ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ
ଦେଖଣା
ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏକ ସାରସ୍ୱତ ସମ୍ମାନ[୧] ଯାହା ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ସାହିତ୍ୟର ଜଣେ ସାହିତ୍ୟିକଙ୍କ ସମଗ୍ର ରଚନାବଳୀ ପାଇଁ ପ୍ରଦାନ କରାଯାଇଥାଏ । ଏହା ଏକାଡେମୀଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ସାରସ୍ୱତ ସମ୍ମାନ । ଏହା ପଞ୍ଚଦଶ ଶତାବ୍ଦୀର ଓଡ଼ିଆ କବି ଓ ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସଙ୍କ ନାମରେ ନାମିତ । ପୁରସ୍କାର ବିଜେତାଙ୍କୁ ମାନପତ୍ର, ଉପଢୌକନ ସହ ନଗଦ ପାଞ୍ଚ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଏ । ୧୯୯୩ରୁ ପ୍ରବର୍ତ୍ତିତ ଏହି ସମ୍ମାନର ପ୍ରଥମ ପ୍ରାପକ ହେଉଛନ୍ତି ଓଡ଼ିଆ କବି ରାଧାମୋହନ ଗଡ଼ନାୟକ ।[୨]
ପୁରସ୍କାରପ୍ରାପ୍ତ ସାହିତ୍ୟିକମାନଙ୍କର ତାଲିକା
[ସମ୍ପାଦନା]| ସାହିତ୍ୟିକଙ୍କ ନାମ | ସମ୍ମାନ ବର୍ଷ | ସୂଚନା |
|---|---|---|
| ରାଧାମୋହନ ଗଡ଼ନାୟକ | ୧୯୯୩ | |
| କୃଷ୍ଣଚନ୍ଦ୍ର ତ୍ରିପାଠୀ | ୧୯୯୪ | |
| ନଟବର ସାମନ୍ତରାୟ | ୧୯୯୫ | |
| ରାଜକିଶୋର ପଟ୍ଟନାୟକ | ୧୯୯୬ | |
| ଲକ୍ଷ୍ମୀଧର ନାୟକ | ୧୯୯୭ | |
| ଗୌରୀ କୁମାର ବ୍ରହ୍ମା | ୧୯୯୮ | |
| ନିତ୍ୟାନନ୍ଦ ମହାପାତ୍ର | ୧୯୯୯ | |
| ବିନୋଦଚନ୍ଦ୍ର ନାୟକ | ୨୦୦୦ | |
| ବସନ୍ତ କୁମାରୀ ପଟ୍ଟନାୟକ | ୨୦୦୧ | |
| ଅଚ୍ୟୁତାନନ୍ଦ ପତି | ୨୦୦୨ | |
| ଚିନ୍ତାମଣି ବେହେରା | ୨୦୦୩ | |
| ମନୋରଞ୍ଜନ ଦାସ | ୨୦୦୪ | |
| ଉମାଶଙ୍କର ପଣ୍ଡା | ୨୦୦୫ | |
| ସୁଦର୍ଶନ ଆଚାର୍ଯ୍ୟ | ୨୦୦୬ | |
| ମନୋଜ ଦାସ | ୨୦୦୭ | |
| ମହାପାତ୍ର ନୀଳମଣି ସାହୁ | ୨୦୦୮ | |
| ଦାଶରଥି ଦାସ | ୨୦୦୯ | |
| ଚନ୍ଦ୍ରଶେଖର ରଥ | ୨୦୧୦ | |
| ଗଗନେନ୍ଦ୍ର ନାଥ ଦାଶ | ୨୦୧୧ | |
| ବ୍ରଜନାଥ ରଥ | ୨୦୧୨ | |
| ଧନେଶ୍ୱର ମହାପାତ୍ର | ୨୦୧୩ | |
| ଶାନ୍ତନୁ କୁମାର ଆଚାର୍ଯ୍ୟ | ୨୦୧୪ | |
| ମଧୁସୂଦନ ପତି | ୨୦୧୫ | [୩] |
| ବିଭୂତି ପଟ୍ଟନାୟକ | ୨୦୧୬ | [୪] |
| ରବି ସିଂ | ୨୦୧୭ | [୫] |
| ରମାକାନ୍ତ ରଥ | ୨୦୧୮ | [୬] |
| ବୀଣାପାଣି ମହାନ୍ତି | ୨୦୧୯ | [୭] |
| ରାମଚନ୍ଦ୍ର ବେହେରା | ୨୦୨୦ | [୮] |
| ପ୍ରତିଭା ରାୟ | ୨୦୨୧ | |
| ସୀତାକାନ୍ତ ମହାପାତ୍ର | ୨୦୨୨ | |
| ଶ୍ରୀନିବାସ ଉଦ୍ଗାତା | ୨୦୨୩ |
ଆଧାର
[ସମ୍ପାଦନା]- ↑ Pratibha India. A. Sitesh. 1997.
- ↑ "ATIBADI JAGANNATH DAS AWARDS" (PDF). ଓଡ଼ିଶା ସରକାର. Retrieved 15 April 2014.
- ↑ https://www.telegraphindia.com/1150912/jsp/odisha/story_42185.jsp
- ↑ "Bibhuti Patnaik to receive Atibadi Jagannath Das Award". ଟାଇମ୍ସ ଅଫ ଇଣ୍ଡିଆ. Retrieved 9 September 2016.
- ↑ http://kalingatv.com/latestnews/renowned-poet-rabi-singh-receive-atibadi-jagannath-das-award-2017/
- ↑ "ରମାକାନ୍ତ ରଥଙ୍କୁ ଅତିବଡ଼ୀ ପୁରସ୍କାର". No. ସମ୍ବାଦ ୨୭/୦୭/୨୦୧୮ ପୃଷ୍ଠା ୯. Retrieved 27 July 2018.[permanent dead link]
- ↑ "ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର". No. ଧରିତ୍ରୀ ୦୩।୦୩।୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ଧରିତ୍ରୀ. Retrieved 3 March 2020.
- ↑ "ରାମଚନ୍ଦ୍ର ପାଇବେ ଅତିବଡ଼ୀ ପୁରସ୍କାର". dharitriepaper.in. Retrieved 28 January 2021.