 November 2015.
  10. http://orissa.gov.in/e-magazine/Orissareview/2011/Apr/engpdf/19-30.pdf
  11. "ଆର୍କାଇଭ୍ କପି". Archived from the original on 2013-02-16. Retrieved 2012-08-24. {{cite web}}: Cite has empty unknown parameter: |1= (help)