ଗଙ୍ଗାଧର ରଥ

ଉଇକିପିଡ଼ିଆ ରୁ
Jump to navigation Jump to search
ଗଙ୍ଗାଧର ରଥ
ଜନ୍ମ ଓ ଜନ୍ମସ୍ଥାନ୧୯୨୨
ଜଗତସିଂହପୁର
ମୃତ୍ୟୁ୧୫ ମାର୍ଚ୍ଚ ୨୦୦୮
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ(ଆଇନ)[୧]
ଜୀବନସାଥିନିରୁପମା ରଥ
ସନ୍ତାନଜୟନ୍ତ

ଗଙ୍ଗାଧର ରଥ (୧୯୨୨-୨୦୦୮), ଓଡ଼ିଶାର ଜଣେ ପ୍ରାକ୍ତନ ଆଡ଼ଭୋକେଟ ଜେନେରାଲ ।[୨] ସେ ନିଜେ ଜଣେ ସାହିତ୍ୟିକ ଥିଲେ ଓ ସାହିତ୍ୟିକମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ସାହିତ୍ୟ ଭାରତୀ ସମ୍ମାନ ପୁରସ୍କାରର ପ୍ରତିଷ୍ଠା କରିଥିଲେ ।

ଜୀବନୀ[ସମ୍ପାଦନା]

ଗଙ୍ଗାଧର ୧୯୨୨ ମସିହାରେ ଜଗତସିଂହପୁରରେ ଜନ୍ମଗ୍ରହଣ କରିଥିଲେ ।[୩] କଲେଜ ଜୀବନରୁ ସେ ଛାତ୍ର ରାଜନୀତି ସହିତ ଜଡ଼ିତ ଥିଲେ ।[୪] ସାମ୍ବାଦିକତାରୁ ସେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ ସେ ଆଇନ ବ୍ୟବସାୟଙ୍କୁ ନିଜର ପେସା ଭାବରେ ଆବୋରୀ ଥିଲେ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି କରୁଥିଲେ । ୧୯୫୯ମସିହାରେ ସେ ଷ୍ଟାଣ୍ଡିଙ୍ଗ କାଉନସିଲ[୫] ଓ ୧୯୬୩ମସିହାରେ ସରକାରୀ ଓକିଲ ଭାବରେ ନିଯୁକ୍ତି ପାଇଥିଲେ । ୧୯୭୨ରୁ ୧୯୭୯ ଏବଂ ୧୯୮୨ରୁ ୧୯୯୦, ଦୁଇ ପର୍ଯ୍ୟାୟରେ ସେ ଓଡ଼ିଶାର ଆଡ଼ଭୋକେଟ ଜେନରାଲ ଭାବରେ କାର୍ଯ୍ୟ କରିଥିଲେ । ସମାଜସେବୀ ଓ ଡାକ୍ତର ନିରୁପମା ରଥ ତାଙ୍କର ପତ୍ନୀ ଥିଲେ । ବିବାହ ପୂର୍ବରୁ ସେ ନିରୁପମା ମହାନ୍ତି ଭାବରେ ପରିଚିତ ଥିଲେ ।[୬] ଜୟନ୍ତ ରଥ ତାଙ୍କର ଜ୍ୟେଷ୍ଠ ପୁତ୍ର ।[୭] ୨୦୦୮ ମସିହାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଥିବା ସମୟରେ ଗଙ୍ଗାଧର ରଥଙ୍କର ପରଲୋକ ଘଟିଥିଲା ।[୮]

ରଚନାବଳୀ[ସମ୍ପାଦନା]

  • ରସ-ପିୟୁଷ - ୧୯୭୦
  • ଜନନାୟକ ଜବାହରଲାଲ - ୧୯୮୮
  • British Raj In Indai - ୨୦୧୦
  • ଆମେରିକା ଯାତ୍ରୀ (ଅନୁବାଦ)
  • ସୋଭିଏତ୍ ସମାଜ - ୧୯୫୦
  • ଭୁଲି ନାହିଁ - ୧୯୯୪ (ଅଳକା ପ୍ରକାଶନ)[୯]

ଆଧାର[ସମ୍ପାଦନା]

  1. The Indian Law Reports: Cuttack series. Superintendent, Orissa Government Press. 1986.
  2. Surendra Malik (1975). Fundamental Rights Case: The Critics Speak. Eastern Book Company.
  3. "ଇତିହାସ". jagatsinghpur.nic.in. jagatsinghpur district administration. Retrieved 17 May 2019.
  4. Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
  5. All India Reporter. D. V. Chitaley. 1963.
  6. Justice Harihar Mahapatra (15 February 2011). My Life, My Work. Allied Publishers. pp. 144–. ISBN 978-81-8424-640-7.
  7. "Former Advocate General Gangadhar Rath dead". www.oneindia.com. one india. Retrieved 17 May 2019.
  8. "Gangadhar Rath passes away at 86". www.outlookindia.com. outlook india. Retrieved 17 May 2019.
  9. "National Library of India Online Cataloge". National Library of India. Retrieved 17 May 2019.