ପରମାନନ୍ଦ ଆଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
ପରମାନନ୍ଦ ଆଚାର୍ଯ୍ୟ
Born(1893-08-19)୧୯ ଅଗଷ୍ଟ ୧୮୯୩
ବୈଦ୍ୟପୁର, ଓଡ଼ିଶା, ଭାରତ
Died୧୧ ଅପ୍ରେଲ ୧୯୭୧(1971-04-11) (ବୟସ ୭୭)
Occupationପ୍ରତ୍ନତ‌ତ୍ତ୍ୱବିତ୍‌
Years active୧୯୨୪ - ୧୯୭୧
Known forଓଡ଼ିଶା ଇତିହାସ ଉପରେ ଗବେଷଣା
Awardsପଦ୍ମଶ୍ରୀ

ପରମାନନ୍ଦ ଆଚାର୍ଯ୍ୟ (୧୮୯୩ - ୧୯୭୧) ଓଡ଼ିଶାର ସର୍ବପ୍ରଥମ ପ୍ରତ୍ନତତ୍ତ୍ୱବିତ ଥିଲେ[୧] । ସେ ଓଡ଼ିଶାର ପୁରାତ‌ତ୍ତ୍ୱ ଉପରେ ଗବେଷଣା ଯୋଗୁ ଉଲ୍ଲେଖନୀୟ ହୋଇଥିଲେ ।[୨] ୧୯୬୪ ମସିହାରେ ଭାରତର ଚତୁର୍ଥ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ତାଙ୍କୁ ଭାରତ ସରକାର ଦେଇଥିଲେ ।[୩]

ଜୀବନୀ[ସମ୍ପାଦନା]

ପ୍ରାକ୍ ଜୀବନ[ସମ୍ପାଦନା]

ପରମାନନ୍ଦ ଆଚାର୍ଯ୍ୟ ଭାରତର ଓଡ଼ିଶା ପ୍ରଦେଶର ବୈଦ୍ୟପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଅମର୍ଦା ଏମ.ଇ. ସ୍କୁଲ ଶିକ୍ଷା ଓ ବାରିପଦାରେ ହାଇସ୍କୁଲ ଶିକ୍ଷା ସମାପ୍ତ କରି ସେ କଲିକତା (ଏବେକାର କୋଲକାତା) ବିଶ୍ୱବିଦ୍ୟାଳ‌ୟରୁ ୧୯୨୩ରେ ସମ୍ମାନ ସ‌ହିତ ଉଦ୍ଭିଦ ବିଜ୍ଞାନରେ ସ୍ନାତକ ହୋଇଥିଲେ । [୨]

ବୃତ୍ତିଗତ ଜୀବନ[ସମ୍ପାଦନା]

ତଦାନ‌ନ୍ତୀନ ମୟୂରଭଞ୍ଜ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ଉପଦେଶ ଅନୁସାରେ ସେ ମାସ୍ଟର ଡିଗ୍ରୀ ପଢ଼ିବା ତ୍ୟାଗ କରି ବିଖ୍ୟାତ ପ୍ରତ୍ନତ‌ତ୍ତ୍ୱବିତ୍ ରାଏ ବାହାଦୂର ରାମ‌ପ୍ରସାଦ ଚାନ୍ଦଙ୍କର ଟିମ୍‌ରେ ସନ ୧୯୨୪ରେ ଯୋଗ ଦେଲେ । ପୁରାତ‌ତ୍ତ୍ୱ ବିଷୟରେ ତାଙ୍କର କୌଣସି ଔପଚାରିକ ଶିକ୍ଷା ନ ଥିଲେ ମଧ୍ୟ ମୟୂରଭଞ୍ଜ ରାଜ୍ୟ ସ୍ଥାପିତ ପ୍ରତ୍ନତ‌ତ୍ତ୍ୱ ବିଭାଗରେ ସେ ସନ ୧୯୨୫ରେ ଯୋଗଦାନ କଲେ ଓ ଛାତ୍ର ଭାବରେ ଡିପାର୍ଟମେଣ୍ଟରେ ରହିଲେ ।[୨] ତାଙ୍କର ପ୍ରଥମ କାର୍ଯ୍ୟ ସ୍ଥଳ ଥିଲା ଖିଚିଂକୀଚକେଶ୍ୱରୀ ମନ୍ଦିରର ରକ୍ଷଣାବେକ୍ଷଣ କାମ ହାତକୁ ନେଇଥିଲେ । ଏହାପରେ ସେ ପାହାଡ଼ପୁରରେ (ବର୍ତ୍ତମାନ ବଙ୍ଗଳାଦେଶରେ ) ପ୍ରତ୍ନତତ୍ତ୍ୱ ବାବଦରେ ଅଧିକ ପ୍ରଶିକ୍ଷଣ ଲାଭ କରିଥିଲେ । ସେଠାରୁ ଫେରି ସେ ଖିଚିଂ ପାଖାପାଖି ଅଞ୍ଚଳରେ ଖନନ କରି ଅନେକ ମଧ୍ୟଯୁଗୀୟ ପୁରାତନ ମୂର୍ତ୍ତୀ ଉଦ୍ଧାର କରିଥିଲେ । ସେସବୁ ମୂର୍ତ୍ତୀକୁ ନେଇ ଖିଚିଂ ସଂଗ୍ରହାଳୟ ଆରମ୍ଭ କରାଯାଇଥିଲା । ୧୯୨୮ରେ ସେ ସେହି ସଂଗ୍ରହାଳୟର ମୁଖ୍ୟ ବରିଷ୍ଠ ପ୍ରତ୍ନତତ୍ତ୍ୱବିତ ଭାବରେ ନିଯୁକ୍ତ ହୋଇଥିଲେ । ୧୯୩୦ ମସିହାରେ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ନିର୍ଦ୍ଦେଶରେ ସେ ହରିହରପୁର ପ୍ରାସାଦର ପୁନରୁଦ୍ଧାର ଦାୟିତ୍ୱ ନେଇଥିଲେ । ୧୯୪୯ ମସିହାରେ ମୟୁରଭଞ୍ଜ ରାଜ୍ୟ ଓଡ଼ିଶା ସହିତ ବିଲୟ ହେବାପରେ, ପରମାନନ୍ଦ ରେଭେନ୍ସା ମହାବିଦ୍ୟାଳୟରେ ଥିବା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ ଓ ୧୯୫୦ରେ ସେହି ପଦବୀରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଦାୟିତ୍ୱ ନେଇଥିଲେ । ୧୯୫୫ରେ ସେ ପୁନର୍ବାର ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକ୍ଷକ ଦାୟିତ୍ୱ ଗ୍ରହଣ କରିଥିଲେ ।[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ମୋ ସମୟର ଓଡ଼ିଶା, ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ
  2. ୨.୦ ୨.୧ ୨.୨ Jayanthi Rath (2015). "The Pioneering Archaeologist of Odisha" (PDF). Government of Odisha. Retrieved May 2, 2015.
  3. "Padma Shri" (PDF). Padma Shri. 2015. Archived from the original (PDF) on October 15, 2015. Retrieved November 11, 2014.
  4. "ଆଜି ଜନ୍ମଦିନ". www.sambadepaper.com. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Archived from the original on 19 Aug 2020. Retrieved 19 August 2020.