ଦୁର୍ଗାମାଧବ ମିଶ୍ର
ଦୁର୍ଗାମାଧବ ମିଶ୍ର | |
---|---|
ଜନ୍ମ | ୧୯୨୯ |
ମୃତ୍ୟୁ | ୩ ଫେବୃଆରୀ ୧୯୯୭ |
ଜାତୀୟତା | ଭାରତୀୟ |
ପୁରାତନ ଛାତ୍ର | ରେଭେନ୍ସା ମହାବିଦ୍ୟାଳୟ, ଆହ୍ଲାବାଦ ବିଶ୍ୱବିଦ୍ୟାଳୟ |
Organization | କେନ୍ଦ୍ରୀୟ ଔଦ୍ୟୋଗୀକ ସୁରକ୍ଷା ବଳ |
ଜଣାଶୁଣା | କେନ୍ଦ୍ରୀୟ ଔଦ୍ୟୋଗୀକ ସୁରକ୍ଷା ବଳର ମହାନିର୍ଦ୍ଦେଶକ |
ପୁରସ୍କାର(ଗୁଡ଼ିକ) | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଦୁର୍ଗାମାଧବ ମିଶ୍ର(୧୯୨୯ - ୩ ଫେବୃଆରୀ ୧୯୯୭), ୧୯୫୨ ମସିହାର ଭାରତୀୟ ପୁଲିସ ସେବା ଅଧିକାରୀ ଓ କେନ୍ଦ୍ରୀୟ ଔଦ୍ୟୋଗୀକ ସୁରକ୍ଷା ବଳ(ସି.ଆଇ.ଏସ.ଏଫ)ର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିବା ପ୍ରଥମ ଓଡ଼ିଆ ।[୧] ସେ ଜଣେ ଓଡ଼ିଆ ସାହିତ୍ୟିକ ଭାବରେ ମଧ୍ୟ ପରିଚିତ । ତାଙ୍କ ଗଳ୍ପ ସଂକଳନ "ନିଷାଦର ନିଃଶବ୍ଦ ବାରଣ" ପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।[୨]
ଦୁର୍ଗାମାଧବ, ୧୯୨୯ ମସିହାରେ ନୟାଗଡ଼ରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ଶୈଶବ କଟିଥିଲା କଟକରେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଏବଂ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିଲେ । ସମାଜରେ ଜଣେ ସହ ସମ୍ପାଦକ ଭାବରେ ସେ କାର୍ଯ୍ୟ କରୁଥିବା ସମୟରେ, ଭାରତୀୟ ପୁଲିସ ସେବା ଅଧିକାରୀ ଭାବରେ ତାଙ୍କର ଚୟନ ହୋଇଥିଲା । ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ସେ କାର୍ଯ୍ୟ କରିଥିଲେ । ସି.ଆଇ.ଏସ.ଏଫର ମହାନିର୍ଦ୍ଦେଶକ ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ୧୯୯୭ ମସିହା ଫେବୃଆରି ୩ତାରିଖରେ ଦୁର୍ଗାମାଧବ ମିଶ୍ରଙ୍କର ମହାପ୍ରୟାଣ ଘଟିଥିଲା । [୩]
ସାହିତ୍ୟ ସର୍ଜନା[ସମ୍ପାଦନା]
ସାହିତ୍ୟ ଥିଲା, ଦୁର୍ଗାମାଧବଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ଦିଗ । ସେ ଏକାଧାରରେ ଜଣେ ସମ୍ପାଦକ, କବି, ଗାଳ୍ପିକ ଓ ଅନୁବାଦକ ଥିଲେ । ବିଭିନ୍ନ ପତ୍ର ପତ୍ରିକାରେ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।
ଗଳ୍ପ/କାବ୍ୟ ସଂକଳନ[ସମ୍ପାଦନା] |
ସମ୍ପାଦନା[ସମ୍ପାଦନା]
ଶିଶୁ ସାହିତ୍ୟ[ସମ୍ପାଦନା]
|
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୨ (ନିଷାଦର ନିଃଶବ୍ଦ ବାରଣ ପାଇଁ)[୭]
- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୫ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୮]
- ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୧୯୯୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
ଆଧାର[ସମ୍ପାଦନା]
- ↑ Tryst with Law Enforcement and Human Rights: Four Decades in Indian Police. APH Publishing. 2002. pp. 225–. ISBN 978-81-7648-340-7.
- ↑ Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 305–. ISBN 978-81-260-1803-1.
- ↑ "ସିଆଇଏସଏଫର ପ୍ରଥମ ଓଡ଼ିଆ ମୁଖ୍ୟ". ସମ୍ବାଦ ୦୩/୦୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 3 February 2016.
- ↑ Jagannatha Mahanti; Jagannātha Mahānti; Oḍiśā Sāhitya Ekāḍemī (1993). Children's literature of Orissa. Orissa Sahitya Akademi.
- ↑ http://www.newodisha.in/list-of-odia-poets-and-their-creations/
- ↑ http://www.orissaculture.gov.in/pdf/bibliography/bib1998.pdf
- ↑ http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧ ଜୁନ ୨୦୨୧.
{{cite web}}
: Check date values in:|accessdate=
(help)