ପୁଷ୍ପାଞ୍ଜଳି ନାୟକ

ଉଇକିପିଡ଼ିଆ‌ରୁ
ପୁଷ୍ପାଞ୍ଜଳି ନାୟକ
ଜନ୍ମ୨୩ ଡିସେମ୍ବର ୧୯୫୫ Edit this on Wikidata (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ବୃତ୍ତିଲେଖକ, କ୍ଷୁଦ୍ର ଗଳ୍ପ ଲେଖକ, ଔପନ୍ୟାସିକ Edit this on Wikidata
ପୁରସ୍କାର
  • ଝଙ୍କାର ପୁରସ୍କାର (୨୦୦୫) Edit this on Wikidata

ପୁଷ୍ପାଞ୍ଜଳି ନାୟକ (ଜନ୍ମ: ୨୩ ଡିସେମ୍ବର ୧୯୫୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ । ତାଙ୍କର ଜଣାଶୁଣା ରଚନାବଳୀ ମଧ୍ୟରେ ହଳେ ବନ୍ଧକୀ ପାଉଁଜିର କାହାଣୀ, ପୂର୍ବରାଗ, ଅଶ୍ୱନଦୀର ସ୍ରୋତ, ପୁପୁନ୍‌ ଫେରିନାହିଁ, ନିଜ ପାଇଁ ନାନାବାୟା, ଶୂନ୍ଯ ଚାଙ୍ଗୁଡ଼ି (୨୦୧୭), ନଷ୍ଟ ନୀଡ଼ର ପକ୍ଷୀମାନେ ଆଦି, କପପଟପଶା (ଉପନ୍ୟାସ) ଆଦି ଅନ୍ୟତମ । ସେ ୨୦୦୫ ମସିହାରେ କ୍ଷୁଦ୍ରଗଳ୍ପ ପାଇଁ ପ୍ରଜାତନ୍ତ୍ର ପ୍ରଚାର ସମିତି ତରଫରୁ ଝଙ୍କାର ପୁରସ୍କାର ଲାଭକରିଥିଲେ । ତାଙ୍କର ଓଡ଼ିଆ ଗଳ୍ପ ଓ ଉପନ୍ୟାସ ରଚନା ନିମନ୍ତେ ସେ ପ୍ରଜାତନ୍ତ୍ର ପ୍ରଚାର ସମିତିର କନିଷ୍ଠ ବିଭାଗର କ୍ଷୁଦ୍ରଗଳ୍ପ ପୁରସ୍କାର, ଫକୀରମୋହନ ପୁରସ୍କାର, ସୁଚରିତା ପୁରସ୍କାର, ଯୁଗଶ୍ରୀ ଯୁଗନାରୀ ପୁରସ୍କାର ଏବଂ ବ୍ରଜନାଥ ରଥ ସ୍ମୃତି ସମ୍ମାନ ଇତ୍ୟାଦି ସମ୍ମାନ ପାଇଛନ୍ତି ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ପୁଷ୍ପାଞ୍ଜଳି ନାୟକ ୧୯୫୫ ଡିସେମ୍ବର ୨୩ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଲାଭ କରିଥିଲେ । ତାଙ୍କ ବାପା ବୃତ୍ତିରେ ଜଣେ ସରକାରୀ ଡାକ୍ତର ଥିଲେ ।[୧]

ସାହିତ୍ୟ ରଚନା[ସମ୍ପାଦନା]

ସେ ଓଡ଼ିଶା ଓ ପଶ୍ଚିମ ବଙ୍ଗ ସୀମାନ୍ତବର୍ତୀ କଖଡ଼ା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ କବିତା ଓ ଗପ ଲେଖା ଆରମ୍ବ କରିଥିଲେ । ତାଙ୍କ ବାପା ତାଙ୍କୁ ଲେଖାଲେଖି ପାଇଁ ପ୍ରେରଣା ଦେଇଥିଲୋ ଓ ତାଙ୍କୁ ଭାରତୀୟ ଓ ଆନ୍ତର୍ଜାତୀୟ ଗଳ୍ପ ଉପନ୍ୟାସ ପୁସ୍ତକ ଆଣିଦେଇଥିଲେ ।[୧]

ରଚନାବଳୀ[ସମ୍ପାଦନା]

ଗଳ୍ପସଂକଳନ[ସମ୍ପାଦନା]

  • ପୂର୍ବରାଗ
  • ଅଶ୍ୱନଦୀର ସ୍ରୋତ
  • ପୁପୁନ୍‌ ଫେରିନାହିଁ
  • ନିଜ ପାଇଁ ନାନାବାୟା
  • ଶୂନ୍ଯ ଚାଙ୍ଗୁଡ଼ି (୨୦୧୭)
  • ନଷ୍ଟ ନୀଡ଼ର ପକ୍ଷୀମାନେ
  • ହଳେ ବନ୍ଧକୀ ପାଉଁଜିର କାହାଣୀ

ଉପନ୍ୟାସ[ସମ୍ପାଦନା]

  • କପପଟପଶା

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ସେ ୨୦୦୫ ମସିହାରେ କ୍ଷୁଦ୍ରଗଳ୍ପ ପାଇଁ ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ ଝଙ୍କାର ପୁରସ୍କାର ଲାଭକରିଥିଲେ ।[୨] ଏହିସହିତ ସେ ପ୍ରଜାତନ୍ତ୍ର ପ୍ରଚାର ସମିତିର କନିଷ୍ଠ ବିଭାଗର କ୍ଷୁଦ୍ରଗଳ୍ପ ପୁରସ୍କାର, ଫକୀରମୋହନ ପୁରସ୍କାର, ସୁଚରିତା ପୁରସ୍କାର, ଯୁଗଶ୍ରୀ ଯୁଗନାରୀ ପୁରସ୍କାର ଏବଂ ବ୍ରଜନାଥ ରଥ ସ୍ମୃତି ସମ୍ମାନ ଇତ୍ୟାଦି ପୁରସ୍କାର ପାଇଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଅଳ୍ପ ଆଳାପ କ୍ରମରେ ଏଥର ଆମ ପଶ୍ନର ଉତ୍ତର ଦେଇଛନ୍ତି ସୁପରିଚିତ ଲେଖିକା ପୂଷ୍କାଞ୍ଜଳି ନାୟକ". ସମ୍ବାଦ (ଖବରକାଗଜ). 2022-09-18. Archived from the original on 2022-09-18. Retrieved 2024-04-01.
  2. "ଝଙ୍କାର ପୁରସ୍କାର ବିଜେତା" (PDF). Prajatantra. କଟକ: ପ୍ରଜାତନ୍ତ୍ର ପ୍ରଚାର ସମିତି. 2020-08-21. Archived (PDF) from the original on 2020-09-21. Retrieved 2024-04-01.