ଚିନ୍ତାମଣି ବେହେରା

ଉଇକିପିଡ଼ିଆ‌ରୁ
ଚିନ୍ତାମଣି ବେହେରା
Born(1927-11-07)୭ ନଭେମ୍ବର ୧୯୨୭
ଜମାଡିହ, ମୟୂରଭଞ୍ଜ ଜିଲ୍ଲା
Died୭ ମାର୍ଚ୍ଚ ୨୦୦୫(2005-03-07) (ବୟସ ୭୭)
Nationalityଭାରତୀୟ

ଚିନ୍ତାମଣି ବେହେରା (୭ ନଭେମ୍ବର ୧୯୨୭ - ୭ ମାର୍ଚ୍ଚ ୨୦୦୫)[୧] ଜଣେ ଆଧୁନିକ ଓଡ଼ିଆ କବି ଓ ସମାଲୋଚକ । [୨] ସେ ଶିଶୁଲେଖାର ସମ୍ପାଦନା[୩] କରିବା ସହ ୧୯୮୩ରୁ ୧୯୮୫ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ ।[୪]

ଜୀବନୀ[ସମ୍ପାଦନା]

ଚିନ୍ତାମଣି, ୧୯୨୭ମସିହାରେ ବାଲେଶ୍ୱର ଜିଲ୍ଲାର ଉଦଳା ଅନ୍ତର୍ଗତ ଜମାଡିହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ପିତାଙ୍କର ଇଛା ଥିଲା, ଚିନ୍ତାମଣି ଡାକ୍ତର କିମ୍ବା ଆଇନଜୀବୀ ହୁଅନ୍ତୁ । ସେଥି ନିମନ୍ତେ ପୁଅକୁ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିବା ପାଇଁ କଟକ ପଠେଇଥିଲେ । ଚିନ୍ତାମଣି କିନ୍ତୁ, ସାଙ୍ଗମାନଙ୍କ ସହ ମିଶି ବାଲେଶ୍ୱର ଚାଲି ଯାଇଥିଲେ ଓ ସେଠାର ଫକୀର ମୋହନ ମହାବିଦ୍ୟାଳୟରେ କଳା ଶ୍ରେଣୀରେ ନାମ ଲେଖାଇଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଓ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଶିକ୍ଷାଲାଭ କରିଥିଲେ । ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ହୋଇ ସେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଶିକ୍ଷାସମାପ୍ତି ପରେ, ସେ ଭଦ୍ରକ ମହାବିଦ୍ୟାଳୟ ଓ ଶାନ୍ତିନିକେତନରେ ଶିକ୍ଷାଦାନ କରିଥିଲେ । ୧୯୫୨ମସିହାରେ ସେ ଓଡ଼ିଶା ସରକାରଙ୍କ ଶିକ୍ଷାବିଭାଗରେ ଯୋଗଦେଇଥିଲେ ଓ ୧୯୮୭ରେ ସେବାନିବୃତ ହୋଇଥିଲେ ।

ରଚନାବଳୀ[ସମ୍ପାଦନା]

କବିତା ସଙ୍କଳନ[ସମ୍ପାଦନା]

  • ଶ୍ୱେତପଦ୍ମ
  • ସ୍ୱସ୍ତିକା
  • ନୂତନ ସ୍ୱାକ୍ଷର
  • ହେ ବୈଦେହୀ ଭୁଲିଯାଅ
  • ନୀଳଲୋହିତ
  • ତୃତୀୟ ଚକ୍ଷୁ
  • ନିଜେ ନିଜର ସାକ୍ଷୀ
  • ଉଦୟାସ୍ତର କାବ୍ୟ

ସମାଲୋଚନା ଗ୍ରନ୍ଥ[ସମ୍ପାଦନା]

  • କାବ୍ୟ ଓ କଳାକାର
  • ଆଧୁନିକତାର କ ଖ ଗ
  • ବିଦଗ୍ଧ ପାଠକ
  • କଳାଦୃଷ୍ଟି
  • ସାହିତ୍ୟ ଚିନ୍ତା
  • ଚିତ୍ର ଓ ଚରିତ୍ର
  • ଅନ୍ୟାନ୍ୟ ଆଲୋଚନା

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସାରଳା ସମ୍ମାନ, ୧୯୯୬[୫]
  • କବିଶେଖର ଚିନ୍ତାମଣି ମହାନ୍ତି ପୁରସ୍କାର, ୧୯୯୫
  • ବିଷୁବ ମିଳନ ପୁରସ୍କାର, ୧୯୯୦
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୬ (ତୃତୀୟ ଚକ୍ଷୁ ନିମନ୍ତେ) [୬]

ଆଧାର[ସମ୍ପାଦନା]

  1. "CHINTAMANI BEHERA". orissadiary.com. Archived from the original on 8 December 2016. Retrieved 24 November 2016.
  2. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୦-୨୧
  3. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 125–. ISBN 978-81-260-0873-5.
  4. "ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକମାନଙ୍କ ନାମ ତାଲିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 24 November 2016.
  5. "Sarala Samman". Sarala Sahitya Sansad. Archived from the original on 20 December 2016. Retrieved 24 November 2016.
  6. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 24 November 2016.